Advertisment

ମହିଳା ଆଇପିଏସ୍‌ ଅଫିସରଙ୍କୁ ଅଜିତ ପାୱାରଙ୍କ ଧମକ: ଭିଡିଓ ଭାଇରାଲ ପରେ ତେଜିଲା ବିବାଦ

ବେଆଇନ ମୋରମ ଖନନ କାମ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଅଜିତ ପାୱାର ଫୋନ ଯୋଗେ ମହିଳା ଆଇପିଏସ୍‌ଙ୍କୁ ଧମକ ଦେବାର ଭିଡିଓ ଭାଇରାଲ ହୋଇଛି।

IPS

IPS

Advertisment

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଜଣେ ମହିଳା ଆଇପିଏସ୍‌ ଅଫିସରଙ୍କୁ ଧମକ ଦେଇଛନ୍ତି। ବେଆଇନ ମୋରମ ଖନନ କାମ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଅଜିତ ପାୱାର ଫୋନ ଯୋଗେ ମହିଳା ଆଇପିଏସ୍‌ଙ୍କୁ ଧମକ ଦେବାର ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ରାଜନୀତିକ ବିବାଦ ଦେଖାଦେଇଛି। 

Advertisment

ଶିବସେନା(ଉଦ୍ଧବ ବାଲାସାହେବ ଠାକେ) ପକ୍ଷରୁ ଅଜିତ ପାୱାରଙ୍କ ଇସ୍ତଫା ଦାବି କରାଯାଇଥିବା ବେଳେ ଶାସକ ମେଣ୍ଟର ସଦସ୍ୟମାନେ ଅଜିତ ପାୱାର ସ୍ୱାଭାବିକ ସ୍ୱରରେ କଥା ହୋଇଥିବା ସଫେଇ ଦେଇଛନ୍ତି। ଭାଇରାଲ ଭିଡିଓରେ ଅଜିତ ପାୱାର ଫୋନ ଯୋଗେ କରମାଲା ସବ ଡିଭିଜନାଲ ପୁଲିସ୍‌ ଅଫିସର ଅଞ୍ଜନା କ୍ରିଷ୍ଣନାଙ୍କ ସହ କଥା ହେଉଛନ୍ତି। ସୋଲାପୁର ଠାରେ ବେଆଇନ ମୋରମ ଖନନ ବିରୋଧରେ ଅଞ୍ଜନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ଅଜିତ ପାୱାରଙ୍କୁ ଫୋନ କରିଥିଲେ।

ତାଙ୍କ ଫୋନରେ ଅଜିତ ପାୱାର ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆଇପିଏସ୍‌ ଅଞ୍ଜନାଙ୍କ ସହ କଥା ହୋଇଥିଲେ। କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅଜିତ ପାୱାର ନିର୍ଦ୍ଦେଶ ଦେଇଥିଲେ ହେଁ ଫୋନରେ ଆଇପିଏସ୍‌ ଜଣଙ୍କ ତାଙ୍କ ସ୍ୱରକୁ ଚିହ୍ନି ପାରି ନଥିଲେ। ତଥାପି ଅଜିତ ପାୱାର ତାଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଯାଇଛି।

Advertisment

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, “ଆପଣ ଜଣେ ଆଇପିଏସ୍‌ ଅଫିସରଙ୍କୁ ଧମକ ଦେଇଛନ୍ତି। ସେ(ଶ୍ରୀ ପାୱାର) କହୁଛନ୍ତି ଯେ ବିଶୃଙ୍ଖଳାକୁ ସହ୍ୟ କରାଯିବ ନାହିଁ। ହେଲେ ଏସବୁ କ’ଣ? ନିଜ ଦଳର ଚୋରମାନଙ୍କୁ ରକ୍ଷା କରିବା ପାଇଁ ଧମକ? ଶ୍ରୀ ପାୱାର କୁଆଡ଼େ ଗଲା ଆପଣଙ୍କ ବିଶୃଙ୍ଖଳା ଭାବ? ବେଆଇନ ମୋରମ ଖନନର ଅର୍ଥ ରାଜ୍ୟ ରାଜକୋଷରେ ଠକେଇ ଓ ଆପଣ ଅର୍ଥମନ୍ତ୍ରୀ। ତଥାପି ଆପଣ ଏମିତି କରୁଛନ୍ତି? ସରକାରରେ ରହିବାକୁ ଅଜିତ ପାୱାରଙ୍କ ପାଖରେ କୌଣସି ନୈତିକତା ନାହିଁ। ଆପଣ ମହାରାଷ୍ଟ୍ରକୁ ଗୋଟିଏ ଚୋରମାନଙ୍କ ରାଜ୍ୟ କରି ସାରିଲେଣି।”

ତେବେ ଏନସିପି ନେତା ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱାନକୁଲେ ଘଟଣା ତାଳି ପକାଇ ଅଜିତ ପାୱାରଙ୍କ ଓକିଲାତି କରିଛନ୍ତି। ଅଜିତ ପାୱାର କେବେ ହେଲେ ଆଇପିଏସ୍‌ ଅଫିସରଙ୍କୁ ଧମକ ଦେଇନାହାନ୍ତି  ସେ ସ୍ୱାଭାବିକ ସ୍ୱରରେ କଥା ହୋଇଥିଲେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ସେ(ଶ୍ରୀ ପାୱାର) ଆଇପିଏସ ଅଫିସରଙ୍କୁ ଧମକ ଦେଇଥିବା ମୁଁ ଭାବୁ ନାହିଁ। ଏହା ତାଙ୍କର ସ୍ୱାଭାବିକ ସ୍ୱର। ସେ କେବଳ ତାଙ୍କ ସହ କଥା ହୋଇଥିଲେ। ଅଫିସର ତାଙ୍କ କାମ କରୁଥିଲେ। ମୁଁ ଅଫିସରଙ୍କୁ ଦୋଷ ଦେଉ ନାହିଁ। ଗଣତନ୍ତ୍ରରେ ଲୋକମାନେ ସେମାନଙ୍କ ଅଭିଯୋଗ ଉଠାଇ ପାରିବେ ଓ ସେହି ଅନୁସାରେ ଦାଦା(ଅଜିତ ପାୱାର) ଅଫିସରଙ୍କ ସହ କଥା ହୋଇଛନ୍ତି।” ସରକାରୀ ଦଳରେ ଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ସମାନ କଥା କହି ଅଜିତ ପାୱାରଙ୍କ ଓକିଲାତି କରିଛନ୍ତି। 

କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳୁଛି ଯେ ଶ୍ରୀ ପାୱାର ଆଇପିଏସ ଅଞ୍ଜନାଙ୍କୁ କହୁଛନ୍ତି ଯେ “ଶୁଣ ମୁଁ ଉପ ମୁଖ୍ୟମନ୍ତ୍ରୀ କହୁଛି। ମୁଁ ଆଦେଶ ଦେଉଛି ଯେ ସବୁ କିଛି ବନ୍ଦ କର।”

ତେବେ କେରଳର ମୂଳବାସିନ୍ଦା ଅଞ୍ଜନା ନିକଟରେ ମହାରାଷ୍ଟ୍ରକୁ ଆସିଥିବା ବେଳେ ଫୋନରେ ଅଜିତ ପାୱାରଙ୍କ ସ୍ୱରକୁ ଜାଣି ପାରି ନଥିଲେ। ସେ ପାୱାରଙ୍କୁ ତାଙ୍କ ଫୋନକୁ କଲ କରିବାକୁ କହିଥିଲେ। ଏହା ଶୁଣି ପାୱାର କହିଥିଲେ, “ମୁଁ ତୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ତତେ ମୋତେ ଦେଖିବାର ଅଛି କି? ତୋ ନମ୍ବର ଦେ ନଚେତ ହ୍ୱାଟସଆପରେ କଲ କର। ମୋ ଚେହେରା ଦେଖିବା ପରେ ତୁମେ ସବୁ ବୁଝି ଯିବ ତ? ତୁମ ସାହାସ କେମିତି ହେଲା?” ଏବେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। 

Ips Ajit Pawar NCP Maharashtra Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe