Advertisment

୨୫ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ଘଟଣା: ଅଜିତ ପାୱାରଙ୍କୁ ପତ୍ନୀଙ୍କୁ ମିଳିଲା କ୍ଲିନଚିଟ୍‌

ବିରୋଧୀ ମେଣ୍ଟରେ ଅଜିତ ପାୱାର ଥିବା ବେଳେ ଏହାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିଲା। ହେଲେ ଏବେ ସୁନେତ୍ରାଙ୍କୁ କ୍ଲିନଚିଟ୍‌ ମିଳି ଯାଇଛି।

author-image
Hemant Lenka
Ajit Pawar

Ajit Pawar

ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମହାରାଷ୍ଟ୍ର ପୁଲିସର ଅର୍ଥନୀତିକ ଅପରାଧ ଶାଖା ଆଜି ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ସ୍କାମରେ ସୁନେତ୍ରାଙ୍କୁ କ୍ଲିନଚିଟ୍‌ ଦେଇଛି। ତାଙ୍କ ବିରୋଧରେ ଏହି ବ୍ୟାଙ୍କ ଦୁର୍ନୀତି ମାମଲା ଦୀର୍ଘ ବର୍ଷ ହେଲା ଚାଲିଥିଲା।

Advertisment

ବିରୋଧୀ ମେଣ୍ଟରେ ଅଜିତ ପାୱାର ଥିବା ବେଳେ ଏହାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିଲା। ହେଲେ ଏବେ ସୁନେତ୍ରାଙ୍କୁ କ୍ଲିନଚିଟ୍‌ ମିଳି ଯାଇଛି।

କ୍ଲିନଚିଟ୍‌ ମିଳିବା ଘଟଣା ପରେ ଉଦ୍ଧବ ଠାକରେଙ୍କ ଶିବସେନା ବଡ଼ ପ୍ରତିକ୍ରିୟା ଦେଇଛି। ଦଳର ନେତା ଆନନ୍ଦ ଦୁବେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଏପରି ଅଭିଯୋଗ ଆଣିଥିଲେ ଓ ପାୱାର ପରିବାରକୁ ଦୁର୍ନୀତି ଗ୍ରସ୍ତ କହିଥିଲେ।

Advertisment

କିନ୍ତୁ ଆଜି ସୁନେତ୍ରାଙ୍କୁ କ୍ଲିନଚିଟ ମିଳି ଯାଇଛି। ଅଭିଯୁକ୍ତ ଥିବା ସବୁ ନେତା ବିଜେପିରେ ମିଶିବା ପରେ କ୍ଲିନଚିଟ୍‌ ପାଇ ଯାଉଛନ୍ତି। EOW ତା’ର ରିପୋର୍ଟରେ କହିଛି ଯେ ଏହି ମାମଲାରେ ସେମାନେ କୌଣସି ପ୍ରକାରର ଅପରାଧିକ ଦିଗ ପାଇ ନାହାନ୍ତି। ତା’ହେଲେ ଏତେଦିନ ଧରି ବିଜେପି ମିଛ ଅଭିଯୋଗ କରି ଚାଲିଥିଲା?”

ଅଜିତ ପାୱାର ବିଦ୍ରୋହ ଘୋଷଣା କରି ବିଜେପି ସହ ମେଣ୍ଟ କରିବା ପରେ ଏନସିପି ଦୁଇ ଫାଳ ହୋଇଯାଇଛି। ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀଙ୍କୁ ପ୍ରକୃତ ଏନସିପି ମାନ୍ୟତା ଦେଇଛନ୍ତି। ସୁନେତ୍ରା ବାରାମତି ଲୋକସଭା ଆସନରୁ ଏନସିପି ଟିକେଟ ପାଇଛନ୍ତି।

ତାଙ୍କର ଲଢ଼େଇ ନଣନ୍ଦ ସୁପ୍ରିୟା ସୁଲେଙ୍କ ସହ ହେବ। ସୁପ୍ରିୟା ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀରୁ ଟିକେଟ ପାଇଛନ୍ତି। ବାରାମତି ପାୱାର ପରିବାରର ଗଡ଼। ଏବେ ପାୱାର ପରିବାରର ବୋହୂ ଓ ଝିଅ ମଧ୍ୟରେ ଲଢ଼େଇ ହେବ।

Maharashtra Ajit Pawar