Advertisment

ବିଟ୍‌କଏନ୍‌ ଘୋଟାଲା: ଅଜିତ ପାଓ୍ୱାର୍‌ କହିଲେ- ଅଡିଓ କ୍ଲିପ୍‌ରେ ରହିଛି ଭଉଣୀର ଭଏସ୍‌

ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ​​ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

author-image
Madhupriya Mistry
Ajit Pawar and Supriya Sule

Ajit Pawar and Supriya Sule

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏହି ଭୋଟିଂ ଭିତରେ ବିଟ୍‌କଏନ୍‌ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ​​ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭଉଣୀ ସୁପ୍ରିୟା ସୁଲେଙ୍କୁ ଟାର୍ଗେଟ୍‌ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର।

Advertisment

ବିଜେପି ଯେଉଁ ଅଡିଓ କ୍ଲିପ୍‌ ଜାରି କରି ସୁପ୍ରିୟା ସୁଲେ ଓ ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଜିତ ପାଓ୍ୱାର। ଏହି ଘଟଣାର ତଦନ୍ତ କରାଯିବା ଉଚିତ। ମୁଁ ଏହି ସମ୍ବନ୍ଧୀୟ ଖବର ଦେଖିଛି। ମୁଁ ଅନେକ ବର୍ଷ ଧରି ନାନା ପଟୋଲେଙ୍କୁ ଜାଣିଛି। ସେ ବାଚସ୍ପତି ଥିଲେ ଏବଂ ମୁଁ ତାଙ୍କ ସ୍ୱରକୁ ଚିହ୍ନିଛି। କିନ୍ତୁ ମୁଁ କିଛି ସ୍ପଷ୍ଟ ଭାବରେ କହିପାରିବି ନାହିଁ। କାରଣ କିଛି ଲୋକ ଭଏସ୍‌ ନକଲ କରିପାରନ୍ତି। ହେଲେ ଏହି ଅଡିଓ କ୍ଲିପ୍‌ରେ ଥିବା ସ୍ୱର ହେଉଛି ସୁପ୍ରିୟା ସୁଲେ ଏବଂ ନାନା ପଟୋଲେଙ୍କ। ତେଣୁ ଏହି ଘଟଣାର ତଦନ୍ତ କରାଯିବ ଉଚିତ। ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଅଜିତ ପାଓ୍ୱାର କହିଛନ୍ତି।

ସେପଟେ ସୁପ୍ରିୟା ସୁଲେଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ଯେ ଏହି ଅଭିଯୋଗ ଆଣିଥିବା ବ୍ୟକ୍ତି ବହୁ ମାସ ଧରି ଜେଲରେ ଥିଲେ। ଏଭଳି ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ମିଥ୍ୟା ଅଭିଯୋଗ ଆଣିବା, କେବଳ ବିଜେପି ହିଁ ଏହା କରିପାରେ। ବିଜେପି କେତେ ତଳକୁ ଖସିପାରେ, ଏହା ହେଉଛି ତା'ର ଏକ ଉଦାହରଣ।

Advertisment

ସେହିରପି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପି ଉପରେ ବର୍ଷିଛନ୍ତି। ନିର୍ବାଚନର ଦିନକ ପୂର୍ବରୁ ବିଜେପି ଏକ ହୀନ କାମ କରିଛି। ଯେଉଁ ଅଡିଓ କ୍ଲିପ୍‌କୁ ବିଜେପି ଜାରି କରିଛି, ସେଥିରେ ମୋର ଭଏସ୍ ନୁହେଁ। ମୁଁ ଜଣେ କୃଷକ ମୁଁ ବିଟକଏନ୍ କ'ଣ ବୁଝେନି। ବିଜେପି ମୋତେ ବଦନାମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

କହିରଖୁ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ପୂର୍ବତନ ଆଇପିଏସ୍ ଅଧିକାରୀ ରବିନ୍ଦ୍ର ନାଥ ପାଟିଲ ଅଭିଯୋଗ କରିଛନ୍ତି ଯେ ଏନସିପି (ଶରଦ ପାୱାର ଦଳ) ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ ଏକ କ୍ରିପ୍ଟୋକରେନ୍ସି ସ୍କାମରେ ଜଡିତ ଅଛନ୍ତି। ବିଜେପି ତୁରନ୍ତ ଏହି ଅଭିଯୋଗକୁ ଗ୍ରହଣ କରି ଗଣମାଧ୍ୟମରେ ଏକ ଅଡିଓ କ୍ଲିପ୍ ଉପସ୍ଥାପନ କରିଛି, ଯେଉଁଥିରେ 'ବିଟକଏନ୍ ଦୁର୍ନୀତି'ରେ ନାନା ପଟୋଲେ ଓ ସୁପ୍ରିୟା ସୁଲେଙ୍କ ସମ୍ପୃକ୍ତି ଥିବା ପ୍ରମାଣ ବୋଲି ଦାବି କରାଯାଇଛି।

Ajit Pawar Supriya Sule Bitcoin Allegations Maharashtra Assmbley Election