Advertisment

ଏନସିପିର ଚିହ୍ନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କଲେ ଅଜିତ ପାୱାର

ବିଦ୍ରୋହ ଘୋଷଣା କରି ମହାରାଷ୍ଟ୍ରର ବିଜେପି ସରକାରକୁ ସମର୍ଥନ କରିଥିବା ଅଜିତ ପାୱାର ଏବେ ଏନସିପିର ଦଳୀୟ ଚିହ୍ନ ଓ ନାଁ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।

NCP

NCP

Advertisment

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଝଟକା ପରେ ଝଟକା ଲାଗୁଛି। ପ୍ରଥମେ ପୁତୁରା ଅଜିତ ପାୱାର ଦଳରେ ବିଦ୍ରୋହ କରିଥିବା ବେଳେ ଅଧିକାଂଶ ବିଧାୟକ ମଧ୍ୟ ସିନିୟର ପାୱାରଙ୍କ ସାଥ ଛାଡ଼ି ଦେଇଛନ୍ତି। ଏହି ଡବଲ ଝଟକାକୁ ମୁକୁଳି ନଥିବା ୮୩ ବର୍ଷୀୟ ପାୱାରଙ୍କ ଆଗରେ ଆଉ ଏକ ଚ୍ୟାଲେଞ୍ଜ ପହଞ୍ଚି ଯାଇଛି।

Advertisment

ବିଦ୍ରୋହ ଘୋଷଣା କରି ମହାରାଷ୍ଟ୍ରର ବିଜେପି ସରକାରକୁ ସମର୍ଥନ କରିଥିବା ଅଜିତ ପାୱାର ଏବେ ଏନସିପିର ଦଳୀୟ ଚିହ୍ନ ଓ ନାଁ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ତାଙ୍କ ସହ ଏନସିପିର ୪୦ରୁ ଅଧିକ ବିଧାୟକ ରହିଥିବା ସେ ଦାବି କରି ଦଳୀୟ ଚିହ୍ନ ଓ ନାଁ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି। ଏନସିପି ଉପରେ ଆଉ ଶରଦ ପାୱାର ଓ ତାଙ୍କୁ ସମର୍ଥନ କରୁଥିବେ ନେତାଙ୍କର କୌଣସି ପ୍ରକାରର ଅଧିକାର ନାହିଁ ବୋଲି ଅଜିତ ପାୱାର ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ଅଜିତ ପାୱାର ଏନସିପିକୁ ଦଖଲ କରିବା ପାଇଁ ଦାବି ଜଣାଇବା ପରେ ନିର୍ବାଚନ କମିଶନ ଗୋଟିଏ ବିବାଦ ମାମଲା ପଞ୍ଜିକୃତ କରିଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ଦେଇଥିବା ଚିଠିରେ ୪୦ରୁ ଅଧିକ ବିଧାୟକ ଓ ସାଂସଦଙ୍କ ଦସ୍ତଖତ ରହିଛି। ଏନସିପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୩ଟି ଆସନ ଜିତିଥିଲା।

Advertisment

ଅଜିତ ପାୱାର ବିଦ୍ରୋହ କରିଥିବାରୁ ତାଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। କିନ୍ତୁ ସେ ଏହାକୁ ଅଟକାଇବା ପାଇଁ ୩୬ ଜଣ ବିଧାୟକଙ୍କ ସମର୍ଥନ ଚାହୁଁଛନ୍ତି। ଆଜି ସେ ଡାକିଥିବା ବୈଠକରେ ୩୦ ଜଣ ବିଧାୟକ ସାମିଲ ହୋଇଥିଲେ। ତଥାପି ସେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଏନସିପିର ଦଳୀୟ ଚିହ୍ନ ଓ ନାଁ ପାଇଁ ଦାବି କରିଛନ୍ତି।

ଏନସିପିରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ପ୍ରକୃତରେ ଦଳୀୟ ନେତାଙ୍କ ସମର୍ଥନ କାହା ସପକ୍ଷରେ ରହିଛି, ତା’ର ବିଚାର ନିର୍ବାଚନ କମିଶନ କରିବେ। ଅଜିତ ପାୱାର ଦଳକୁ ଦଖଲ କରିବା ପାଇଁ ଦାବି କରିଥିବାରୁ ନିର୍ବାଚନ କମିଶନ ଶରଦ ପାୱାରଙ୍କୁ ନୋଟିସ କରିବେ। ଏହାପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରାଯିବ। ଉଭୟ ପକ୍ଷଙ୍କୁ ନିର୍ବାଚନ କମିଶନ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ମଧ୍ୟ କହିବେ।

Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe