Advertisment

ଦାଦାଙ୍କୁ ଖୋଲା ୱାର୍ଣ୍ଣିଂ ଦେଲେ, ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କଲେ ପୁତୁରା ଅଜିତ ପାୱାର

୨୦୧୯ରେ ସରକାର ଗଠନ ପାଇଁ ଏନସିପି ୫ଥର ବିଜେପି ସହ କଥାବାର୍ତ୍ତା କରିଛି। ହେଲେ ହଠାତ୍‌ ମୋତେ କୁହାଗଲା ଯେ ଏନସିପି ଆଉ ବିଜେପି ସହ ମେଣ୍ଟ କରିବ ନାହିଁ। ଆମେ ଶିବସେନା ସହ ଯିବୁ। ୨୦୧୯ରେ ଶରଦ ପାୱାର ବିଜେପି ହାଇକମାଣ୍ଡକୁ ଭେଟିଥିଲେ।

NCP

NCP

Advertisment

ଏନସିପିର ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ଶରଦ ପାୱାରଙ୍କୁ ଆଜି ତାଙ୍କ ପୁତୁରା ତଥା ଦଳର ବିଦ୍ରୋହୀ ନେତା ଅଜିତ ପାୱାର ଖୋଲା ୱାର୍ଣ୍ଣିଂ ଦେଇଛନ୍ତି। ଶରଦ ପାୱାରଙ୍କ ବୟସ ୮୩ ହୋଇ ଯାଇଥିବାରୁ ଅଜିତ ତାଙ୍କୁ ଅବସର ନେଇ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

Advertisment

ଏନସିପିର ସବୁ ବିଧାୟକ ବିଜେପି ସହ ହାତ ମିଳାଇବାକୁ ଚାହୁଁଛନ୍ତି। ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ଦିନ ଠାରୁ ଏନସିପି ବିଧାୟକମାନେ ବିଜେପି ସହ ମିଶିବାକୁ ଇଚ୍ଛା କରିଥିଲେ ବୋଲି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି।

ନିଜର ଶକ୍ତି ପ୍ରଦର୍ଶନ ପାଇଁ ଆଜି ଅଜିତ ପାୱାର ବାନ୍ଦ୍ରାରେ ଗୋଟିଏ ସଭା କରିଛନ୍ତି। ଏହି ବୈଠକରେ ଏନସିପିର ୩୦ ଜଣ ବିଧାୟକ, ୫ ଜଣ ବିଧାନ ପରିଷଦ ସଦସ୍ୟ ଓ କିଛି ସାଂସଦ ସାମିଲ ହୋଇଥିଲେ। ଏନସିପିର ଅଧିକାଂଶ ବିଧାୟକ ତାଙ୍କ ସହ ଥିବାରୁ ଅଜିତ ପାୱାର ମଞ୍ଚ ଉପରୁ ଶରଦ ପାୱାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ସେ କହିଛନ୍ତି, “ଆମେ ସମସ୍ତେ ଶରଦ ପାୱାରଙ୍କୁ ଆମ ଆଭିମୁଖ୍ୟକୁ ଗ୍ରହଣ କରିବାକୁ କହିଥିଲୁ। ନଚେତ ନିର୍ବାଚନ ମଣ୍ଡଳୀରେ ସମସ୍ୟା ହେବ ବୋଲି ସତର୍କ ମଧ୍ୟ କରାଇଥିଲୁ। ଜୟନ୍ତ ପାଟିଲ ଓ ମୋତେ ନେଇ ଗୋଟିଏ କମିଟି ଗଠନ ହୋଇଥିଲା। ବିଜେପି ସହ ଏହି କମିଟି କଥା ହୋଇଥିଲା। ସେହି ସମୟରେ ଆମ ସିନିୟର (ଶରଦ ପାୱାର) ବିଜେପି କ୍ୟାମ୍ପକୁ ମିଡିଆ ଭୟରେ ନ ଯିବାକୁ କହିଥିଲେ। ସେ ମୋତେ ଫୋନରେ ସବୁ କିଛି କଥା ହେବାକୁ କହିଥିଲେ। ସେତେବେଳେ ଏକନାଥ ସିନ୍ଦେ ସରକାର ମଧ୍ୟ ଗଠନ ହୋଇ ନଥିଲା।

୨୦୧୯ରେ ସରକାର ଗଠନ ପାଇଁ ଏନସିପି ୫ଥର ବିଜେପି ସହ କଥାବାର୍ତ୍ତା କରିଛି। ହେଲେ ହଠାତ୍‌ ମୋତେ କୁହାଗଲା ଯେ ଏନସିପି ଆଉ ବିଜେପି ସହ ମେଣ୍ଟ କରିବ ନାହିଁ। ଆମେ ଶିବସେନା ସହ ଯିବୁ। ୨୦୧୯ରେ ଶରଦ ପାୱାର ବିଜେପି ହାଇକମାଣ୍ଡକୁ ଭେଟିଥିଲେ।

ସେମାନେ(ଶରଦ ପାୱାର କ୍ୟାମ୍ପ) ୨୦୧୭ରେ ଶିବସେନାକୁ ଗୋଟିଏ ଜାତିବାଦୀ ପାର୍ଟି କହୁଥିଲେ। ହେଲେ ଉକ୍ତ ଦଳ ସହ ମିଶି ୨୦୧୯ରେ ସରକାର ଗଠନ କରିଥିଲେ। ଏସବୁ ଭିତରେ ମୋତେ କାହିଁକି ଭିଲିଆନ ସଜା ଯାଉଛି, ମୁଁ ଜାଣି ପାରୁନି।”

ଅଜିତ ପାୱାର ନୂଆ ଚେହେରାଙ୍କୁ ଦଳର ନେତୃତ୍ୱ ନେବାକୁ ସୁଯୋଗ ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, “ଅନ୍ୟ ଦଳଗୁଡ଼ିକରେ ନେତାମାନେ ଗୋଟିଏ ବୟସରେ ପହଞ୍ଚିବା ପରେ ଅବସର ନେଉଛନ୍ତି। ବିଜେପିରେ ଅବସର ବୟସ ୭୫ ରହିଛି। ଆପଣ ନୂଆ ଲୋକଙ୍କୁ ସୁଯୋଗ ଦେବା ଉଚିତ। ଆମେ ଯଦି ଭୁଲ କରୁଛୁ, ତା’ହେଲେ ଆମକୁ କୁହନ୍ତୁ। ଆପଣଙ୍କ ବୟସ ୮୩। ଆପଣ କେବେ ସବୁ କିଛି ବନ୍ଦ କରିବେ? ଆପଣ ଅବସର ନେବେ ନା ନାହିଁ? ଆପଣ ଆମକୁ ଆଶୀର୍ବାଦ ଦିଅନ୍ତୁ। ଶରଦ ପାୱାର ହେଉଛନ୍ତି ଆମ ଭଗବାନ ଓ ଆମେ ତାଙ୍କ ଆଶୀର୍ବାଦ ଚାହୁଁଛୁ। ମୁଁ ଆପଣଙ୍କୁ ବିଶ୍ରାମ ନେବାକୁ ଅନୁରୋଧ କରୁଛି। ଶରଦ ପାୱାର ଆମର ଆଦର୍ଶ।”

କୌଣସି ପ୍ରକାରର ପ୍ରଚାର ଅଭିଯାନ ନ କରିବାକୁ ପରୋକ୍ଷରେ ସେ ଶରଦ ପାୱାରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି, “ଯଦି ଶରଦ ପାୱାର ପ୍ରଚାର କରିବେ, ତା’ହେଲେ ସେ ମଧ୍ୟ ପଛକୁ ହଟିବେ ନାହିଁ। ସେମାନେ ଏବେ କହୁଛନ୍ତି ଯେ ଦିଲୀପ ୱାଲସେ ପାଟିଲଙ୍କ ନିର୍ବାଚନ ମଣ୍ଡଳୀରେ ସେ ପ୍ରଥମ ସଭା କରିବେ। ତାଙ୍କ ଭୁଲ କ’ଣ? ସେ ଆମ ସହ ରହିଛନ୍ତି। ଯଦି ସେଠାକୁ ସେ(ଶରଦ ପାୱାର) ଯିବେ, ମୁଁ ମଧ୍ୟ ଯିବି। ୭ ଦିନ ମଧ୍ୟରେ ସଭା କରିବି। ମୁଁ ସେଠାକୁ ଯାଇ ପାରିବି ଓ ଭାଷଣ ମଧ୍ୟ ଦେଇ ପାରିବି।”

‌ଏବେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବାରକୁ ମଧ୍ୟ ଇଚ୍ଛା କରିଛନ୍ତି। ସେ କହିଛନ୍ତି, “ଆମେ ଏନସିପିର ଚିହ୍ନ ଓ ନାଁ ହାସଲ କରିବୁ। ମୁଁ ରେକର୍ଡ ଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇ ସାରିଲିଣି। କିନ୍ତୁ ମୁଁ ଆଗକୁ ଯାଇନି। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ଚାହେଁ। ମହାରାଷ୍ଟ୍ରରେ କିଛି ନିର୍ଦ୍ଦିଷ୍ଟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି।

ଲୋକଙ୍କ କଲ୍ୟାଣ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ହେବି। ମହାରାଷ୍ଟ୍ରକୁ ଏକ ନଂ ୧ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ। ଏହା ପଛରେ କୌଣସି ପ୍ରକାରର ବ୍ୟକ୍ତିଗତ ଏଜେଣ୍ଡା ନାହିଁ। ୨୦୦୪ରେ ଆମେ ସର୍ବାଧିକ ୭୧ଟି ଆସନ ଜିତିଥିଲୁ। ସେତେବେଳେ ଆମ ପାଖରେ ଅଧିକ ଆସନ ଥିଲେ ହେଁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲା। ଏବେ ଆମେ ଜାତୀୟ ଦଳର ମାନ୍ୟତା ହରାଇଛୁ। କିନ୍ତୁ ଆମେ ୨୦୦୪ର ରେକର୍ଡ ଭାଙ୍ଗିବୁ।”

Maharashtra Politics NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe