Advertisment

ମହାରାଷ୍ଟ୍ର ସରକାରରେ ସାମିଲ ହେବେ ଏନସିପିର ଅଜିତ ପାୱାର, ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ସେ ଏବେ ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ଓ ବିଜେପି ସରକାରଙ୍କୁ ସମର୍ଥନ କରିବେ। ଏହା ବଦଳରେ ତାଙ୍କୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବ।

NCP

NCP

Advertisment

ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି। ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ ପାୱାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ସେ ନିଜ ସମର୍ଥିତ ଏନସିପି ବିଧାୟକଙ୍କୁ ଧରି ଆଜି ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନରେ ପହଞ୍ଚିଛନ୍ତି। ତାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରହିଛନ୍ତି।

Advertisment

ସେ ଏବେ ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ଓ ବିଜେପି ସରକାରଙ୍କୁ ସମର୍ଥନ କରିବେ। ଏହା ବଦଳରେ ତାଙ୍କୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବ। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି। ସେହିପରି ଅଜିତ ପାୱାରଙ୍କ ଥିବା ବିଧାୟକଙ୍କ ମଧ୍ୟରୁ ୯ ଜଣ କ୍ୟାବିନେଟ ମନ୍ତ୍ରୀ ହେବେ। ଆଜି ସନ୍ଧ୍ୟାରେ ଅଜିତ ପାୱାର ଓ ଅନ୍ୟମାନେ ଶପଥ ନେବେ। 

କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବାକୁ ଯାଉଛନ୍ତି।

Advertisment

ଏନସିପି ଏବେ ବି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ମହା ବିକାଶ ଅଘାଡ଼ିରେ ରହିଛି। ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଖୋଲାଖୋଲି ଭାବେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏପରି ସ୍ଥିତିରେ ଅଜିତ ପାୱାରଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଛି। ଅଜିତ ପାୱାରଙ୍କ ଏପରି ପଦକ୍ଷେପ ମହାରାଷ୍ଟ୍ରରେ ଏନସିପି ବିଭାଜନ ହୋଇ ଯାଇଥିବା ସ୍ପଷ୍ଟ ହୋଇଛି। 

କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଅଜିତ ପାୱାରଙ୍କ ସହ ୧୩ ଜଣ ବିଧାୟକ ରାଜଭବନ ଯାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଏହା ୨୯ ବୋଲି ଉଲ୍ଲେଖ କରାଯାଇଛି। ଅଜିତ ପାୱାର ଏବେ ବି ରାଜଭବନ ଭିତରେ ଥିବାରୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

Maharashtra Politics NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe