Advertisment

ରେକର୍ଡ କରିବେ ଅଜିତ ପାଓ୍ୱାର୍‌, ଷଷ୍ଠଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଅଜିତ ପାୱାର ୨୦୨୩ରୁ ମହାୟୁତି ସରକାରରେ ଡେପୁଟି ସିଏମ୍ ଅଛନ୍ତି।

Ajit Pawar

Ajit Pawar

Advertisment

ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହେବ ଫଡନାବିସ୍‌ ରାଜ୍‌। ତୃତୀୟ ଥର ପାଇଁ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ସରକାର ଗଢ଼ିବ ମହାୟୁତି ମେଣ୍ଟ। ଏକନାଥ ସିନ୍ଦେ ଓ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମହାରାଷ୍ଟ୍ର କ୍ୟାବିନେଟ୍‌କୁ ନେଇ ଏଯାଏଁ କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ। ଶୀଘ୍ର ଏନେଇ ଘୋଷଣା ହେବ।

Advertisment

ତେବେ ଏହାରି ଭିତରେ ଏନ୍‌ସିପି ନେତା ଅଜିତ ପାଓ୍ୱାର ରେକର୍ଡ କରିବାକୁ ଯାଉଛନ୍ତି। ସେ ଷଷ୍ଠ ଥର ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନାଁରେ ମହାରାଷ୍ଟ୍ର ରାଜନୀତି ଇତିହାସରେ ନୂଆ ରେକର୍ଡ ଯୋଡି ହେବାକୁ ଯାଉଛି।

ବୁଧବାର ମହାୟୁତି ପକ୍ଷରୁ ସାମ୍ବିଦିକ ସମ୍ମିଳନୀ ହୋଇଥିଲା। ଏଥିରେ ସିନ୍ଦେ ଏବଂ ପାଓ୍ୱାର ଗୁରୁବାର ଡେପୁଟି ସିଏମ୍ ଭାବେ ଶପଥ ନେବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଏକନାଥ ସିନ୍ଦେ କହିଥିଲେ। ମାତ୍ର ଏହାର ତୁରନ୍ତ ଜବାବ ଦେଇଥିଲେ ଅଜିତ୍ ପାଓ୍ୱାର। ସେ କହିଥିଲେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବି।

Advertisment

ଅଜିତ ପାୱାର ୨୦୨୩ରୁ ମହାୟୁତି ସରକାରରେ ଡେପୁଟି ସିଏମ୍ ଅଛନ୍ତି। ଏହାପୂର୍ବରୁ ୨୦୧୯ରେ ସେ ଦେବେନ୍ଦ୍ର ଫଡନାବିସଙ୍କ ସହ ଶପଥ ନେଇଥିଲେ ଏବଂ ୮୦ ଘଣ୍ଟିଆ ଏନଡିଏ ସରକାରରେ ଡେପୁଟି ସିଏମ ଥିଲେ। ପରେ ସେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରି ମହାବିକାଶ ଆଘାଡିର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଡେପୁଟି ସିଏମ ହୋଇଥିଲେ।

କହିରଖୁ, ଭାରତୀୟ ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ହେବାର କୌଣସି ବ୍ୟବସ୍ଥା ନାହିଁ। ମାତ୍ର ଶାସନ କଳକୁ ସମାନ ଭାବେ ଚଳାଇବାକୁ ଏଭଳି ନିଷ୍ପତ୍ତି ନିଆଯାଏ। ବିଶେଷ କରି ମେଣ୍ଟ ସରକାରରେ ୨ଜଣ ଲେଖାଏଁ ଉପ-ମୁଖମନ୍ତ୍ରୀ ଶପଥ ନେଉଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଉଥିବା ନେତାଙ୍କୁ ଏହି ପଦ ଦିଆଯାଇଥାଏ।

ବର୍ତ୍ତମାନ ସମୟରେ ୧୪ ରାଜ୍ୟରେ ୨୩ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଭାବେ ଅନୁଗ୍ରହ ନାରାୟଣ ସିହ୍ନା ଶପଥ ନେଇଥିଲେ। ସ୍ୱାଧୀନତା ପରେ ୧୯୫୭ ଜୁଲାଇ ମାସ ପର୍ଯ୍ୟନ୍ତ ସେ ବିହାରର ଡେପୁଟି ସିଏମ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପରେ ୧୯୬୭ରେ କର୍ପୁରୀ ଠାକୁରଙ୍କୁ ବିହାରର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା।

Maharashtra Politics Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe