Advertisment

Ajit Pawar: କୁହୁଡ଼ି ଯୋଗୁ ଅଜିତ ପାୱାରଙ୍କ ବିମାନ କ୍ରାଶ: ଘଣ୍ଟା ଓ ପୋଷାକରୁ ଚିହ୍ନଟ ହେଲା ମୃତଦେହ

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବା ବେଳେ ଏହାର ଧ୍ୱଂସାବଶେଷ ଏଣେତେଣେ ଛିନଛତ୍ର ହୋଇ ପଡ଼ି ରହିଥିଲା।

Plane13

ଅଜିତ ପାୱାର

Advertisment

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit Pawar)ଙ୍କୁ ନେଇ ମୁମ୍ବାଇରୁ ବାହାରିଥିବା ବିମାନ ବାରାମତୀ ଏୟାରପୋର୍ଟରେ ଲ୍ୟାଣ୍ଡିଂ ଉଦ୍ୟମ କରୁଥିବା ବେଳେ ସେଠାରେ ଘନ କୁହୁଡ଼ି ଓ ଦୁର୍ବଳ ଭିଜିବିଲିଟୀ ରହିଥିଲା। ପ୍ରାଥମିକ ଯାଞ୍ଚରୁ ଘନ କୁହୁଡ଼ି ଯୋଗୁ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। 

Advertisment

ଭିଏସ୍‌ଆର ଭେନଚର୍ସ ଦ୍ୱାରା ପରିଚାଳିତ Bombardier Learjet 45 ପୁଣେ ଜିଲ୍ଲାର ବାରାମତୀ ଏୟାରପୋର୍ଟ ନିକଟରେ ହିଁ କ୍ରାଶ ହୋଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି।

 ବୋମ୍ବାରଡିୟର ଲିୟରଜେଟ ୪୫(ଭିଟି-ଏସଏସକେ) ସକାଳ ୮.୧୦ରେ ମୁମ୍ବାଇ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଆରବସାଗର ଦେଇ ଏହା ବାରାମତୀ ଆଡ଼କୁ ଯାଇଥିଲା। ପ୍ରଥମେ ବିମାନଟି ସକାଳ ୮.୩୦ରେ ଅବତରଣ ପାଇଁ ପ୍ରଥମ ପ୍ରୟାସ କରିଥିଲା। କିନ୍ତୁ ଦୁର୍ବଳ ଦୃଶ୍ୟମାନ ପାଇଁ ଏହା ସଫଳ ହୋଇ ନଥିଲା।

Advertisment

ପୁଣି କିଛି ସମୟ ଉଡ଼ାଣ ପରେ ୧୬ ବର୍ଷ ପୁରୁଣା ବିମାନଟି ସକାଳ ୮.୪୨ରେ ଲ୍ୟାଣ୍ଡିଂ ପାଇଁ ଦ୍ୱିତୀୟ ପ୍ରୟାସ କରିଥିଲା। କିନ୍ତୁ ଏହି ସମୟରେ ଦେଖାଯାଇଥିଲା ତ୍ରୁଟି। ୮.୪୫ ବେଳକୁ ଏହାକୁ ରାଡାରରୁ ବାହାରକୁ ଚାଲି ଯାଇଥିଲା। ରାଡାରରୁ ଚାଲି ଯିବା ପରେ ବିମାନ କ୍ରାଶର ଦୁଃଖଦ ଖବର ସାମ୍ନାକୁ ଆସିଥିଲା।

ରନୱେ ୧୧ ନିକଟରେ ବିମାନଟି କ୍ରାଶ ଲ୍ୟାଣ୍ଡିଂ କରିବା ସହ ଆଖି ପିଛୁଳାକେ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଦ୍ୱିତୀୟ ଲ୍ୟାଣ୍ଡିଂ ଉଦ୍ୟମର ୪ ମିନଟ ପରେ ସବୁ କିଛି ଶେଷ ହୋଇ ଯାଇଥିଲା ବୋଲି ବିମାନ ଟ୍ରାକ ତଥ୍ୟରୁ ସ୍ପଷ୍ଟ ହୋଇଛି। 

ସକାଳ ବେଳା ବାରାମତୀରେ ଭିଜିବିଲିଟୀ ବା ଦୃଶ୍ୟମାନ କ୍ଷମତା ଦ୍ରୁତଗତିରେ ହ୍ରାସ ପାଇଥିଲା। ବିମାନଟି ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ଘନ କୁହୁଡ଼ି ମାଡ଼ି ଆସିଥିଲା। ଏଥିଯୋଗୁ ପାଇଲଟ ନିୟନ୍ତ୍ରଣ ହରାଇଥିଲେ ଓ ବିମାନଟି କ୍ରାଶ ହୋଇ ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବା ବେଳେ ଏହାର ଧ୍ୱଂସାବଶେଷ ଏଣେତେଣେ ଛିନଛତ୍ର ହୋଇ ପଡ଼ି ରହିଥିଲା।

ସ୍ଥିତି ଏପରି ହୋଇଥିଲା ଯେ ମୃତକଙ୍କ ପରିଚୟ ମଧ୍ୟ ଠାବ କରିବା କଷ୍ଟକର ହୋଇ ଯାଇଥିଲା। ବ୍ୟକ୍ତିଗତ ଜିନିଷ ଆଧାରରେ ସେମାନଙ୍କ ଚିହ୍ନଟ କରାଯାଇଛି। ଅଜିତ ପାୱାରଙ୍କ ମୃତଦେହକୁ ସେ ପିନ୍ଧୁ ଥିବା ଘଣ୍ଟା ଓ ପୋଷାକ ଯୋଗୁ ଉଦ୍ଧାରକାରୀ ଟିମ ଚିହ୍ନଟ କରିପାରିଥିଲେ। ସେହିପରି ବିମାନର ଧ୍ୱଂସାବଶେଷରୁ ମିଳିଥିବା ଜିନିଷଗୁଡ଼ିକ ଆଧାରରେ ଅନ୍ୟ ୪ ମୃତକଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। 

ଘଟଣା ସ୍ଥଳରୁ ମୃତଦେହଗୁଡ଼ିକୁ ଉଦ୍ଧାରୀ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ସେଠାରେ ଏବେ ପାୱାରଙ୍କ ସମେତ ଅନ୍ୟମାନଙ୍କ ମୃତଦେହ ରହିଛି। ଆସନ୍ତାକାଲି ସକାଳ ୯ଟାରେ ପାୱାରଙ୍କ ଅନ୍ତିମ ସଂସ୍କାର କରାଯିବ। 

ଅଜିତ ପାୱାର ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସହ ବାରାମତୀରେ ଆୟୋଜିତ ନିର୍ବାଚନ ରାଲିକୁ ଯାଉଥିଲେ। ବିମାନରେ ଜଣେ ଆଟେଣ୍ଡାଣ୍ଟ ଓ ଦୁଇ ଜଣ ପାଇଲଟ ରହିଥିଲେ। 

ଘଟଣା ପରେ ଡିଜିସିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ବିମାନର ଡାଟା ରେକର୍ଡର ଓ କକପିଟ ଭଏସ ରେକର୍ଡର ଶେଷ ମୁହୂର୍ତ୍ତରେ କ’ଣ ସବୁ ଘଟିଥିଲା, ସେକଥା ଜଣାଇବାରେ ପ୍ରମୁଖ ଭୂମିକା ଗ୍ରହଣଶ କରିବ। ଏହାବାଦ ଦୁର୍ଘଟଣା ବେଳେ ପାଣିପାଗ କେମିତି ଥିଲା, ତା’ର ମଧ୍ୟ ତଥ୍ୟ ଏୟାରପୋର୍ଟକୁ ମଗା ଯାଇଛି। 

Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe