Advertisment

ଅମ୍ରିତପାଲର ସହଯୋଗୀଙ୍କୁ ମୁକ୍ତ କର, ଅଲ୍ଟିମେଟମ୍‌ ଦେଲା ଅକାଲ ତଖତ୍‌

୨୪ ଘଣ୍ଟା ଭିତରେ ଅମ୍ରିତପାଲର ସମସ୍ତ ସହଯୋଗୀଙ୍କୁ ମୁକ୍ତ କରିବାକୁ ପଞ୍ଜାବ ସରକାରଙ୍କୁ ଅକାଲ ତଖତ୍‌ର ଜାଠେଦାର୍ ଜ୍ଞାନୀ ହର୍‌ପ୍ରିତ ସିଂହ କହିଛନ୍ତି।

Akal Takht Jathedar

Akal Takht Jathedar

Advertisment

ଧରାଦେଉନି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ସେ ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ନକେଦମ୍ ହୋଇ ସାରିଲାଣି। ଚାରିଆଡେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହାରି ଭିତରେ ପଞ୍ଜାବ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛି ଅକାଲ ତଖତ୍।

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସମସ୍ତ ସହଯୋଗୀଙ୍କୁ ମୁକ୍ତ କରିବାକୁ ସୋମବାର ପଞ୍ଜାବ ସରକାରଙ୍କୁ କହିଛନ୍ତି ଅକାଲ ତଖତ୍‌ର ଜାଠେଦାର୍ ଜ୍ଞାନୀ ହର୍‌ପ୍ରିତ ସିଂହ। ଏକ ଶିଖ୍ ସଂଗଠନର ବୈଠକରେ ଅଧ୍ୟକ୍ଷତା କରି ଜାଠେଦାର୍ ଏପରି କହିଛନ୍ତି। 

ସେ କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ଅମ୍ରିତପାଲର ସମସ୍ତ ସହଯୋଗୀଙ୍କୁ ଖଲାସ କରାନଗଲେ ସେମାନେ ‘ଖଲ୍‌ସା ୱାହିର’ କିମ୍ବା ଧାର୍ମିକ ପଦଯାତ୍ରା କରିବେ। ପୁଲସି କାର୍ଯ୍ୟାନୁଷ୍ଠାନ ବେଳେ ପଳାତକ ଅମ୍ରିତପାଲ ସିଂହର କେତେକ ସହଯୋଗୀଙ୍କୁ ଗିରଫ କରିଛି। ଏଥିସହ କିଛି ଅମ୍ରିତପାଲର ସହଯୋଗୀଙ୍କ ଉପରେ ପୁଲିସ ଜାତୀୟ ସୁରକ୍ଷା ଆଇନ୍ ଲାଗୁ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଏଥିପାଇଁ ନିନ୍ଦା କରିଛନ୍ତି। 

Advertisment

ଏହି ଘଟଣାରେ ଧରାପଡିଥିବା ସେହି ନିରୀହ ଶିଖ୍‌ମାନଙ୍କୁ ସେ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ଜାଠେଦାର୍ କହିଛନ୍ତି। ଅମ୍ରିତପାଲ ମାମଲାରେ ପ୍ରାୟ ୪୦୦ ଶିଖ ଯୁବକଙ୍କୁ ଗିରଫ କରାଯାଇଥିଲା । ଏଥିମଧ୍ୟରୁ କେବଳ ୧୯୮ ଜଣଙ୍କୁ ମୁକ୍ତ କରାଯାଇଛି, କିନ୍ତୁ ଶିଖ ସମ୍ପ୍ରଦାୟ ସମସ୍ତ ଶିଖଙ୍କୁ ମୁକ୍ତ କରିବାକୁ ଚାହୁଁଛି ବୋଲି ଜାଠେଦାର କହିଛନ୍ତି।

ସେପଟେ ଅକାଲ ତଖତ୍ ଜାଠେଦାର ଜ୍ଞାନୀ ହରପ୍ରିତ ସିଂହଙ୍କ ଅଲ୍ଟିମେଟମ୍‌କୁ ନେଇ ଜବାବ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ। ସେ କହିଛନ୍ତି, ରାଷ୍ଟ୍ର ବିରୋଧୀ କୌଣସି କାର୍ଯ୍ୟ କରିନଥିବା ସେହି ଲୋକମାନଙ୍କୁ ଖଲାସ କରିବାକୁ ପୁଲିସ୍ ଡିଜିଙ୍କୁ କୁହାଯାଇଛି। ତେବେ ଯଦି ରାଜ୍ୟରେ କେହି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଛଡ଼ାଯିବ ନାହିଁ। ସେହି ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଶିଖ ସଂଗଠନ, ବୁଦ୍ଧିଜୀବୀ, ଶିଖ ଆଇନଜୀବୀ, ସାମ୍ବାଦିକ, ଧାର୍ମିକ ତଥା ସାମାଜିକ ନେତାଙ୍କୁ ନେଇ ହୋଇଥିବା ଏହି ବୈଠକକୁ ନିଜେ ଜାଠେଦାର ଡାକିଥିଲେ। ଏହି ବୈଠକରେ ପରେ ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

Punjab Govt Amritpal Singh Punjab Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe