Advertisment

ସଂସଦର ନୂଆ ବିଲଡିଂ ଉଦଘାଟନ ଉତ୍ସବରେ ସାମିଲ ହେବ ଅକାଳୀ ଦଳ

ଓଡ଼ିଶାରେ କ୍ଷମତାସୀନ ବିଜେଡି ପରେ ଏବେ ପଞ୍ଜାବର ପ୍ରମୁଖ ଦଳ ଶିରୋମଣି ଅକାଳୀ ଦଳ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ସାମିଲ ହେବ ବୋଲି ଘୋଷଣା କରିଛି।

SAD

SAD

Advertisment

ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲ୍‌ଡିଂକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ ସେମାନେ ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରି ବିରୋଧୀ ଏକତାର ଶକ୍ତିପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ହେଲେ ଓଡ଼ିଶାରେ କ୍ଷମତାସୀନ ବିଜେଡି ପରେ ଏବେ ପଞ୍ଜାବର ପ୍ରମୁଖ ଦଳ ଶିରୋମଣି ଅକାଳୀ ଦଳ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ସାମିଲ ହେବ ବୋଲି ଘୋଷଣା କରିଛି। ବିରୋଧୀ ଦେଇଥିବା ବୟକଟ ଆହ୍ୱାନକୁ ଅଣ ଏନଡିଏ ଦଳ ଭାବେ ବିଜେଡି ଓ ଅକାଳୀ ଦଳ କୋଣଠେସା କରିଦେଇଛନ୍ତି।

ବିଜେଡି କହିଛି ଯେ ରାଷ୍ଟ୍ରପତି ଓ ସଂସଦର ଗାରିମା ରହିଛି। ବିରୋଧୀ ଉଠାଇଥିବା ପ୍ରସଙ୍ଗକୁ ନେଇ ପରିବର୍ତ୍ତୀ ସମୟରେ ବିତର୍କ କରାଯାଇ ପାରିବ। ତେଣୁ ବିଜେଡି ଉଦଘାଟନୀ ଉତ୍ସବରେ ସାମିଲ ହେବ।

Advertisment

ସେହିପରି କୃଷି ଆଇନକୁ ବିରୋଧ କରି ଏନଡିଏରୁ ଓହରି ଯାଇଥିବା ଅକାଳୀ ଦଳ ମଧ୍ୟ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ସାମିଲ ହେବ। ଅକାଳୀ ଦଳ ନେତା ଦଲଜୀତ ସିଂହ ଚୀମା କହିଛନ୍ତି, “ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ ହେବା ଦେଶ ପାଇଁ ଗର୍ବର ବିଷୟ। ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ଅକାଳୀ ଦଳ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବ। ବିରୋଧୀ ଦଳଗୁଡ଼ିକ ଉଠାଇଥିବା ପ୍ରସଙ୍ଗ ସହ ଆମେ ଏକମତ ନୁହଁ।”

କଂଗ୍ରେସ ସହିତ ଡିଏମ୍‌କେ, ଆପ୍, ଟିଏମ୍‌ସି, ଶିବ ସେନା (ୟୁବିଟି), ସମାଜବାଦୀ ପାର୍ଟି, ସିପିଆଇ, ଜେଏମ୍‌ଏମ୍‌, କେରଳ କଂଗ୍ରେସ (ମଣି), ଭିସିକେ, ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି), ଜେଡି(ୟୁ), ଏନ୍‌ସିପି, ସିପିଆଇଏମ୍‌, ରାଷ୍ଟ୍ରୀୟ ଜନତା ଦଳ (ଆରଏଲଡି), ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ), ନ୍ୟାଶନାଲ କନଫରେନ୍ସ (ଏନ୍‌ସି), ଆରଏସ୍‌ପି ଓ ଏମ୍‌ଡିଏମ୍‌କେ ପକ୍ଷରୁ ଉଦଘାଟନ ଉତ୍ସବକୁ ବୟକଟ କରାଯାଇଛି।

Parliament New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe