Advertisment

ମଝି ଆକାଶରେ ବ୍ୟାଗ୍‌ରେ ବୋମା ଅଛି କହି ଚିତ୍କାର କଲେ ଯାତ୍ରୀ

ଗତକାଲି ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ପୁଣେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଆକାଶ ଏୟାର ବିମାନ।

Akasa Air Flight

Akasa Air Flight

Advertisment

ମଝି ଆକାଶରେ ଆତଙ୍କ ଖେଳାଇଲେ ଯାତ୍ରୀ। ବ୍ୟାଗ୍‌ରେ ବୋମା ଅଛି କହି ଚିତ୍କାର କଲେ। ଫଳରେ ପୁଣେରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର୍‌ ବିମାନକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଥିଲା। ଏନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

Advertisment

ସୂଚନା ମୁତାବକ, ଗତକାଲି ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ପୁଣେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଆକାଶ ଏୟାର ବିମାନ। ତେବେ ଉଡାଣ ଭରିବାର ପ୍ରାୟ ୪୦ ମିନିଟ୍‌ ପରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗ୍‌ ବୋମା ଅଛି କହି ହଠାତ ଚିତ୍କାର କରିଥିଲେ। ଏହାପରେ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦର ଜରୁରୀ ଅବତରଣ କରାଯାଇଥିଲା।

ଶୁକ୍ରବାର ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଜଣେ ‘ସିଆଇଏସ୍‌ଏଫ୍‌’ ଅଫିସର୍‌ ମୁମ୍ବାଇ ପୁଲିସ ‌କଣ୍ଟ୍ରୋଲ୍‌କୁ ସୂଚନା ଦେବା ପରେ ପୁଲିସ ଅଧିକାରୀ ଏବଂ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ବିମାନ ବନ୍ଦରରେ ପହଞ୍ଚିଥିଲେ। ଯାତ୍ରୀମାନଙ୍କ ଲଗେଜ୍‌ ତଲାସ କରାଯାଇଥିଲା। କିନ୍ତୁ ତଦନ୍ତ ସମୟରେ ପୁଲିସ କ‌ୌଣସି ସନ୍ଦିଗ୍ଧ ସାମଗ୍ରୀ ପାଇନଥିଲା।

Advertisment

ତେବେ ପ୍ରକୃତରେ ଯେଉଁ ବ୍ୟକ୍ତି ଜଣକ ନିଜ ବ୍ୟାଗ୍‌ରେ ବୋମା ଅଛି ବୋଲି କହିଥିଲେ, ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିଲା। ତେଣୁ ସେ ବିମାନଟିକୁ ଅଟକାଇବାକୁ ଯାଇ ଏଭଳି ଗୁଜବ ସୃଷ୍ଟି କରିଥିଲେ। ଏମରଜେନ୍ସି ଲ୍ୟାଣ୍ଡିଂ ପରେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତି ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ପଠାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବୋମା ରଖିଥିବା କଥା ମିଥ୍ୟା ବୋଲି ଜଣା ପଡ଼ିବା ପରେ ଆଜି ସକାଳ ପ୍ରାୟ ୬ଟା ବେଳେ ଉକ୍ତ ବିମାନ ତା’ର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

Bomb Threat Emergency Landing Akasa Air Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe