Advertisment

ସାମନାକୁ ଆସିଲା ଆକାଶ ଆନନ୍ଦଙ୍କ ପ୍ରତିକ୍ରିୟା, ଦୁଇ ଦିନ ତଳେ ପଦଚ୍ୟୁତ କରିଥିଲେ ପିଉସୀ

ଗତ ୭ ତାରିଖରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ ସହ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
mayawati- & akash anand

mayawati- & akash anand

Advertisment

ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ପ୍ରମୁଖ ପଦ ସହ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ହଲଚଲ ସୃଷ୍ଟି ହୋଇଥିବା ବେଳେ ଏବେ ଆକାଶ ଆନନ୍ଦଙ୍କ ପ୍ରତିକ୍ରୟା ସାମନାକୁ ଆସିଛି।

Advertisment

ଆକାଶ ଆନନ୍ଦ ନିଜ X ହ୍ୟାଣ୍ଡେଲରେ ଟ୍ୱିଟ କରି ଲେଖିଛନ୍ତି, ଆଦରଣୀୟ ମାୟାବତୀଜୀ ଆପଣ ପୂରା ବହୁଜନ ସମାଜ ପାର୍ଟିର ଆଦର୍ଶ। ଆପଣଙ୍କ ଦୀର୍ଘ ବର୍ଷର ସଂଘର୍ଷ ଯୋଗୁ ଆମ ସମାଜକୁ ଏକ ନୂଆ ପରିଚୟ ମିଳିଛି। ଫଳରେ ବହୁଜନ ସମାଜ ପାର୍ଟି ସମ୍ମାନର ସହ ବଞ୍ଚିବା ଶିଖିଛି। ଆପଣ ସର୍ବଦା ଜଣେ ଗ୍ରହଣୀୟ ନେତା। ଆପଣଙ୍କ ଆଦେଶକୁ ଆଖିବୁଜି ସ୍ୱୀକାର କରୁଛି। ନିଜ ସମାଜ ପାଇଁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ।

ଗତ ୭ ତାରିଖରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବହୁଜନ ସମାଜ ପାର୍ଟି’ର ରାଷ୍ଟ୍ରୀୟ ସଂଯୋଜକ ପଦ ସହ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇ ଦେଇଛନ୍ତି।

Advertisment

ଦଳର ଗୁରୁ ଦାୟିତ୍ୱ ତୁଲାଇବା ନିମନ୍ତେ ଆକାଶ ଏବେ ଯଥେଷ୍ଟ ପରିପକ୍ୱ ହୋଇ ନାହାନ୍ତି। ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ଦାୟିତ୍ୱରୁ ଅନ୍ତର କରାଯାଉଛି ବୋଲି ମାୟାବତୀ ଟ୍ୱିଟ କରିଥିଲେ।

ମାୟାବତୀ ୨୦୧୯ ମସିହାରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲେ । ଏଥି ସହ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ମଧ୍ୟ କରିଥିଲେ । ଗତବର୍ଷ ଡିସେମ୍ବର ୧୦ ତାରିଖରେ ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ମାୟା ମାତ୍ର ଦୁଇ ଦିନ ତଳେ ସେ ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଥିବାରୁ ଏହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି।

Uttar Pradesh Mayabati BSP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe