Advertisment

ଆକାଶତୀର - ଡ୍ରୋନ ଆକ୍ରମଣ ବିରୋଧରେ ଭାରତର ସୁରକ୍ଷା କବଚ

ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା। ଆକାଶତୀର ସଂପୂର୍ଣ୍ଣଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରମାଣିତ କରୁଛି।

author-image
Debendra Prusty
Akash Teer

Akash Teer

ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲ ଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ ବିଫଳ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମେ ୯ ଓ ୧୦ ରାତିରେ ପାକିସ୍ତାନ ଭାରତର ସାମରିକ ଓ ବେସାମରିକ ଅଂଚଳ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ତାହା ଭାରତର ଏକ ଅଭେଦ୍ୟ ପ୍ରତିରକ୍ଷା ପ୍ରାଚୀରକୁ ଭେଦ କରିପାରିନଥିଲା, ତାହା ହେଉଛି ଆକାଶତୀର।

Advertisment

ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା। ଆକାଶତୀର ସଂପୂର୍ଣ୍ଣଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରମାଣିତ କରୁଛି। ଏହା ତୁଳନାରେ ପାକିସ୍ତାନ ବ୍ୟବହାର କରୁଥିବା ଏଚକ୍ୟୁ-୯ ଓ ଏଚକ୍ୟୁ-୧୬ ଭାରତର କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡ଼ିକୁ ଅଟକାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା, ଫଳରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏକ ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା ଆକାଶତୀର ରିଅଲ ଟାଇମରେ ନିଜର ଟାର୍ଗେଟକୁ ଧ୍ୱଂସ କରିଦେଇଥାଏ।

ଆକାଶତୀର ସମସ୍ତ ସମ୍ପୃକ୍ତ ପକ୍ଷ (କଣ୍ଟ୍ରୋଲ ରୁମ୍, ରାଡାର ଏବଂ ବାୟୁ ପ୍ରତିରକ୍ଷା ବନ୍ଧୁକ) ପାଇଁ ଏକ ସାଧାରଣ, ରିଅଲ-ଟାଇମ ବାୟୁକ୍ଷେତ୍ରର ଚିତ୍ର ପ୍ରଦାନ କରେ, ଯାହା ସମନ୍ୱିତ ବାୟୁ ପ୍ରତିରକ୍ଷା କାର୍ଯ୍ୟକୁ ସକ୍ଷମ କରିଥାଏ। ଏହା ଶତ୍ରୁ ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରର ଚିହ୍ନଟ, ଟ୍ରାକିଂ ଏବଂ କାର୍ଯ୍ୟକୁ ସ୍ୱୟଂଚାଳିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସିଷ୍ଟମ। ଏହା ବିଭିନ୍ନ ରାଡାର ସିଷ୍ଟମ, ସେନ୍ସର ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଏକ ଏକକ କାର୍ଯ୍ୟକ୍ଷମ ଢାଞ୍ଚାରେ ସମନ୍ୱିତ କରେ। ଆକାଶତୀର ବହୁବିଧ ଉତ୍ସରୁ ତଥ୍ୟ ସଂଗ୍ରହ କରେ, ଏହାକୁ ପ୍ରକ୍ରିୟାକରଣ କରେ ଏବଂ ସ୍ୱୟଂଚାଳିତ, ରିଅଲ-ଟାଇମ ନିଷ୍ପତ୍ତି ପାଇଁ ଅନୁମତି ଦିଏ। ଆକାଶତୀର ହେଉଛି ବ୍ୟାପକ ସିଫୋରଆଇଏସଆର (କମାଣ୍ଡ, ନିୟନ୍ତ୍ରଣ, ଯୋଗାଯୋଗ, କମ୍ପ୍ୟୁଟର, ବୁଦ୍ଧିମତ୍ତା, ନିରୀକ୍ଷଣ ଏବଂ ଯାଞ୍ଚ) ଫ୍ରେମୱାର୍କର ଏକ ଅଂଶ ଓ ଏହା ଅନ୍ୟ ସିଷ୍ଟମ ସହିତ ସମନ୍ୱୟ ରଖି କାର୍ଯ୍ୟ କରେ।

Advertisment

ଆକାଶତୀରର କ୍ଷମତା ଏହାର ପ୍ରବଳ ଶକ୍ତି ନୁହେଁ, ବରଂ ଏହାର ବୁଦ୍ଧିମତ୍ତା। ପାରମ୍ପରିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରାଉଣ୍ଡବେସଡ୍ ରାଡାର, ମାନବ ପରିଚାଳିତ ବ୍ୟବସ୍ଥା ଓ ଭୂମିରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟାଟେରି ଉପରେ ପର୍ଯ୍ୟବେଶିତ ହୋଇଥାଏ। ଅନ୍ୟପକ୍ଷରେ ଆକାଶତୀର ଏସବୁଠାରୁ ସଂପୂର୍ଣ୍ଣ ଅଲଗା। ଏହାକୁ ଏପରିଭାବେ ପ୍ରସ୍ତୁତ କରାଯାଇଛି ଯେ ଏହା ଯୁଦ୍ଧଭୂମିରେ ନିମ୍ନ ଉଚ୍ଚତାର ବାୟୁକ୍ଷେତ୍ର ଉପରେ ନଜର ରଖେ ଓ ଭୂମି ଭିତ୍ତିକ ବାୟୁପ୍ରତିରକ୍ଷା ଅସ୍ତ୍ରଗୁଡ଼ିକର ଦକ୍ଷତାର ସହ ପରିଚାଳନା କରେ। ଆକାଶତୀର ଭାରତର ରଣନୈତିକ ନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି, ଯାହାକି ଆତଙ୍କବାଦ ବିରୋଧରେ ଆତ୍ମରକ୍ଷାମୂଳକ ନୀତି ବଦଳରେ ଆକ୍ରାମକ ନୀତି ଉପରେ ପର୍ଯ୍ୟବେଶିତ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ପାକିସ୍ତାନର ଆଣବିକ ଧମକ ଆଉ କାମ ଦେବ ନାହିଁ ଓ ଆବଶ୍ୟକ ପଡ଼ିଲେ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ବିପଦଗୁଡ଼ିକୁ ନଷ୍ଟ କରାଯିବ। ଆମ ସାମରିକ ବାହିନୀରେ ଥିବା ଆକାଶତୀରର ଉପସ୍ଥିତି ଆମକୁ ଏକ ଆତ୍ମବିଶ୍ୱାସ ପ୍ରଦାନ କରୁଛି, କାରଣ ପାକିସ୍ତାନର ବାୟୁ ପ୍ରତିରକ୍ଷା କ୍ଷମତା ତୁଳନାରେ ଏହା ଆମକୁ ଆଗରେ ରଖୁଛି।

ଆକାଶତୀର ବିଶ୍ୱର ରଣନୈତିକ କୌଶଳ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଏହା ଭାରତକୁ ଏକ ଏଲିଟ୍ କ୍ଲବରେ ସାମିଲ କରିଛି, ଯାହା ପାଖରେ ସଂପୂର୍ଣ୍ଣ ସ୍ବୟଂକ୍ରିୟ ବାୟୁ ପ୍ରତିରୋଧକ କମାଣ୍ଡ ଓ ରିପୋର୍ଟିଂ ବ୍ୟବସ୍ଥା ରହିଛି। ଅନ୍ୟ ବାୟୁପ୍ରତିରକ୍ଷା ବ୍ୟବସ୍ଥା ତୁଳନାରେ ଏହା ସବୁଠାରୁ କମ ସମୟରେ ଶତ୍ରୁର ଆକ୍ରମଣକୁ ଦେଖେ, ନିଷ୍ପତ୍ତି ନିଏ ଓ ନଷ୍ଟ କରେ। ଏହା ଭ୍ରାମ୍ୟମାଣ ହୋଇଥିବାରୁ ଏହାକୁ ଯୁଦ୍ଧଭୂମିରେ ମୁତୟନ ଓ ବ୍ୟବହାର କରିବା ସହଜ। ପୁଣି ଏଥିରେ ବହୁମୁଖୀ ବ୍ୟବସ୍ଥା ସମନ୍ୱିତ ହୋଇଥିବାରୁ ଏହା ସହଜରେ ଶତ୍ରୁର ବିମାନ ଓ ଡ୍ରୋନକୁ ଚିହ୍ନଟ କରିପାରେ ଓ ନିଜସ୍ୱ ବିମାନ ଓ ଡ୍ରୋନକୁ ସୁରକ୍ଷିତ ରଖିଥାଏ।

ଆକାଶତୀରର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହା ବହୁବିଧ ଫିଡରୁ ତଥ୍ୟ ସଂଗ୍ରହ କରେ, ଯେପରିକି ପାଣିପାଗ, ଭୂଖଣ୍ଡ, ରାଡାର ଇଣ୍ଟରସେପ୍ଟରରୁ ତଥ୍ୟ ଗ୍ରହଣ କରିବାର କ୍ଷମତା ଏବଂ ବାସ୍ତବ-ସମୟ ନିଷ୍ପତ୍ତି ନେବା, ମିଶନକୁ ପୁନଃବିନ୍ୟାସ କରିବା ଏବଂ ସ୍ୱୟଂଚାଳିତ ଭାବରେ ଆକ୍ରମଣକୁ କାର୍ଯ୍ୟକାରୀ କରିବା। ଏହାର ଶକ୍ତି ଦେଖି ଅନେକ ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ ହୋଇଛନ୍ତି।

Pakistan Indian Army Drone Attack Akash Teer