ସେଙ୍ଗୋଲ ହଟାଇବାକୁ ନେଇ ହଙ୍ଗାମା, ବିଜେପି କହିଲା- କେହି ତାକୁ ହଟାଇପାରିବେ ନାହିଁ

ସେଙ୍ଗୋଲକୁ ହଟାଇ ତା'ସ୍ଥାନରେ ସମ୍ବିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି ହୋଇଛି।

replace Sengol

ସେଙ୍ଗୋଲ ଓ ସଂସଦ ଗୃହ

Madhupriya Mistry
  • Published: Thursday, 27 June 2024
  • Updated: 27 June 2024, 01:52 PM IST

ଲୋକସଭା ନର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଚାଲିଛି। ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଓ ବାଚସ୍ପତି ନିର୍ବାଚନ ପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏ ସବୁ ଭିତରେ ସଂସଦରେ ସ୍ଥାପତି ସେଙ୍ଗୋଲକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାକୁ ହଟାଇବାକୁ ନେଇ ହଙ୍ଗାମା ହୋଇଛି।

ସଂସଦ ଗୃହରେ ବାଚସ୍ପତି ଆସନ ନିକଟରେ ସ୍ଥାପିତ ସେଙ୍ଗୋଲ ହଟାଇବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଏ ନେଇ ଗୃହରେ ହୋହାଲ୍ଲା ହୋଇଛି। ସମାଜବାଦୀ ପାର୍ଟି (ଏସପି) ସେଙ୍ଗୋଲକୁ ରାଜତନ୍ତ୍ରର ପ୍ରତୀକ ବୋଲି କହି ଏହାକୁ ହଟାଇବା ସହ ତା'ସ୍ଥାନରେ ସମ୍ବିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି କରିଛି।

Also Read

ସମାଜାବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଆର୍‌କେ ଚୌଧୁରୀ କହିଛନ୍ତି, 'ସମ୍ବିଧାନ ବେଶ୍‌ ମହତ୍ତ୍ୱପୂର୍ଣ୍ଣୋ। ଏହା ଗଣତନ୍ତ୍ରର ପ୍ରତୀକ। ପୂର୍ବ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ସଂସଦରେ 'ସେଙ୍ଗୋଲ' ପ୍ରତିଷ୍ଠା କରିଥିଲେ। 'ସେଙ୍ଗୋଲ୍' ଅର୍ଥ 'ରାଜ-ଦଣ୍ଡ', ଏହା ରାଜା-ରାଜୁଡାଙ୍କ ପ୍ରତୀକ। ରାଜକୁମାର ବ୍ୟବସ୍ଥାକୁ ସମାପ୍ତ କରି ଦେଶ ସ୍ୱାଧୀନ ହେଲା। ତେବେ ଦେଶ 'ରାଜ ଦଣ୍ଡ' ଦ୍ୱାରା ପରିଚାଳିତ ହେବ ନା ସମ୍ବିଧାନ ଦ୍ୱାରା? ସମ୍ବିଧାନକୁ ବଞ୍ଚାଇବା ପାଇଁ ସେଙ୍ଗୋଲକୁ ସଂସଦରୁ ହଟାଇବାକୁ ମୁଁ ଦାବି କରୁଛି।'

ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଙ୍ଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶପଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ମୋ ସାଂସଦ ତାଙ୍କୁ ମନେ ପକାଇ ଦେଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ସାମଜାବଦୀ ପାର୍ଟିର ସାଂସଦଙ୍କ ଦାବିରେ ଏକମତ ହୋଇଛି।

ତେବେ ସେଙ୍ଗୋଲ ହଟାଇବା ଦାବି ଉଠିବା ପରେ ଏହାକୁ ନେଇ ବିଜେପି ବର୍ଷିଛି। ସପା ସାଂସଦ ଆର୍‌କେ ଚୌଧୁରୀଙ୍କ ବୟାନ ଉପରେ ବିଜେପି ସାଂସନ ଖଗେନ ମୁର୍ମୁ କହିଛନ୍ତି, ଏମାନେ ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ। ମୋଦି ଜୀ ସମ୍ବିଧାନକୁ ସମ୍ମାନ କରନ୍ତି। ସେପଟେ ବିଜେପି ସାଂସଦ ମହେଶ ଜେଠମାଲାନି କହିଛନ୍ତି ଯେ ସେଙ୍ଗୋଲ ହେଉଛି ଦେଶର ପ୍ରତୀକ। ସେଙ୍ଗୋଲ ପ୍ରତିଷ୍ଠା କରାଯାଇଥିଲା, ବର୍ତ୍ତମାନ ତାଙ୍କୁ କେହି ହଟାଇପାରିବେ ନାହିଁ।

ସେଙ୍ଗୋଲର ଇତିହାସ ବେଶ୍‌ ପୁରୁଣା। ଏହା ଚୋଳ ସାମ୍ରାଜ୍ୟରୁ ଆସିଛି। ଚୋଳ ସାମ୍ରାଜ୍ୟରେ ରାଜଦଣ୍ଡ ସେଙ୍ଗୋଲର ବ୍ୟବହାର କ୍ଷମତା ହସ୍ତାନ୍ତରଣ ବେଳେ ବ୍ୟବହାର କରାଯାଏ। ଏହି ରାଜଦଣ୍ଡ ଭାରତର ସ୍ୱତନ୍ତ୍ରତା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ପ୍ରତୀକ। ସେତେବେଳେ ବ୍ରିଟିଶଙ୍କ ଠାରୁ ସେଙ୍ଗୋଲ ରାଜଦଣ୍ଡ ଦ୍ୱାରା ହିଁ କ୍ଷମତା ହସ୍ତାନ୍ତର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story