Advertisment

ଅଖିଳେଶଙ୍କୁ ସିବିଆଇ ସମନ

ଆସନ୍ତାକାଲି ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅଖିଳେଶଙ୍କୁ କୁହାଯାଇଛି।

author-image
Madhupriya Mistry
Akhilesh Yadav

Akhilesh Yadav

ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ। ତାଙ୍କ ପାଖକୁ ସମନ ପଠାଇଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ ତଥା ସିବିଆଇ। ବେଇଆନ ଖଣି ଖନନ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିଛି।

Advertisment

ସୂଚନା ମୁତାବକ, ଅଖିଳେଶ ଯାଦବଙ୍କୁ ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୨୯ ତାରିଖରେ ଦିଲ୍ଲୀ ସ୍ଥିତି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ସାକ୍ଷୀ ରୂପେ ସାମିଲ ହେବାକୁ ସିବିଆଇ ସମନ ଜାରି କରିଥିବା ଜଣାପଡିଛି। ଏହି ମାମଲରେ ତାଙ୍କୁ ଆସନ୍ତାକାଲି ସିବିଆଇ ପଚରାଉଚରା କରିବ। 

୨୦୧୨-୧୩ ଖଣି ଖନନ ବିଭାଗ ପରିଚାଳନା କରୁଥିଲେ ଅଖିଳେଶ ଯାଦବ। ଏହି ସମୟରେ ହମିରପୁରରେ ଏକ ବେଆଇନ ଖଣି ଖନନ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜାନୁଆରୀ ୨୦୧୯ରେ ଉତ୍ତରପ୍ରଦେଶ, ଶାମଲି, କୌଶାମ୍ବୀ, ଫତେହପୁର, ଦେଓରିଆ, ସାହାରନପୁର, ହମିରପୁର ଏବଂ ସିଦ୍ଧାର୍ଥନଗରର ସାତୋଟି ଜିଲ୍ଲାରୁ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା। ଏହି ଏଫ୍‌ଆଇଆର୍‌ ଆଧାରରେ ତାଙ୍କୁ ସିବିଆଇ ଡକାଇଛି।

Advertisment

୨୦୧୬ରେ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ହମିରପୁରର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ବେଆଇନ ଖଣି ଖନନ ଅଭିଯୋଗ ଆସିଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲା। 

୨୦୧୨-୧୬ରେ ହମିରପୁର ଜିଲ୍ଲାରେ ଛୋଟ ଧରଣର ଖଣିକୁ ବେଆଇନ୍‌ ରୂପେ ଖନନ କରିବାକୁ ଲୋକଙ୍କୁ ଅନୁମତି ଦିଆଯାଇଥିଲା। ବେଆଇନ ରୂପେ ଖନନ ପାଇଁ ନୂଆ ଲାଇସେନ୍ସ ଦିଆଯାଇ ପୁରୁଣା ଲାଇସେନ୍ସକୁ ନବୀକରଣ କରାଯାଇଥିଲା। ଏହାକୁ ନେଇ ସିବିଆଇ ୧୫ ଜାନୁଆରୀ ୨୦୧୯ରେ ଉତ୍ତରପ୍ରଦେଶର ହମିରପୁର, ଜାଲୌନ, ନଏଡା, କାନପୁର ଓ ଲକ୍ଷ୍ନୌ ସମେତ ଦିଲ୍ଲୀ ୧୨ଟି ସ୍ଥାନରେ ରେଡ୍‌ କରିଥିଲା।   

Akhilesh Yadav Uttar Pradesh CBI CBI Summon Illegal Mining Case