Advertisment

୨୦୨୪ରେ କେମିତି ରହିବ ବିଜେପିର ପ୍ରଦର୍ଶନ? ବଡ଼ ଦାବି କଲେ ଅଖିଲେଶ ଯାଦବ

ଅଖିଲେଶ ଯାଦବ କହିଛନ୍ତି, ହୋଇପାରେ ବିଜେପି ଏଥର ରାଜ୍ୟର ସମସ୍ତ ୮୦ ଆସନରେ ହାରି ଯାଇପାରେ।

Akhilesh Yadav

Akhilesh Yadav

Advertisment

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ କେତୋଟି ଆସନ ଜିତିବ, ତା’କୁ ନେଇ ବଡ଼ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ଉତ୍ତର ପ୍ରଦେଶର ସମସ୍ତ ୮୦ ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖି ପାରେ ବୋଲି ସେ କହିଛନ୍ତି।

Advertisment

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅଖିଲେଶ ଯାଦବ କହିଛନ୍ତି, “ହୋଇପାରେ ବିଜେପି ଏଥର ସମସ୍ତ ୮୦ ଆସନରେ ହାରି ଯାଇପାରେ। ଦଳ ଦାବି କରୁଛି ଯେ ସେମାନେ ଦଶନ୍ଧି ଦଶନ୍ଧି ଧରି ଶାସନ କରିବେ। ତାଙ୍କ ନେତାମାନେ କହୁଛନ୍ତି ଦଳ ଆସନ୍ତା ୫୦ ବର୍ଷ ପାଇଁ ଶାସନ କରିବ।

ହେଲେ ଏବେ ତା’ର ଦିନ ଗଣିବା ଆରମ୍ଭ କଲାଣି। ଦଳର ଜାତୀୟ ସଭାପତି ରାଜ୍ୟର ୨ ମେଡିକାଲ କଲେଜକୁ ବୁଲିବା ପାଇଁ ଆସିବା ଦରକାର। ଏହାପରେ ସେ ଜାଣିପାରିବେ ଯେ ଦଳ ରାଜ୍ୟରେ କେତୋଟି ଲୋକସଭା ଆସନ ଜିତିବ।”

Advertisment

ଅଖିଲେଶ ଯାଦବ ବିଜେପିକୁ ପ୍ରଶ୍ନ ମଧ୍ୟ କରିଛନ୍ତି। ଲକ୍ଷ୍ନୌରେ ବିଜେପି ତା’ର ରାଜ୍ୟ କାର୍ଯ୍ୟକାରିଣୀ ଆୟୋଜନ କରୁଛି। ଏହାକୁ ଦୃଷ୍ଟିରେ ରଖି ଅଖିଲେଶ କହିଛନ୍ତି, “ବିଜେପି ବିଭେଦରେ ବିଶ୍ୱାସ ରଖିଛି। କ’ଣ ଦଳ ବଲୱନ୍ତ ସିଂହଙ୍କ ପରିବାରକୁ ୧ କୋଟିର ସହାୟତା ଓ ତାଙ୍କ ଘରର ଜଣଙ୍କୁ ସରକାରୀ ଚାକିରି ଦେବ? ବିଜେପି ପୁଲିସ ହେପାଜତରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୧ କୋଟି ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଗୋଟିଏ ସଂକଳ୍ପ ପାରିତ କରିବା ଦରକାର।”

ଡିସେମ୍ବର ୧୨ ତାରିଖ ରାତିରେ ୨୭ ବର୍ଷୀୟ ବ୍ୟବସାୟୀ ବଲୱନ୍ତ ସିଂହ କାନପୁର ପୁଲିସ୍‌ ହେପାଜତରେ ଥିବା ବେଳେ ପ୍ରାଣ ହରାଇଥିଲେ। ତେବେ ପୁଲିସ୍‌ ତାଙ୍କୁ ମାଡ଼ ମାରିବାରୁ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ବଲୱନ୍ତଙ୍କ ହାତ, ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଥିଲା। ହେଲେ ସରକାର ଠିକ ଭାବେ ଘଟଣାର ତଦନ୍ତ କରୁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Bjp Political News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe