/odisha-reporter/media/media_files/2025/11/20/baig-2025-11-20-17-40-47.jpg)
ଫେରାର ଆତଙ୍କୀ ବେଗ୍
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ସାମ୍ନାକୁ ଆସିଛି ଚକିତ କରିବା ଭଳି ଘଟଣା। ଫରଦାବାଦ ଟେରର ମଡ୍ୟୁଲର ପେଣ୍ଠସ୍ଥଳ କୁହାଯାଉଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୁରକ୍ଷା ଅଧିକାରୀଙ୍କ ହାତରେ ଲାଗିଛି ବଡ଼ ତଥ୍ୟ।
ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ର ମିରଜା ଶଦାବ ବେଗ ସହ ଦିଲ୍ଲୀ ବିସ୍ଫୋରଣ ଲିଙ୍କ ଥିବା ଜଣାପଡ଼ିଛି। କାରଣ ବେଗ ପୂର୍ବରୁ ଭାରତରେ ହୋଇଥିବା ଏକାଧିକ ବଡ଼ ଆତଙ୍କୀ ହମଲାରେ ସାମିଲ ଥିଲା। ନଭେମ୍ବର ୧୦ ଲାଲକିଲ୍ଲା ବିସ୍ଫୋରଣ ପରେ ସମସ୍ତଙ୍କ ନଜର ଅଲ ଫଲାହ ଉପରେ ରହିଛି। ଏବେ ଆତଙ୍କୀ ବେଗ ଏହାର ପୂର୍ବତନ ଛାତ୍ର ବୋଲି ପ୍ରମାଣ ମିଳିଛି।
ବେଗ ହେଉଛି ଉତ୍ତର ପ୍ରଦେଶ ଅନ୍ତର୍ଗତ ଆଜମଗଡ଼ର ମୂଳ ବାସିନ୍ଦା। ୨୦୦୮ ଦିଲ୍ଲୀ ଓ ଅହମଦାବାଦରେ ହୋଇଥିବା ସିରିଜ ବିସ୍ଫୋରଣରେ ସେ ଭାରତୀୟ ମୁଜାହିଦ୍ଦିନ ଭାବେ କାମ କରିଥିଲା। ଏହାପୂର୍ବରୁ ଅର୍ଥାତ ୨୦୦୭ରେ ସେ ଅଲ ଫଲାହ ବିଶ୍ୱବିଦ୍ୟାଳୟରୁ ବିଟେକ ଡିଗ୍ରୀ ହାସଲ କରିଥିଲା। ଏବେ ତା’ର ବିଶ୍ୱବିଦ୍ୟାଳୟ ପରିଚୟପତ୍ର ତଦନ୍ତକାରୀ ଟିମ ହାତରେ ଲାଗିଛି। ୨୦୦୮ ଦିଲ୍ଲୀ ବିସ୍ଫୋରଣ ପରେ ବେଗ ଭାରତରୁ ଫେରା ହୋଇଯାଇଛି। ଏଯାଏ ତା’ର କୌଣସି ପତ୍ତା ନାହିଁ। ଇଣ୍ଟରପୋଲର ରେଡ ନୋଟିସରେ ସେ ରହିଛି।
ଭାରତରୁ ଖସି ଯିବା ପରେ ସେ ପାକିସ୍ତାନରେ ପହଞ୍ଚିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସରେ ସାମିଲ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଯାଏ ସେ ଭାରତର ଅନ୍ୟତମ ମୋଷ୍ଟୱାଣ୍ଟଠେଡ ଆତଙ୍କବାଦୀ ଓ ୨୦୦୮ରୁ ତାକୁ ଖୋଜା ଚାଲିଛି।
ନଭେମ୍ବର ୧୦ରେ ଉମର ନବି ନାମକ ଜଣେ ଡାକ୍ତର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା। ନଭେମ୍ବର ୯ରେ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍ ଫରିଦାବାଦରେ ରେଡ କରିବା ସହ ୨୯୦୦ କେଜିର ବିସ୍ଫୋରକ ଠାବ କରିଥିଲେ।
ବିସ୍ଫୋରକ(Blast In Delhi) ମିଳିବା ସହ ପୁଲିସ୍ ଉମରର କିଛି ସହଯୋଗୀଙ୍କୁ ଗିରଫ କରିଥିଲା। ଏଥିରେ ଡରି ଯାଇ ଭୟରେ ଫରିଦାବାଦ ଛାଡ଼ି ଦେଇଥିଲା ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୧୦ରେ ସେ ଲାଲକିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୫ ଜଶ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।
ଉମର ଠାରୁ ଆରମ୍ଭ କରି ବିସ୍ଫୋରକ ସହ ଗିରଫ ହୋଇଥିବା ସମସ୍ତେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରୁଥିଲେ। ସେହିପରି ବିସ୍ଫୋରଣ ପରଠାରୁ ଅଲ ଫଲାହର ୧୦ ଜଣ ଅଧିକାରୀ ମଧ୍ୟ ଫେରାର ହୋଇ ଯାଇଛନ୍ତି। ଏହାକୁ ନେଇ ଅଲ ଫଲାହର ଭୂମିକା ସନ୍ଦେହ ଘେରକୁ ଆସିଛି। ଏପରି ଏକ ସ୍ଥିତିରେ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ର ଆତଙ୍କୀ ବନି ଯାଇଥିବା ଖବର ସମସ୍ତଙ୍କୁ ଚକିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
