Advertisment

Blast In Delhi: ୯ ସଂସ୍ଥାର ଚଳାଉଥିଲେ ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ଠକେଇ ମାମଲାରେ ଏକଦା ଯାଇଥିଲେ ଜେଲ୍‌

ଶିକ୍ଷା, ସଫ୍ଟୱେୟାର, ଆର୍ଥିକ ସେବା ଓ ଶକ୍ତି ଭଳି ୯ କ୍ଷେତ୍ର ସହ ଜାଭେଦଙ୍କ ବ୍ୟବସାୟ ଜଡ଼ିତ। ତେବେ ଅଧିକାଂଶ କ୍ଷେତ୍ରର ଠିକଣା ଗୋଟିଏ ରହିଥିବାରୁ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।

Javed

ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା

Advertisment

ଦିଲ୍ଲୀ ବିସ୍ଫୋରଣ ପରେ ସମସ୍ତଙ୍କ ଫୋକସରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ। ଲାଲକିଲ୍ଲା ଆତ୍ମଘାତୀ ହମଲାର ତଦନ୍ତ ପରିସରକୁ ଆସିଛନ୍ତି ଫରିଦାବାଦରେ ଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଟ୍ରଷ୍ଟି ଜାଭେଦ ଅହମଦ ସିଦ୍ଦିକୀ। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ଶକୀଲ ଓ ଡାକ୍ତର ଶାହୀନ ସୟିଦ ଏବେ ଗିରଫ ହୋଇଛନ୍ତି।

Advertisment

ବିଶ୍ୱବିଦ୍ୟାଳୟର ଆଉ ଜଣେ ଡାକ୍ତର ଉମର ନବି ସୋମବାର ବିସ୍ଫୋରଣ(Blast In Delhi)ରେ ନିଜକୁ ଉଡ଼ାଇ ଦେଇଛି। ଏଥିପାଇଁ ଲାଲକିଲ୍ଲା ବିସ୍ଫୋରଣ ସହ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତାଙ୍କ କି ଲିଙ୍କ ରହିଛି, ତା’ର ଖୋଳତାଡ଼ ଆରମ୍ଭ କରିଛି। ସେହିପରି ବିଶ୍ୱବିଦ୍ୟାଳୟର ପାଣ୍ଠି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି।

ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମଦଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ଏକଦା ୭.୫ କୋଟି ଠକେଇ ମାମଲାରେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ଠକେଇ ମାମଲା ପାଇଁ ଜାଭେଦ ଓ ତାଙ୍କର ସହଯୋଗୀଙ୍କୁ ୩ ବର୍ଷର ଜେଲଦଣ୍ଡ ମିଳିଥିଲା। ଏବେ ଏହାକୁ ମଧ୍ୟ ପୁଲିସ୍‌ ଦୃଷ୍ଟିରେ ରଖି ତଦନ୍ତ କରୁଛି। 

Advertisment

ଏସବୁ ଭିତରେ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ମହମ୍ମଦ ରାଜି ସମସ୍ତ ପ୍ରକାରର ଠକେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ଡାକ୍ତର ମୁଜାମିଲ ଶକୀଲର ନିଯୁକ୍ତିକୁ ନେଇ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା ମଧ୍ୟ ସେ କହିଛନ୍ତି। 

ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକୀଙ୍କ ଜନ୍ମ ପ୍ରଦେଶର ମହୱରେ। ତାଙ୍କ ଅଧୀନରେ ମୋଟ ୯ଟି କମ୍ପାନୀ ବା ସଂସ୍ଥା ରହିଥିଲା। ସବୁ କିଛି ଅଲ ଫଲାହ ଚ୍ୟାରିଟେବୁଲ ଟ୍ରଷ୍ଟ ସହ ଜଡ଼ିତ। ଏହି ଟ୍ରଷ୍ଟ ହିଁ ବିଶ୍ୱବିଦ୍ୟାଳୟକୁ ପରିଚାଳନା କରେ।

ଶିକ୍ଷା, ସଫ୍ଟୱେୟାର, ଆର୍ଥିକ ସେବା ଓ ଶକ୍ତି ଭଳି ୯ କ୍ଷେତ୍ର ସହ ଜାଭେଦଙ୍କ ବ୍ୟବସାୟ ଜଡ଼ିତ। ତେବେ ଅଧିକାଂଶ କ୍ଷେତ୍ରର ଠିକଣା ଗୋଟିଏ ରହିଥିବାରୁ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଅଧିକାଂଶ କମ୍ପାନୀର ଠିକଣା ଦିଲ୍ଲୀର ଜାମିଆ ନଗରର ଅଲ ଫଲାହ ହାଉସ ବୋଲି ଉଲ୍ଲେଖ ରହିଛି। 

ଜାଭେଦଙ୍କ ୯ କମ୍ପାନୀ 

୧- ଅଲ ଫଲାହ ଇନଭେଷ୍ଟମେଣ୍ଟ(ପ୍ରଥମ କମ୍ପାନୀ ୧୯୯୨ରେ ଆରମ୍ଭ ହୋଇଥିଲା) 
୨- ଅଲ ଫଲାହ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ(ଏଠାରେ ଶକୀଲ, ଶାହୀନ ଓ ଅନ୍ୟ ଆତଙ୍କୀମାନେ କାମ କରୁଥିଲେ) 

୩- ଅଲ ଫଲାହ ଡେଭଲପର୍ସ ପ୍ରାଇଭେଟ ଲିଃ 

୪- ଅଲ ଫଲାହ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଫାଉଣ୍ଡେସନ 

୫- ଅଲ ଫଲାହ ଏଡୁକେସନ ସର୍ଭିସ ପ୍ରାଇଭେଟ ଲିଃ 

୬- ଏମଜେଏଚ୍‌ ଡେଭଲପର୍ସ ପ୍ରାଇଭେଟ ଲିଃ 

୭- ଅଲ ଫଲାହ ସଫ୍ଟୱେୟାର ପ୍ରାଇଭେ ଲିଃ 

୮- ଅଲ ଫଲାହ ଏନର୍ଜୀ ପ୍ରାଇଭେଟ ଲିଃ 

୯- ତରବାଇ ଏଡୁକେସନ ଫାଉଣ୍ଡେସନ 

ଏହି ୯ଟି ଯାକ ସଂସ୍ଥା ୨୦୧୯ ଯାଏ ବେଶ ସକ୍ରିୟ ରହିଥିଲା। କିନ୍ତୁ ଏହାପରେ ଅଧିକାଂଶ ବନ୍ଦ ହୋଇଯାଇଛି କିମ୍ବା ନିଷ୍କ୍ରିୟ ହୋଇଯାଇଛି। ବାସ୍ତବରେ ଅଲ ଫଲାହ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ ୧୯୯୭ରେ ଗୋଟିଏ ଇଞ୍ଜିନିୟରିଂ କଲେଜ ରୂପରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ମେଡିକାଲ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ୨୦୧୪ରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଓ ୨୦୧୫ରେ ଏହାକୁ ୟୁଜିସି ମାନ୍ୟତା ମିଳିଥିଲା। 

ଏହା ୭୮ ଏକର ଜମିରେ କାର୍ଯ୍ୟକ୍ଷମ। ଏବେ କିନ୍ତୁ ଏହା ନାକ ତଦନ୍ତର ସମ୍ମୁଖୀନ ହେଉଛି। ଅଲ ଫଲାହ ବିଲଡିଂରେ ମଧ୍ୟ ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟର ଅଫିସ ରହିଛି। ଦିଲ୍ଲୀରା ନ୍ୟୁ ଫ୍ରେଣ୍ଡସ କଲୋନୀ ପୁଲିସ୍‌ ଷ୍ଟେସନରେ ଜାଭେଦ ଅହମଦଙ୍କ ନାଁରେ ରୁଜୁ ହୋଇଥିବା ପୁରୁଣା କେସ୍‌ ଏବେ ସାମ୍ନାକୁ ଆସିଛି। ଅଭିଯୋଗ ହୋଇଥିଲା ଯେ ଜାଭେଦ ଓ ଅନ୍ୟମାନେ ନକଲି ନିବେଶ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଅଲ ଫଲାହ ଗ୍ରୁପ ଅଫ କମ୍ପାନୀରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲେ।

ଶେୟାର ନାଁରେ ଲୋକମାନେ ଟଙ୍କା ଦେଉଥିବା ବେଳେ ଏହା ସିଧା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଇଥିଲା। ଏପରି ଭାବେ ପ୍ରାୟ ୭.୫ କୋଟି ଟଙ୍କାର ଠକେଇ ହୋଇଥିଲା। ଜାଭେଦଙ୍କୁ ୨୦୦୧ରେ ଗିରଫ କରାଯାଇଥିଲା।

୨୦୦୩ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ୨୦୦୪ ଫେବୃଆରୀ ଯାଏ ତାଙ୍କୁ ଜାମିନ ମିଳି ନଥିଲା। ଏହାପରେ ସେ ଜାମିନ ପାଇଥିଲେ। ଠକେଇ ଟଙ୍କା ଲୋକଙ୍କୁ ଫେରାଇବାକୁ ରାଜି ହେବାରୁ ତାଙ୍କୁ ଜାମିନ ମିଳିଥିଲା। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe