Advertisment

Blast In Delhi: ଲାଲକିଲ୍ଲା ବିସ୍ଫୋରଣ: ବିଲଡିଂ ନମ୍ବର ୧୭, ରୁମ ନମ୍ବର ୧୩ରେ କ’ଣ ଚାଲିଥିଲା?

ବାଳକ ହଷ୍ଟେଲର ବିଲଡିଂ ନମ୍ବର ୧୭ର ରୁମ ନମ୍ବର ୧୩ ପାଲଟିଥିଲା ଆତଙ୍କବାଦୀ ଗତିବିଧିର ପେଣ୍ଠସ୍ଥଳ। ଧଳା କଲାର ଟେରର ମଡ୍ୟୁଲର ଗୁପ୍ତ ମିଟିଂର ଆଡ୍ଡା ବନିଥିଲା ଏହି ରୁମ।

Room-no-13

ଏ ସେହି ବିଲଡିଂ

Advertisment

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ଆତଙ୍କବାଦୀ ହମଲାରେ ବଡ଼ ଖୁଲାସା। ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟର ହଷ୍ଟେଲ ସହ ରହିଛି ଏହି ଆତଙ୍କୀ ହମଲାର ଲିଙ୍କ। ବାହାରକୁ ସାଧାରଣ ହଷ୍ଟେଲ ରୁମ ଭଳି ଦେଖାଯାଉଥିବା ଏହି ବିଲଡିଂରେ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ ହୋଇଥିବା ଡାକ୍ତରମାନେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଆତଙ୍କବାଦ ଚେର ପୋତିବାକୁ କରୁଥିଲେ ଷଡ଼ଯନ୍ତ୍ର।

Advertisment

ବାଳକ ହଷ୍ଟେଲର ବିଲଡିଂ ନମ୍ବର ୧୭ର ରୁମ ନମ୍ବର ୧୩ ପାଲଟିଥିଲା ଆତଙ୍କବାଦୀ ଗତିବିଧିର ପେଣ୍ଠସ୍ଥଳ। ଧଳା କଲାର ଟେରର ମଡ୍ୟୁଲର ଗୁପ୍ତ ମିଟିଂର ଆଡ୍ଡା ବନିଥିଲା ଏହି ରୁମ। ସିକ୍ରେଟ ମିଟିଂରେ ଯୋଗ ଦେଇଥିବା ଜଣଙ୍କ ପରେ ଜଣେ ଧଳା କରର ଆତଙ୍କବାଦୀଙ୍କୁ ଏବେ ସୁରକ୍ଷାକର୍ମୀ ଧରିବାରେ ଲାଗିଛନ୍ତି। 

ସୋମବାର ଦିଲ୍ଲୀର ଲାଲକିଲ୍ଲାରେ ଆତ୍ମଘାତୀ କାର ବିସ୍ଫୋରଣ କରିଥିବା ଡାକ୍ତର ଉମର ନବି ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ସେହି ଆତ୍ମଘାତୀ ହମଲାରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସମସ୍ତଙ୍କ ଫୋକସ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଉପରେ ରହିଛି।

Advertisment

ବିସ୍ଫୋରଣ ପୂର୍ବରୁ ଅଲ ଫଲାହରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ଶକୀଲର ଦୁଇଟି ଭଡ଼ା କରୁ ମିଳିଥିଲା ୨୯୦୦ କେଜିର ବିସ୍ଫୋରକ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ମହିଳା ୱିଙ୍ଗ ଭାରତରେ ପ୍ରତିଷ୍ଠା କରିବାର ଦାୟିତ୍ୱ ପାଇଥିବା ଡାକ୍ତର ଶାହୀନ ଶାହିଦ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲା। 
ମୁଜାମିଲ ଓ ଶାହୀନକୁ ଗିରଫ କରାଯାଇଥିବା ବେଳେ ଉମର ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ସେହିପରି ବିଶ୍ୱବିଦ୍ୟାଳୟରେ କାମ କରୁଥିବା କଶ୍ମୀର ଭିତ୍ତିକ ଡାକ୍ତର ନିସାର ଉଲ ହାସନ ବିସ୍ଫୋରଣ ଘଟଣା ପରଠାରୁ ଫେରାର ରହିଛି। 

ଆତଙ୍କବାଦର ଠିକଣା ରୁମ ନମ୍ବର ୧୩ 

ହଷ୍ଟେଲ ବିଲଡିଂରେ ଥିବା ରୁମ ନମ୍ବରରେ ରହୁଥିଲା ଡାକ୍ତର ମୁଜାମିଲ। ତା’ ମୂଳଘର କଶ୍ମୀରର ପୁଲୱାମାରେ। ଏହି ରୁମ ଭିତରେ ସେ ଅନ୍ୟ କଠୋରପନ୍ଥୀ ଡାକ୍ତରମାନଙ୍କୁ ଭେଟୁଥିଲା ଓ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କେମିତି ଏକକାଳୀନ ବିସ୍ଫୋରଣ କରାଯିବ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ବାସ୍ତବରେ ବାବ୍ରୀ ମସଜିଦ ଭଙ୍ଗା ଯିବାର ବର୍ଷପୂର୍ତ୍ତି ଅର୍ଥାତ ଡିସେମ୍ବର ୬ରେ ସିରିଜ ବିସ୍ଫୋରଣର ଯୋଜନା ରହିଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ଏପରି ଖୁଲାସା କରିଛନ୍ତି। 

ତଦନ୍ତରୁ ଜଣାପଡ଼ିଛି ଯେ କଠୋରପନ୍ଥୀ ଡାକ୍ତରମାନେ ରୁମ ନମ୍ବର ୧୩କୁ ସେମାନଙ୍କ ଆଡ୍ଡା ବନାଇ ଦେଇଥିଲେ। ଏଠାରେ ସେମାନେ ବିଶ୍ୱବିଦ୍ୟାଳୟର ଲ୍ୟାବରୁ କେମିତି କେମିକାଲ ସବୁ ହଷ୍ଟେଲ ରୁମକୁ ଆସିବ, ତା’ର ଆଲୋଚନା କରିଥିଲେ। ଘଟଣା ପରେ ପୁଲିସ୍‌ ରୁମକୁ ସିଲ କରିଛି। ରୁମରୁ ଏକାଧିକ ଡାଏରୀ, ବିଦ୍ୟୁତ ଉପକରଣ ଓ ପେନ ଡ୍ରାଇଭ ମିଳିଛି।

ରୁମ ନମ୍ବର ୧୩ରୁ କେମିକାଲର ନମୁନା ମଧ୍ୟ ମିଳିଛି। ଆମୋନିୟମ ନାଇଟ୍ରେଟ ଓ ମେଟାଲିକ ଅକ୍ସଡାଇସରେ ଏହି କେମିକାଲକୁ ରୁମ ଭିତରେ ହିଁ ବିସ୍ଫୋରଣ(Blast In Delhi) ତିଆରି କରାଯାଇଥିବା ଅନୁମାନ କରାଯାଉଛି। ଲାଲକିଲ୍ଲା ବିସ୍ଫୋରଣରେ ଆମୋନିୟମ ନାଇଟ୍ରେଟ ଫ୍ୟୁଏଲ ଅଏଲ(ଏଏନଏଫଓ) ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। 

ସୂତ୍ର ଅନୁସାରେ, ଡାକ୍ତର ଉମର ଓ ଡାକ୍ତର ଶାହୀନ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ଲ୍ୟାବରୁ ଡାକ୍ତର ମୁଜାମିଲ ଧୌଜ ଓ ତାଗା ଗାଁରେ ଭଡ଼ାରେ ନେଇଥିବା ରୁମକୁ କେମିକାଲ ସ୍ଥାନାନ୍ତର କରିଥିଲେ। ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏପରି କେମିକାଲର ବ୍ୟବହାର କରାଯାଇଥିଲା।

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe