ସୋଏବ ଓ ଉମର (ଫାଇଲ ଫଟୋ)
ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ(Blast In Delhi)ରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଆଉ ଜଣଙ୍କୁ ଗିରଫ କରିଛି। ନଭେମ୍ବର ୧୦ରେ ବିସ୍ଫୋଣ କରିଥିବା ଆତ୍ମଘାତୀ ଆତଙ୍କୀ ଉମର ଉନ ନବିକୁ ସହାୟତା କରିଥିବା ଘଟଣାରେ ଏପରି ଗିରଫଦାରୀ ହୋଇଛି। ଗିରଫ ଯୁବକ ଜଣଙ୍କ ଫରିଦାବାଦର ଅଲ ଫଲହା ବିଶ୍ୱବିଦ୍ୟାଳୟର ହସ୍ପିଟାଲରେ ୱାର୍ଡବୟ ଭାବେ କାମ କରୁଥିଲା।
ନଭେମ୍ବର ୧୦ ଆତଙ୍କବାଦୀ ଆକ୍ରମଣର କିଛି ସମୟ ପୂର୍ବରୁ ଗିରଫ ହୋଇଥିବା ସୋଏବ ନିଜ ଭାଉଜଙ୍କ ଘରେ ଆତଙ୍କୀ ଉମରକୁ ଆଶ୍ରୟ ଦେଇଥିଲା। ଏଥିସହ ତା’କୁ ଲଜିଷ୍ଟିକ ସହାୟତା ଯୋଗାଇ ଦେଇଥିଲା। ଗିରଫ ପରେ ସୋଏବକୁ ଏନଆଇଏ ୭ ଦିନିଆ ରିମାଣ୍ଡରେ ନେଇଛି। ତା’ଠାରୁ ଉମର ସମ୍ପର୍କରେ ଅଧିକୁ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ଏନଆଇଏ।
ଜମ୍ମୁ-କଶ୍ମୀର ପୁଲିସ୍ ପର୍ଦ୍ଦାଫାସ କରିଥିବା ହ୍ୱାଇଟ କଲାର ଟେରର ମଡ୍ୟୁଲର ଅଂଶବିଶେଷ ହେଉଛି ଡାକ୍ତର ଉମର। ତା’ ସହ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଶାହୀନ ସୟିଦ, ମୁଜାମିଲ ଶକୀଲ ଓ ଆଦିଲ ରାଥେରକୁ ପୂର୍ବରୁ ଏନଆଇଏ ଗିରଫ କରିସାରିଛି। ଏନଆଇଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୋଏବର ଘର ହେଉଛି ଫରିଦାବାଦର ଧୌଜରେ। ସେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୭ ବ୍ୟକ୍ତି ଭାବେ ଗିରଫ ହୋଇଛି।
ସୋଏବ ଅଲ ଫଲାହରେ ୱାର୍ଡବୟ ଭାବେ କାମ କରୁଥିଲା। ଏଥିସହ ଉମର ଓ ମୁଜାମିଲକୁ ବେଶ ଭଲ ଭାବେ ଜାଣିଥିଲା। ମେୱାତରୁ ସେ ଉମର ଓ ମୁଜାମିଲ ପାଖକୁ ବିଭିନ୍ନ ଲୋକଙ୍କୁ ନେଉଥିଲା। ସେମାନେ ତା’ ସହ ନିୟମିତ ଯୋଗାଯୋଗରେ ରହିଥିଲେ।
ନୁହରେ ଥିବା ନିଜ ଭାଉଜଙ୍କ ଘରେ ଉମରର ରହିବା ପାଇଁ ସୋଏବ ବ୍ୟବସ୍ଥା କରିଥିଲା। ସେହିପରି ଆଉ ଗୋଟିଏ ଠିକଣାରେ ମଧ୍ୟ ସେ ଉମରକୁ ଆଶ୍ରୟ ଦେଇଥିଲା। ଆକ୍ରମଣ ପୂର୍ବରୁ ଉମରର ଯିବା ଆସିବା କଥା ବୁଝିଥିଲା ସୋଏବ।
ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଉମର ନବି ଆଇ ୨୦ କାର ଦ୍ୱାରା ଲାଲକିଲ୍ଲା ନିକଟରେ ଏପରି ବିସ୍ଫୋରଣ କରିଥିଲା। ଉମର ମଧ୍ୟ ଅଲ ଫଲହା ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/26/haryana1-2025-11-26-17-38-39.jpg)