Advertisment

ଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ସେଲର ସଦସ୍ୟମାନେ ଭାରତରେ ବଡ଼ଧରଣର ଆତଙ୍କବାଦୀ ହମଲା ପାଇଁ ମସୁଧା କରୁଥିଲେ। ଭାରତକୁ ଦୋହଲାଇ ଦେବା ଭଳି କାମ କରିବା ଏମାନଙ୍କର ଲକ୍ଷ୍ୟ ଥିଲା।

author-image
Hemant Lenka
Terror

Terror

କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି। ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପୁଲିସ୍‌ ସହ ମିଶି ଭାରତ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌।

Advertisment

ଏହି ସେଲର ସଦସ୍ୟମାନେ ଭାରତରେ ବଡ଼ଧରଣର ଆତଙ୍କବାଦୀ ହମଲା ପାଇଁ ମସୁଧା କରୁଥିଲେ। ଭାରତକୁ ଦୋହଲାଇ ଦେବା ଭଳି କାମ କରିବା ଏମାନଙ୍କର ଲକ୍ଷ୍ୟ ଥିଲା। ଦିଲ୍ଲୀ ପୁଲିସ୍‌ ଗୋଟିଏ ବିବୃତିରେ କହିଛି ଯେ ଏହି ଟେରର ମଡ୍ୟୁଲ ବା ସେଲର ନେତୃତ୍ୱ ରାଞ୍ଚିରେ ଥିବା ଡାକ୍ତର ଇସ୍ତିୟାକ ନେଉଥିଲା।

ଭାରତ ଭିତରେ ବଡ଼ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଏହି ସେଲର ଲକ୍ଷ୍ୟ ରହିଥିଲା। ସେଲର ସଦସ୍ୟମାନଙ୍କୁ ବନ୍ଧୁକ ଚାଳନା ଠାରୁ ବିଭିନ୍ନ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପର ତାଲିମ ବିଭିନ୍ନ ସ୍ଥାନରେ ଦିଆଯାଉଥିଲା।

Advertisment

ପ୍ରଥମେ ଦିଲ୍ଲୀ ପୁଲିସ୍‌କୁ ଆତଙ୍କୀ ସେଲ ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ସେଲର ଉଦ୍ଦେଶ୍ୟ ଓ ଠିକଣା ଜଣାପଡ଼ିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଦିଲ୍ଲୀ ପୁଲିସ୍‌ ଖବର ପାଇବା ପରେ ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରିଥିଲେ। ଏମାନଙ୍କ ସହ ମିଶି ଟେରର ସେଲର ପର୍ଦ୍ଦାଫାସ କରିଥିଲା।

ଅପରେସନ ବେଳେ ରାଜସ୍ଥାନର ଭିୱାଡି ଠାରୁ ୬ ଜଣ ଧରାପଡ଼ିଥିଲେ। ଏଠାରେ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ଦିଆଯାଉଥିଲା। ଏହାପରେ ଝାରଖଣ୍ଡ ଓ ଉତ୍ତର ପ୍ରଦେଶରୁ ୮ ଜଣଙ୍କୁ ଗିରଫ କରାଯାଇଛି।

ପୁଲିସ୍‌ ସେମାନଙ୍କ ଠିକଣାରୁ ବିଭିନ୍ନ ପ୍ରକାରର ଗୁଳିଗୋଳା ଓ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତ ପୁସ୍ତିକା ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ରେଡ କରି ସେଲର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛି।

Delhi Terror Threat