ALH Dhruva
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ତଟ୍ଟରକ୍ଷୀ ବାହିନୀର ହେଲିକପ୍ଟର। ଜରୁରୀ ଅବତରଣ କରାଇଲେ ପାଇଲଟ୍। ଭାରତୀୟ କୋଷ୍ଟ ଗାର୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି କେରଳର କୋଚ୍ଚିରେ ପାଇଲଟ୍ ମାର୍କ-ଥ୍ରୀ ହେଲିକପ୍ଟର ଏଏଲଏଚ୍ ଧ୍ରୁବର ପରୀକ୍ଷଣ କରୁଥିଲେ। ଏହି ସମୟରେ କୌଣସି କାରଣରୁ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରେ ବାଧ୍ୟ ହୋଇ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।
ମିଳିଥିବା ସୂଚନା ଅନୁସାରେ, ହେଲିକପ୍ଟରଟି ୨୫ ଫୁଟ ଉପରେ ଥିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଇଲଟ୍ ଅତି ସତର୍କତାର ସହ ହେଲିକପ୍ଟରର ଜରୁରୀ ଅବତରଣ କରାଇଥିଲେ ଏବଂ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ହେଲିକପ୍ଟର। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏଥିରେ କେହି ମୃତାହତ ହୋଇନାହାନ୍ତି।
ଗତ ମାର୍ଚ୍ଚ ୮ ତାରିଖରେ ମୁମ୍ବାଇ ତଟରେ ନୌସେନାର ଚପର ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ଏଏଲଏଚ୍ ଧ୍ରୁବ ଉପରେ ନଜର ରଖାଯାଇଥିଲା। ଏପରିକି ଧ୍ରୁବର ଉଡାଣ ଉପରେ ରୋକ ଲଗାଯାଇଥିଲା। ଧ୍ରୁବ ହେଲିକପ୍ଟର କିଭଳି ପୂର୍ବଭଳି ସେନାରେ ନିୟୋଜିତ ହୋଇପାରିବ ସେନେଇ ଉଦ୍ୟମ ଜାରି ରହିଥିଲା। ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଭାରତୀୟ ତଟ୍ଟରକ୍ଷୀ ବହିନୀରେ ନିୟୋଜିତ ଧ୍ରୁବ ହେଲିକପ୍ଟରର ଜରୁରୀ କାଳୀନ ଅବତରଣ ଘଟଣା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ALH_Dhruva_1679820762.jpg)