Advertisment

ଆହ୍ଲାବାଦ ଓ ଫୈଜାବାଦ ପରେ ଏବେ ଅଲୀଗଡ଼ର ପାଳି

ସୋମବାର ପୌରନିଗମର ମେୟର ପ୍ରଶାନ୍ତ ସିଙ୍ଘଲ ନାଁ ପରିବର୍ତ୍ତନ ପାଇଁ ଗୋଟିଏ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

aligarh

aligarh

Advertisment

ଉତ୍ତର ପ୍ରଦେଶରେ ପୁଣି ସହରର ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂର୍ବରୁ ସରକାର ଆହ୍ଲାବାଦ ଓ ଫୈଜାବାଦର ନାଁକୁ ପରିବର୍ତ୍ତନ କରିଥିଲେ। ଏବେ ଏହି ତାଲିକାରେ ରାଜ୍ୟର ଆଉ ଏକ ପ୍ରମୁଖ ସହର ଅଲୀଗଡ଼ ସାମିଲ ହେବାକୁ ଯାଉଛି। ଅଲୀଗଡ଼ ପୌରନିଗମ ସର୍ବସମ୍ମତିକ୍ରମେ ନାଁ ବଦଳାଇବା ପ୍ରସ୍ତାବ ଉପରେ ମୋହର ମାରିଛି। ଏଣିକି ଅଲୀଗଡ଼ର ନାଁ ହରିଗଡ଼ ଭାବେ ପରିଚୟ ହାସଲ କରିବ।

Advertisment

ସୋମବାର ପୌରନିଗମର ମେୟର ପ୍ରଶାନ୍ତ ସିଙ୍ଘଲ ନାଁ ପରିବର୍ତ୍ତନ ପାଇଁ ଗୋଟିଏ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହାକୁ ସବୁ କାଉନସିଲର ସମର୍ଥନ କରିଥିଲେ। ନାଁ ପରିବର୍ତ୍ତନ ପାଇଁ ପାରିତ ପ୍ରସ୍ତାବ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ପାଖକୁ ଯିବ। ଯଦି ସରକାର ଏହାକୁ ସବୁଜ ସଙ୍କେତ ଦେବେ, ତା’ହେଲେ ଖୁଶୀଘ୍ର ଅଲୀଗଡ଼କୁ ହରିଗଡ଼ ଭାବେ ପରିଚୟ ପାଇବ। ୨୦୧୯ରେ ରାଜ୍ୟ ସରକାର ଆହ୍ଲାବାଦର ନାଁକୁ ପ୍ରୟାଗରାଜକୁ ବଦଳାଇଥିଲେ।

ଅଲୀଗଡ଼ ମେୟର ପ୍ରଶାନ୍ତ କହିଛନ୍ତି, “ଗତକାଲି ବସିଥିବା ବୈଠକରେ ଅଲୀଗଡ଼କୁ ହରିଗଡ଼ ନାଁରେ ପରିବର୍ତ୍ତନ କରିବାକୁ ଗୋଟିଏ ପ୍ରସ୍ତାବ ଆସିଥିଲା। ଏହାକୁ ସବୁ କାଉନସିଲର ସମର୍ଥନ କରିଛନ୍ତି। ଏବେ ଏହି ପାରିତ ପ୍ରସ୍ତାବକୁ ପ୍ରଶାସନ ପାଖକୁ ପଠାଯିବ। ମୋର ଆଶା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେବ ଓ ଆମ ଦାବି ଅନୁସାରେ ଅଲୀଗଡ଼କୁ ହରିଗଡ଼ରେ ପରିଣତ କରିବାକୁ ଉପଯୁକ୍ତ ପଦକ୍ଷେପ ନେବ। ଦୀର୍ଘ ସମୟ ହେଲା ଅଲୀଗଡ଼ର ନାଁ ପରିବର୍ତ୍ତନ କରିବାକୁ ଦାବି ହେଉଥିଲା। ଏବେ ଏହା ପୂରଣ ହେବାର ସମ୍ଭାବନା ଦେଖାଯାଇଛି।”

Advertisment

୨୦୨୧ରେ ଅଲୀଗଡ଼ର ନାଁକୁ ହରିଗଡ଼ କରିବା ପାଇଁ ୨୦୨୧ରେ ଗୋଟିଏ ଜିଲ୍ଲା ପଞ୍ଚାୟତ ବୈଠକରେ ଅନୁମତି ମିଳିଥିଲା। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଥ୍ୟନାଥଙ୍କ ପାଖକୁ ପଠାଯାଇଥିଲା। ଯୋଗୀ ସେତେବେଳେ କହିଥିଲେ, “ଆମେ ଯାହା ଭଲ ଭାବିଲୁ, ସେଇଆ କରିଛୁ। ଆମେ ମୋଗଲ ସରାଇର ନାଁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର, ଆହ୍ଲାବାଦର ନାଁକୁ ପ୍ରୟାଗରାଜ ଓ ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାଁରେ ବଦଳାଇଛୁ। ଯେଉଁଠି ଆବଶ୍ୟକ, ସେଠାରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ସରକାର ଆବଶ୍ୟକ ପଡ଼ିଲେ ନାଁ ବଦଳାଇବାକୁ ନିଷ୍ପତ୍ତି ନେବେ।”

ଆହ୍ଲାବାଦ ଓ ଫୈଜାବାଦର ନାଁ ପରିବର୍ତ୍ତନ ପରେ କ୍ଷମତାସୀନ ବିଜେପି ପକ୍ଷରୁ ଏକାଧିକ ସହରର ନାଁ ପରିବର୍ତ୍ତନ କରିବାକୁ ଦାବି କରାଯାଇଥିଲେ। ଆଗ୍ରାର ନାଁ ଅଗ୍ରବାଣ କିମ୍ବା ଅଗ୍ରୱାଲ ଓ ମୁଜାଫରନଗରର ନାଁ ଲକ୍ଷ୍ମୀ ନଗର କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe