Advertisment

ବେକରେ ଚପଲ ମାଳ ପକାଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ସ୍ୱାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ଗୌତମ ସାତ ଚପଲର ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି। ନେତାଙ୍କ ଏହି ନିଆର ଢ଼ଙ୍ଗର ପ୍ରଚାର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
slippers-for-campaigning

slippers-for-campaigning

ପାଖେଇ ଆସିଲାଣି ଲୋକସଭା ନିର୍ବାଚନୀ ତାରିଖ। ଆଉ ଦିନ କେଇଟା ପରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଏଥିପାଇଁ ଜୋରସୋର୍‌ରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଉଠୁଛି ପଡୁଛି ପ୍ରଚାର ମୈଦାନ। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଘନ ଘନ ପ୍ରଚାର କରୁଛନ୍ତି। କିଏ କେଉଁ ଢ଼ଙ୍ଗରେ ମାଗୁଛନ୍ତି ଭୋଟ। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। ନିକଟରେ ଏଭଳି ହିଁ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡ ନିର୍ବାଚନ ମଣ୍ଡଳିରେ।

Advertisment

ପ୍ରଚାର ମୈଦାନରେ ପ୍ରାର୍ଥୀ। ବେକରେ ଫୁଳ ମାଳ ସାଙ୍ଗକୁ ପକାଇଛନ୍ତି ଚପଲ ମାଳ। ଆଉ ବୁଲି ବୁଲି କରୁଛନ୍ତି ପ୍ରଚାର। ବାସ୍ତବରେ, ଅଲିଗଡ ଲୋକସଭା ଆସନର ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ ନିର୍ବାଚନ ଆୟୋଗଙ୍କ ଠାରୁ ନିର୍ବାଚନ ପ୍ରତୀକ ଭାବେ ଚପଲ ଚିହ୍ନ ପାଇଛନ୍ତି। ଏଥିପାଇଁ ପଣ୍ଡିତ କେଶବ ଦେବ ଗୌତମ ସାତ ଚପଲର ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି। ନେତାଙ୍କ ଏହି ନିଆର ଢ଼ଙ୍ଗର ପ୍ରଚାର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଲିଗଡ ଲୋକସଭା ଆସନରେ ୧୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ। ମାର୍ଚ୍ଚ ୨୮ରୁ ଏପ୍ରିଲ ୪ପର୍ଯ୍ୟନ୍ତ ମୋଟ ୨୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାରି ଭିତରେ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଥିଲା। ତା’ପରେ ଅନ୍ୟ ଦୁଇଜଣ ସେମାନଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଅଲିଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ସାଢ଼େ ତିନି ଲକ୍ଷ ମୁସଲମାନ ଭୋଟର ଅଛନ୍ତି। କିନ୍ତୁ କୌଣସି ଦଳ ଏଥର ମୁସଲମାନ ନେତାଙ୍କୁ ଟିକେଟ୍ ଦେଇନାହାଁନ୍ତି।

ସେପଟେ ଚଳିତ ଥର ବିଜେପି ପକ୍ଷରୁ ଏହି ଆସନରେ ସତୀଶ କୁମାର ଗୌତମ ନିର୍ବାଚନ ଲଢ଼ୁଛନ୍ତି। ଇଣ୍ଡିଆ ମେଣ୍ଟର ଆଲୋଚନା ପରେ ସାମଜାବୀ ପାର୍ଟି ଖାତାକୁ ଏହି ଆସନ ଆସିଛି। ସପା ତରଫରୁ ବିଜେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ହିତେନ୍ଦ୍ର କୁମାର ଓରଫ ବଣ୍ଟି ଉପାଧ୍ୟାୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କହିରଖୁ ଯେ,୧୯୯୧ ମସିହାରୁ ଆଲିଗଡ ଲୋକସଭା ଆସନ ଉପରେ ବିଜେପିର ଦବ୍‌ଦବା ରହିଛି।

Uttar Pradesh Viral Video Election Campaigning Loksabha Election 2024