Advertisment

୧୧ ଘଣ୍ଟାର ରେସକ୍ୟୁ ଅପରେସନ ସଫଳ, ଲିଫ୍ଟରେ ଫସିଥିବା ସମସ୍ତ ଅଧିକାରୀ ଉଦ୍ଧାର

ରାଜସ୍ଥାନର ଝୁନଝୁନ ଜିଲ୍ଲାରେ HCLର କୋଲିହାନ କପର ଖାଦାନରେ ଲିଫ୍ଟରେ ଛିଣ୍ଟିଯିବାରୁ ଫସିଥିବା ସମସ୍ତ ୧୪ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Rescue Operation

Rescue Operation

Advertisment

ରାଜସ୍ଥାନର ଝୁନଝୁନ ଜିଲ୍ଲାରେ HCLର କୋଲିହାନ କପର ଖାଦାନରେ ଲିଫ୍ଟରେ ଛିଣ୍ଟିଯିବାରୁ ଫସିଥିବା ସମସ୍ତ ୧୪ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୀର୍ଘ ୧୧ ଘଣ୍ଟା ଧରି ଚାଲୁ ରହିଥିବା ରେସକ୍ୟୁ ଅପରେସନ ଶେଷରେ ସଫଳ ହୋଇଛି। ସମସ୍ତ ଅଧିକାରୀ ସୁରକ୍ଷିତ ଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଝୁନଝୁନ ସରକାରୀ ହସ୍ପିଟାଲ ଡାକ୍ତର କହିଛନ୍ତି, ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜୟପୁର ପଠାଇ ଦିଆଯାଇଛି। ଅନ୍ୟମାନଙ୍କର ହାତ, ଗୋଡ଼ ଭାଙ୍ଗିଥିବା ବେଳେ ଜୀବନ ପ୍ରତି ବିପଦ ନାହିଁ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇ ଯାଇ।

ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। । କୋଲକତାରୁ ରାଜସ୍ଥାନ ଯାଇଥିବା ଭିଜିଲାନ୍ସ ଟିମ୍‌ HCLକୁ ଯାଇଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍‌ ସଦସ୍ୟ ସମୁଦାୟ ୧୪ ଜଣ ଲିଫ୍ଟରେ ଥିବା ବେଳେ ପ୍ରାୟ ୧୮ଶହ ଫୁଟ ତଳେ ତାହା ଛିଣ୍ଡି ଯାଇଥିଲା।

Advertisment

ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏଥିସହ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ମୁତୟନ ଥିବା ବେଳେ ଆଖପାଖ ହସ୍ପିଟାଲର ଆମ୍ବୁଲାନ୍ସ ବି ପହଞ୍ଚି ଯାଇଥିଲା।

ତୁରନ୍ତ ରେସକ୍ୟୁ ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରାୟ ୧୧ ଘଣ୍ଟାର କଠିନ ପରିଶ୍ରମ ପରେ ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଆଉ କିଛି ଘଣ୍ଟା ପରେ ଆଉ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। 

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe