Advertisment

ଜାହାଜରେ ପଶି ପଣବନ୍ଦୀ ଥିବା ଭାରତୀୟଙ୍କୁ ଉଦ୍ଧାର କଲେ ନୌସେନା କମାଣ୍ଡୋ

ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ।

author-image
Hemant Lenka
ship

ship

ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ନୌସେନା କମାଣ୍ଡୋ। ସୋମାଲିଆ ଉପକୂଳରୁ 'MV LILA NORFOLK' ମାଲବାହୀ ଜାହାଜକୁ ଆଜି ଅପହରଣ କରାଯାଇଥିଲା।

Advertisment

ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ। ଅପହରଣ ଖବର ମିଳିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିଲା।

ଏହାପରେ ନୌସେନାର ସ୍ୱତନ୍ତ୍ର ମାରିନ କମାଣ୍ଡୋ ବା ମାର୍କୋସ ଅପରେସନ ଆରମ୍ଭ କରିଥିଲେ। ସେମାନେ ସନ୍ଧ୍ୟା ସୁଦ୍ଧା ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ପଣବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ। ଏବେ ସେମାନେ ଜାହାଜର ଅନ୍ୟ ପାର୍ଟକୁ ମଧ୍ୟ ଅପହରଣକାରୀଙ୍କ କବଳରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଥିବା ନୌସେନା ପକ୍ଷରୁ କୁହାଯାଇଛି।

Advertisment

ଏମଭି ଲିଲା ନୋରଫୋଲକ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋରୁ ବାହାରିଥିଲା। ଏହା ବାହାରିନର ଖଲିଫା ବିନ ସଲମାନ ପୋର୍ଟକୁ ଯିବାର ଥିଲା। କିନ୍ତୁ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ। ଏହି ଜାହାଜ ମଧ୍ୟରେ ୧୫ ଜଣ ଭାରତୀୟ ରହିଥିଲେ।

ଏହି ପଣ୍ୟବାହୀ ଜାହାଜଟି ଅପହରଣ ସମ୍ପର୍କରେ ତୁରନ୍ତ ୟୁନାଇଟେଡ କିଙ୍ଗଡମ ମାରିଟାଇ ଟ୍ରେଡ ଅପରେସନ ପୋର୍ଟାଲକୁ ବାର୍ତ୍ତା ପଠାଇଥିଲା। ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ୫ରୁ ୬ ଜଣ ବନ୍ଧୁକଧାରୀ ଜାହାଜରେ ପ୍ରବେଶ କରିବା ସହ ସମସ୍ତଙ୍କୁ ପଣବନ୍ଦୀ କରି ରଖିଥିବା ଜାହାଜ ପକ୍ଷରୁ ସୂଚନା ଦିଆଯାଇଥିଲା।

ଖବର ମିଳିବା ମାତ୍ରେ ଭାରତୀୟ ନୌସେନାର ଯୁଦ୍ଧ ତୋପ ଆଇଏନଏସ ଚେନ୍ନାଇ, ପ୍ୟାଟ୍ରୋଲିଂ ଯୁଦ୍ଧ ବିମାନ ପି-୮ଆଇ ଓ ଦୂରଗାମୀ ପ୍ରେଡାଟୋର MQ9B ଡ୍ରୋନ ତୁରନ୍ତ ଜାହାଜକୁ ସହାୟତା ପାଇଁ ବାହାରି ଯାଇଥିଲେ।

ଆଇଏନଏସ ଚେନ୍ନାଇ ଅପରାହ୍ନ ୩.୧୫ରେ ଉତ୍ତର ଆରବ ସାଗରରେ ଅପହରଣ ହୋଇଥିବା ଜାହାଜର ଖବର ପାଇଥିଲା। ଏହାପରେ ସ୍ୱତନ୍ତ୍ର କମାଣ୍ଡୋମାନେ ଜାହାଜରେ ପଶି ପଣବନ୍ଦୀ ଥିବା ଭାରତୀୟଙ୍କୁ ଉଦ୍ଧାର କରିଥିଲେ।

Indian Navy Ship Hijack Merchant Ship Attack