Advertisment

ଜିତିଲା ଜୀବନ, ୫ ଓଡ଼ିଆଙ୍କ ସହ ଟନେଲରୁ ବାହାରିଲେ ସମସ୍ତ ୪୧ ଶ୍ରମିକ

ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

author-image
Hemant Lenka
Tunnel

Tunnel

ହାରିଲା ମୃତ୍ୟୁ, ଜିତିଲା ଜୀବନ। କାମ ଦେଲା ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ। ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି।

Advertisment

ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ସବୁ କିଛି ଫେଲ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା।

Advertisment

ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଛି। ଉଦ୍ଧାର ପାଇଁ ପାଇପ ଯୋଗେ ଏନଡିଆରଏଫର ୩ଟି ଟିମ ଟନେଲ ଭିତରକୁ ଯାଇଥିଲେ। 

ଏହାପରେ ପର୍ଯ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫ ଜଣ, ପରେ ୪, ତା’ପରେ ୬ ଓ ଶେଷରେ ସମସ୍ତଙ ୪୧ ଜଣଙ୍କୁ ବାହରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେ ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। 

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ଅଗର ମେସିନଠୁ ବହୁ ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ସୁଡ଼ଙ୍ଗ ରାସ୍ତା ଅବରୋଧ କାରଣରୁ ସହଜ ହୋଇପାରି ନଥିଲା।

Uttarakhand Tunnel Collapses In Uttarakhand