Advertisment

ରିଲ୍ସ ନିଶା ନେଲା ଜୀବନ; ୩୦୦ ଫୁଟ୍ ଘାଇରେ ପଡ଼ି ଯୁବତୀ ମୃତ

ରିଲ୍ସ ଶୁଟ୍ ବେଳେ ଘାଇରେ ପଡ଼ି ଯାଇଥିଲେ ଇନଷ୍ଟାଗ୍ରାମ ଟ୍ରାଭେଲ ଇନଫ୍ଲୁଏନ୍ସର ଆନଭି କାମଦାର(୨୬)।

ଅଦ୍ୟତନ ହୋଇଛି
Aanvi Kamdar

Aanvi Kamdar

Advertisment

ରିଲ୍ସ ନିଶା ପୁଣି ନେଇଗଲା ଜୀବନ। ଜଣେ ସୋଶାଲ ମିଡିଆ ଇନଫ୍ଲୁଏନ୍ସର ୩୦୦ ଫୁଟ ଗଭୀର ଜଳପ୍ରପାତରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ।

Advertisment

ସୂଚନା ଅନୁସାରେ, ଇନଷ୍ଟାଗ୍ରାମ ଟ୍ରାଭେଲ ଇନଫ୍ଲୁଏନ୍ସର ଆନଭି କାମଦାର(୨୬) ଜୁଲାଇ ୧୬ରେ ସାଙ୍ଗମାନଙ୍କ ସହ କୁମ୍ଭେ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ସେ ଭିଡିଓ ଶୁଟ୍ ପାଇଁ ଜଳପ୍ରପାତ ନିକଟକୁ ଯାଇଥିଲେ।

ସୁଉଚ୍ଚ ପାହାଡ଼ ଉପରୁ ଭିଡିଓ ଶୁଟ୍ କରିବା ସମୟରେ ଅସାବଧାନତା କାରଣରୁ ୩୦୦ ଫୁଟ୍ ଖାଇରେ ପଡ଼ି ଯାଇଥିଲେ ଆନଭି। ଏନେଇ ଖବର ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ସେଠାକୁ ଉଦ୍ଧାରକାରୀ ଟିମ୍ ପଠାଇଥିଲେ। ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ଆନଭିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଆନଭି ବୃତ୍ତିରେ ଜଣେ ଚାଟାଡ ଆକାଉଣ୍ଟାଣ୍ଟ। ଆଇଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ କାମ କରୁଥିଲେ। ଏଥିସହ ସୋଶାଲ ମିଡିଆରେ ଟ୍ରାଭେଲ ଇନଫ୍ଲୁଏନ୍ସର ଭାବେ ମଧ୍ୟ ପରିଚିତ ଥିଲେ। ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଇନଷ୍ଟାଗ୍ରାମରେ ରିଲ୍ସ ଶେଆର୍ କରିଥାନ୍ତି। 

ଏହି ଘଟଣା ପରେ ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ପୁଲିସ ଓ ତହସିଲଦାର। ପ୍ରଥମେ ନିଜର ନିରାପତ୍ତା ତଥା ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି। 

Reels Aanvi Kamdar Aanvi Kamdar Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe