Advertisment

ତାବରେଜ୍‌ ଅନସାରୀଙ୍କୁ ପିଟିପିଟି ହତ୍ୟା ଘଟଣା: ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ଝାରଖଣ୍ଡର ସରେଇକେଲା କୋର୍ଟ ସମସ୍ତ ଦୋଷୀଙ୍କୁ ଜେଲଦଣ୍ଡ ଦେବା ସହ ୧୫ ହଜାର ଟଙ୍କା ଲେଖାଏ ଜୋରିମାନା ଲାଗୁ କରିଛନ୍ତି। ଜୁନ ୨୭ରେ କୋର୍ଟ ଏହି ଘଟଣାର ଶୁଣାଣି କରି ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Ansari

Ansari

Advertisment

ବହୁଚର୍ଚ୍ଚିତ ୨୦୧୯ ମସିହା ତାବରେଜ ଅନସାରୀ ଲିଚିଂ(ପିଟିପିଟି ହତ୍ୟା) ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କୁ ଆଜି ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଆଇପିସିର ଧାରା ୩୦୪ ଅନୁଯାୟୀ ସମସ୍ତଙ୍କୁ ଜେଲଦଣ୍ଡ ମିଳିଛି।

Advertisment

ଝାରଖଣ୍ଡର ସରେଇକେଲା କୋର୍ଟ ସମସ୍ତ ଦୋଷୀଙ୍କୁ ଜେଲଦଣ୍ଡ ଦେବା ସହ ୧୫ ହଜାର ଟଙ୍କା ଲେଖାଏ ଜୋରିମାନା ଲାଗୁ କରିଛନ୍ତି। ଜୁନ ୨୭ରେ କୋର୍ଟ ଏହି ଘଟଣାର ଶୁଣାଣି କରି ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସମସ୍ତଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

ଘଟଣାର ଜଣେ ଅଭିଯୁକ୍ତ କୁଶଲ ମାହାଲି ମାମଲାର ଶୁଣାଣି ବେଳେ ପ୍ରାଣ ହରାଇଥିଲା। ସେହିପରି ପ୍ରମାଣ ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। କୋର୍ଟ ଭୀମ ସିଂହ ମୁଣ୍ଡା, କମଳ ମାହାତୋ, ମଦନ ନାୟକ, ଅତୁଲ ମାହାଲି, ସୁନାମୋ ପ୍ରଧାନ, ବିକ୍ରମ ମଣ୍ଡଳ, ଛାମୁ ନାୟକ, ପ୍ରେମ ଚାନ୍ଦ ମାହାଲି ଓ ମହେଶ ମାହାଲିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ପୁଲିସ୍‌ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଣ୍ଡଳ ପୂର୍ବରୁ ହିଁ ଜେଲରେ ରହିଥିଲା।

Advertisment

୨୦୧୯ ମସିହା ଜୁନ ୧୭ରେ ସରେଇକେଲା ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଧାଟକିଦିହ ଗାଁରେ ଅନସାରୀଙ୍କୁ କିଛି ଲୋକ ଚୋରି ଅଭିଯାଗରେ ମାଡ଼ ମାରିଥିଲେ। ତାଙ୍କୁ ଗଛରେ ବାନ୍ଧି ପ୍ରବଳ ପିଟିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଅନସାରୀ ଜଣେ ଶ୍ରମିକ ଭାବେ ପୁଣେରେ କାମ କରୁଥିଲେ। ଇଦ୍‌ ପାଳନ କରିବା ପାଇଁ ସେ ଗାଁକୁ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା।

Jharkhand Mob Lynching
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe