Advertisment

ଆନ୍ଦୋଳନରେ ରେସଲର, ଏଥର ସବୁ ଦଳକୁ ସ୍ୱାଗତ କରାଯିବ କହିଲେ

ଚଳିତ ବର୍ଷ ଜାନୁଆରୀ ମାସରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରେସଲରମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Wrestlers

Wrestlers

Advertisment

ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ଦେଶର ଷ୍ଟାର ରେଲସରମାନେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଗତଥର ଯେତେବେଳେ ସେମାନେ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିଲେ ସେତେବେଳେ କୌଣସି ରାଜନୀତିକ ଦଳର ସମର୍ଥନ ଲୋଡ଼ା ନଥିବା କହିଥିଲେ। ହେଲେ ଏଥର ସେମାନେ ସବୁ ଦଳକୁ ଆନ୍ଦୋଳନ ବେଳେ ସ୍ୱାଗତ କରିବେ ବୋଲି କହିଛନ୍ତି।

Advertisment

ଚଳିତ ବର୍ଷ ଜାନୁଆରୀ ମାସରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରେସଲରମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ହେଲେ ସେମାନଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ଓ ପୁଲିସ୍‌ ଏଫଆଇଆର ରୁଜୁ କରୁ ନଥିବାରୁ ରେସଲରମାନେ କାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଦେଶ ପାଇଁ ଅଲିମ୍ପିକ୍ସ ଓ ବିଭିନ୍ନ ଚାମ୍ପିୟନଶିପରେ ପଦକ ଜିତିଥିବା ଷ୍ଟାର ରେସଲରମାନେ ରବିବାର ଖୋଲା ଆକାଶ ତଳେ ରାତି କାଟିଥିଲେ। ଆଜି ମଧ୍ୟ ସେମାନଙ୍କ ଆନ୍ଦୋଳନ ଜାରି ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆ ଗେମ୍ସରେ ଭାରତର ପ୍ରଥମ ମହିଳା ରେସଲର ଭାବେ ସ୍ୱର୍ଣ୍ଣ ଜିତିଥିବା ଭିନେଶ ଫୋଗଟ କହିଛନ୍ତି, “ଆମେ କାହାକୁ ଅନ୍ଧ ଭାବେ ବିଶ୍ୱାସ କରିପାରିବୁ ନାହିଁ। ଗତଥର ଆମକୁ ବିଭ୍ରାନ୍ତ କରାଯାଇଥିଲା। ଆମର ଆଶା ଏଥର ଏହି ମାମଲାରେ କୌଣସି ରାଜନୀତି ହେବନି।”

Advertisment

ଆନ୍ଦୋଳନକାରୀ ଏଥର କାହାକୁ ବି ମଞ୍ଚରୁ ଫେରାଇ ଦେବେନାହିଁ ଓ ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି, ସେମାନେ ଏଠାକୁ ଆସି ବିକ୍ଷୋଭରେ ସାମିଲ ହୋଇପାରିବେ ବୋଲି ରେସଲମାନେ କହିଛନ୍ତି। 

ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ବଜରଙ୍ଗ ପୁନିଆ କହିଛନ୍ତି, “ଏଥର ସବୁ ଦଳମାନଙ୍କୁ ଆମ ଆନ୍ଦୋଳନରେ ସାମିଲ ହେବାକୁ ସ୍ୱାଗତ କରିବୁ। ବିଜେପି, କଂଗ୍ରେସ, ଆପ କିମ୍ବା ଯେକୌଣସି ଦଳ ଆମ ଆନ୍ଦୋଳନରେ ସାମିଲ ହୋଇପାରିବେ। ଆମେ କୌଣସି ଦଳ ସହ ଅନୁବନ୍ଧିତ ନୁହେଁ।”

ମହାସଂଘ ସଭାପତି ବ୍ରିଗଜ ଭୂଷଣଙ୍କ ବିରୋଧରେ ୭ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ହେଲେ ପୁଲିସ୍‌ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ପୁଲିସ୍‌ ଏଫଆଇଆର ରୁଜୁ ନ କରିବା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ରେସଲରମାନେ କହିଛନ୍ତି।

ଜାନୁଆରୀ ମାସ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ମିଳିଥିବା ସେମାନେ କହିଛନ୍ତି। ଭିନେଶ କହିଛନ୍ତି, “ଆମେ ଦିନ ଓ ରାତି ଏଠାରେ ବସି ରହିବୁ। ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବନି। ୩ ମାସ ହେଲାଣି ଆମେ(କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ଅଧିକାରୀ) ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ। ତଦନ୍ତ କମିଟିରେ ଥିବା ସଦସ୍ୟମାନେ ଏହାକୁ କୌଣସି ପ୍ରକାରର ଜବାବ ଦେଉ ନାହାନ୍ତି। କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ କିଛି କହୁନି। ସେମାନେ ଆମ ଫୋନ ଉଠାଉ ନାହାନ୍ତି।”

ଜାନୁଆରୀ ମାସରେ ରେସଲରମାନେ ଧାରଣାରେ ବସିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ୫ ଜଣିଆ କମିଟି ଗଠନ କରିଥିଲା। ଏହାର ନେତୃତ୍ୱ ଏମସି ମ୍ୟାରିକମଙ୍କୁ ଦିଆଯାଇଥିଲା। କମିଟିକୁ ମାସକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। ହେଲେ ଏଯାଏ କୌଣସି ପ୍ରକାରର ରିପୋର୍ଟ କିମ୍ବା ତଥ୍ୟ ସାମ୍ନାକୁ ଆସିନି। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ରେସଲରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Protest Delhi Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe