Advertisment

ବାହୁବଳୀ ନେତା ଧନଞ୍ଜୟଙ୍କୁ ମିଳିଲା ଜାମିନ୍‌, କିନ୍ତୁ ନିର୍ବାଚନ ଲଢ଼ିବା ମନା

ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅପହରଣ ମାମଲାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

Dhananjay-Singh

Dhananjay-Singh

Advertisment

ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଲାଗିଛି ଝଟ୍‌କା। ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ନିର୍ବାଚନ ଲଢ଼ି ପାରିବେ ନାହିଁ। ତାଙ୍କ ଦଣ୍ଡାଦେଶ ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି କାରଣରୁ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

Advertisment

ଜଷ୍ଟିସ ସଞ୍ଜୟ କୁମାର ସିଂହଙ୍କ ଖଣ୍ଡପୀଠ ଧନଞ୍ଜୟଙ୍କ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅପହରଣ ମାମଲାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଦେଇଥିବା ୭ ବର୍ଷ ଜେଲ୍‌ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ଧନଞ୍ଜୟଙ୍କୁ ଜାମିନରେ ଜେଲ୍‌ରୁ ମୁକ୍ତ କରିବା ପାଇଁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଧାନଞ୍ଜୟ ସିଂହ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ଓ ଜାମିନ ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା। ଗୁରୁବାର ଧନଞ୍ଜୟ ସିଂହଙ୍କ ଆବେଦନ ଉପରେ ଶୁଣାଣି ଶେଷ ହେବା ପରେ ଆହ୍ଲାବାଦ ହାଇକୋର୍ଟ ନିୟ ରାୟକୁ ସଂରକ୍ଷିତ ରଖିଥିଲେ। ଶନିବାର ସାକଳୁ ଏହି ବାହୁବଳୀ ଜୈନପୁର ଜିଲ୍ଲା ଜେଲ୍‌ରୁ ବରେଲି ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାର୍ଚ୍ଚ ମାସରୁ ସେ ଜୈନପୁର ଜେଲ୍‌ରେ ବନ୍ଦୀ ଥିଲେ।

Advertisment

କହିରଖୁ ଯେ, ଧନଞ୍ଜୟ ସିଂହଙ୍କୁ ଜୈନପୁର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପତ୍ନୀ ଶ୍ରୀ କଲା ରେଡ୍ଡୀ ବିଏସପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି।

Allahabad High Court Dhananjay Singh Bail Grant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe