Advertisment

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ: ଆହ୍ଲାବାଦ ହାଇକୋର୍ଟ

ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବରେ ଘୋଷଣା କରିବା ସମ୍ପର୍କରେ ଏକ ଆଇନ ଆଣିବା ଉଚିତ ବୋଲି ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି।

Allahabad high court on cow

Allahabad high court on cow

Advertisment

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ। ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। 

Advertisment

ହିନ୍ଦୁ ଧର୍ମର ଗ୍ରନ୍ଥଗୁଡିକୁ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ କହିଛନ୍ତି, ହିନ୍ଦୁ ଧର୍ମରେ ଗୋ-ମାତାଙ୍କୁ ଦେବତୁଲ୍ୟ ଭାବେ ପୂଜା କରାଯାଏ। ତେଣୁ ଗାଈକୁ ସଂରକ୍ଷିତ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରାଯିବା ସହ ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ କେନ୍ଦ୍ର ଏନେଇ ଏକ ଆଇନ ଆଣିବା ଉଚିତ।

ଗୋ ହତ୍ୟା କରିଥିବା ଜଣେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ। 

Advertisment

ଜଷ୍ଟିସ ସମିନ ଅହମ୍ମଦଙ୍କ ବେଞ୍ଚ ପୁରାଣର ଦ୍ୱାହି ଦେଇ କହିଥିଲେ, ଯିଏ କେହି ବି ଗାଈକୁ ହତ୍ୟା କରନ୍ତି କିମ୍ବା ହତ୍ୟା କରିବାକୁ ଅନୁମତି ଦିଅନ୍ତି ସେମାନେ ନର୍କରେ କଷ୍ଟ ପାଇବା ଯୋଗ୍ୟ। ଗୋ-ହତ୍ୟା ମାମଲାର ଏକ ଶୁଣାଣି ବେଳେ ସମିନ ଏଭଳି କହିଥିଲେ। 

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ବାରବାଙ୍କିର ଜଣେ ବ୍ୟକ୍ତି ଗା ହତ୍ୟା କରି ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା।

ଏହି ମାମଲାର ଶୁଣାଣି କରି ଏଫ୍‌ଆଇଆର୍‌କୁ ରଦ୍ଦ କରିବାକୁ କୋର୍ଟ ମନା କରିଥିଲେ। ଏଥି ସହିତ ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବରେ ଘୋଷଣା କରିବା ସମ୍ପର୍କରେ ଏକ ଆଇନ ଆଣିବା ଉଚିତ ବୋଲି ଆହ୍ଲାବାଦ ହାଇକୋର୍ଟର ବିଚାରପତି କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ। 

Allahabad High Court Cow Slaughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe