Advertisment

'ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ ଟାଇମ୍‌ ପାସ୍‌ ଭଳି, ଏଥିରେ ସ୍ଥିରତା ନାହିଁ'

ଲିଭ-ଇନ୍‌ ସମ୍ପର୍କ ବେଶ୍‌ ସେମ୍ବଦନଶୀଳ ଓ ଅସ୍ଥାୟୀ ହୋଇଥାଏ ବୋଲି ହାଇକୋର୍ଟ କହିଛନ୍ତି।

ଅଦ୍ୟତନ ହୋଇଛି
Live-in Relationship

Live-in Relationship

Advertisment

ଆଜି କାଲି ଅଧିକାଂଶ ଯୁବପିଢ଼ି ଲିଭ୍‌-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି। ହେଲେ ଏହି ଲିଭ୍‌-ଇନ୍‌ ରିଲେସନଶିପ ଟାଇମ୍‌ ପାସ୍‌ ଭଳି। ଏଥିରେ କୌଣସି ସ୍ଥିରତା ନାହିଁ। ଏଥିରେ ସଚ୍ଚୋଟତାର ଅଭାବ ରହିଥାଏ। ଏକ ମାମଲାର ଶୁଣାଣି କରି ଏଭଳି କିଛି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଥିସହ ଏହି ମାମଲାକୁ ଖାରଜ କରିଦେଇଛନ୍ତ କୋର୍ଟ।

Advertisment

ହାଇକୋର୍ଟ ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌କୁ ଟାଇମ୍‌ ପାସ୍‌ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଲିଭ୍‌-ଇନ୍‌ ରିଲେସନଶିସପ୍‌କୁ ମାନ୍ୟତା ଦେଇଛନ୍ତି ସତ, ହେଲେ ଏହି ସମ୍ପର୍କରେ କୌଣସି ସଚ୍ଚୋଟତା ନଥାଏ। ଏଥିରେ କେବଳ ମୋହ ଓ ପରସ୍ପର ପ୍ରତି ଅଧିକ ଆକର୍ଷଣ ରହିଥାଏ। ଲିଭ-ଇନ୍‌ ସମ୍ପର୍କ ବେଶ୍‌ ସେମ୍ବଦନଶୀଳ ଓ ଅସ୍ଥାୟୀ ହୋଇଥାଏ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଜୀବନ କଠିନତା ଓ ସଙ୍ଘର୍ଷମୟ ଭରା। ଏହାକୁ ଫଲର ବିଛଣା ଭାବିବା ଭୁଲ୍‌ କରିବା ଉଚିତ ନୁହେଁ।

ଜଣେ ମୁସଲମାନ ଯୁବକଙ୍କ ସହ ଲିଭ୍‌-ଇନ୍‌ ସମ୍ପର୍କରେ ଜଣେ ହିନ୍ଦୁ ରହୁଥିବା ଜଣେ ହିନ୍ଦୁ ଝିଅ ସୁରକ୍ଷା ଯୋଗାଇବା କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ ୨୦-୨୨ବର୍ଷ ବୟସରେ ମାତ୍ର ୨ମାସ କାହା ସହିତ ଲିଭ୍‌-ଇନ୍ ସମ୍ପର୍କରେ ରହି ସମ୍ପର୍କର ପରିପକ୍ୱତା ବିଚାର କରାଯାଇପାରିବ ନାହିଁ। ଏଭଳି କହି ଏହି ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ସୂଚନା ମୁତାବକ, ଏହି ମାମଲା ହେଉଛି ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ରିଫାଇନରୀ ଥାନା ଅଞ୍ଚଳର। ରାଧିକା ନାମକ ଜଣେ ୨୨ ବର୍ଷୀୟ ଯୁବତୀ ଘର ଛାଡି ସାହିଲ ନାମକ ଜଣେ ଯୁବକଙ୍କ ସହ ଲିଭ-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଅଗଷ୍ଟ ୧୭ ତାରିଖରେ ରାଧିକାଙ୍କ ପରିବାର ଲୋକେ ସାହିଲ ବିରୋଧରେ ମଥୁରା ଥାନାରେ ଝିଅକୁ ଅପହରଣ କରିନେଇଥିବା ନେଇ ମାମଲା ରୁଜୁ କରିଥିଲେ। ଏହାପରେ ଲିଭ୍‌-ଇନ୍‌ରେ ରହୁଥିବା ରାଧିକା ଓ ସାହିଲ ଏଫ୍‌ଆଇଆର୍‌ ରଦ୍ଦ କରିବା ପାଇଁ ଦାବି କରିବା ସହ ସୁରକ୍ଷା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Live In Relation Allahabad High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe