Advertisment

ଅନଲାଇନ ଗେମ ଜରିଆରେ ଧର୍ମାନ୍ତରୀକରଣ! ୨୩ ବର୍ଷୀୟ ଯୁବକ ଗିରଫ

ଗିରଫ ପରେ ଥାନେ କୋର୍ଟ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଛନ୍ତି। ୩ ଦିନ ଭିତରେ ଉତ୍ତର ପ୍ରଦେଶ ପୁଲିସ୍‌ ତାଙ୍କୁ ଗାଜିଆବାଦ କୋର୍ଟରେ ହାଜର କରିବ।

Mumbai

Mumbai

Advertisment

ବିଭିନ୍ନ ଅନଲାଇନ ଗେମ ଜରିଆରେ ଧର୍ମ ବଦଳାଇବା କାମ କରୁଥିବା ଗୋଟିଏ ଗ୍ୟାଙ୍ଗର ପର୍ଦ୍ଦାଫାସ ମହାରାଷ୍ଟ୍ରରେ ହୋଇଛି। ଏହି ଘଟଣାରେ ପୁଲିସ୍‌ ମୁମ୍ବାଇ ଉପକଣ୍ଠରୁ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।

Advertisment

ଗିରଫ ପରେ ଥାନେ କୋର୍ଟ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଛନ୍ତି। ୩ ଦିନ ଭିତରେ ଉତ୍ତର ପ୍ରଦେଶ ପୁଲିସ୍‌ ତାଙ୍କୁ ଗାଜିଆବାଦ କୋର୍ଟରେ ହାଜର କରିବ। ଗିରଫ ଯୁବକ ଜଣଙ୍କ ହେଲେ ମୁମ୍ବ୍ରାର ଶାହନୱାଜ ମକସୁଦ ଖାନ। ତାଙ୍କୁ ପୁଲିସ୍‌ ଧର୍ମାନ୍ତରୀକରଣ ଅଭିଯୋଗରେ ଅଲିବାଗରୁ ଗିରଫ କରିଛି। ସେ ଅନଲାଇନ ଗେମ ଜରିଆରେ ଛୋଟ ପିଲାଙ୍କୁ ପ୍ରଲୋଭିତ କରାଇ ଇସଲାମ ଧର୍ମ ଗ୍ରହଣ କରିବାକୁ ଚେଷ୍ଟା କରୁଥିଲେ ବୋଲି କୁହାଯାଉଛି।

ଶାହନୱାଜ Baddo ନାଁର ବ୍ୟବହାର କରୁଥିଲେ ଓ ଅନଲାଇନରେ ଗେମ ଖେଳୁଥିବା ଛୋଟ ପିଲାମାନଙ୍କୁ ଟାର୍ଗେଟ କରୁଥିଲେ। ଅନଲାଇନ ଗେମ ଆପ୍ଲିକେସନ ଦ୍ୱାରା ଧର୍ମାନ୍ତରୀକରଣ କରୁଥିବା ରାକେଟ ଉପରୁ ଉତ୍ତର ପ୍ରଦେଶ ପୁଲିସ୍‌ କିଛି ଦିନ ତଳେ ପରାଦ ହଟାଇଥିଲା। ଗୁରୁବାର ଗାଜିଆବାଦରୁ ଉତ୍ତର ପ୍ରଦେଶ ପୁଲିସ୍ ଜଣଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା କରିବା ବେଳେ ଶାହନୱାଜଙ୍କ ନାଁ ସାମ୍ନାକୁ ଆସିଥିଲା।

Advertisment

ଶାହନୱାଜ ଓ ଗାଜିଆବାଦର ଜଣେ ମୌଲବୀଙ୍କ ନାଁରେ ଉତ୍ତର ପ୍ରଦେଶର ସ୍ୱତନ୍ତ୍ର ଧର୍ମାନ୍ତରୀକରଣ ନିରୋଧ ଆଇନ ଅନୁସାରେ ମାମଲା କରାଯାଇଥିଲା। ଗାଜିଆବାଦର ଜଣେ ବ୍ୟକ୍ତି ଗତ ମାସରେ ଶାହନୱାଜ ଓ ମୌଲବୀଙ୍କ ବିରୋଧରେ ବେଆଇନ ଧର୍ମ ପରିବର୍ତ୍ତନ ଅଭିଯୋଗ ଆଣିଥିଲେ। ଏମାନେ କୁଆଡ଼େ ନିକଟରେ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ତାଙ୍କ ପୁଅଙ୍କୁ ଇସଲାମରେ ଦୀକ୍ଷିତ କରିଥିବା ଅଭିଯୋଗ କରିଥିଲେ।

ଗୋଟିଏ ଅନଲାଇନ ଗେମ ଜରିଆରେ ଅଭିଯୋଗକାରୀଙ୍କ ପୁଅ ପ୍ରଥମେ ଶାହନୱାଜଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ସମୟରେ ଶାହଜୱାଜ ଅଭିଯୋଗକାରୀଙ୍କ ପୁଅଙ୍କୁ ଇସଲାମ ପ୍ରତି ଆକର୍ଷିତ କରିଥିଲେ ବୋଲି ଅଭିଯୋଗ ହୋଇଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe