Advertisment

ମନରେଗା ପାଇଁ ୮୬ ହଜାର କୋଟି, ଆୟୁଷ୍ମାନ ଭାରତକୁ ୭୫୦୦ କୋଟି

ଆୟୁଷ୍ମାନ ଭାରତ ଯୋଜନା ପାଇଁ ୭୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୨୦୨୩-୨୪ ବର୍ଷରେ ଏହି ଯୋଜନା ପାଇଁ ୭୨୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା।

author-image
Hemant Lenka
Budget

Budget

କାମଚଳା ବଜେଟରେ କିଛି ନିର୍ଦ୍ଦିଷ୍ଟ ସରକାରୀ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ମନରେଗା ଓ ଆୟୁଷ୍ମାନ ଭାରତ ଭଳି ଯୋଜନାର ବଜେଟକୁ ଏଥର ବୃଦ୍ଧି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Advertisment

ଗତବର୍ଷ ଏହା ୬୦ ହଜାର କୋଟି ଟଙ୍କା ରହିଥିଲା। ସେହିପରି ଆୟୁଷ୍ମାନ ଭାରତ ଯୋଜନା ପାଇଁ ୭୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୨୦୨୩-୨୪ ବର୍ଷରେ ଏହି ଯୋଜନା ପାଇଁ ୭୨୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା।

ଏହାବାଦ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ ପାଇଁ ୬୨୦୦ କୋଟି, ସେମି କଣ୍ଡକ୍ଟର ଓ ଡିସପ୍ଲେ ଉତ୍ପାଦନକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ ୬,୯୦୩ କୋଟି, ସୋଲାର ପାୱାର(ଗ୍ରୀଡ) ପାଇଁ ୮,୫୦୦ କୋଟି ଓ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ପାଇଁ ବଜେଟରେ ୬୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

Advertisment

ଏହି ସବୁ ସ୍କିମ ପାଇଁ ୨୦୨୩-୨୪ ବର୍ଷରେ ବହୁତ କମ ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏଥର କାମଚଳା ବଜେଟରେ ସରକାର ଏହି ସବୁ ସ୍କିମ ଉପରେ ଫୋକସ କରିଛନ୍ତି।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Union Budget 2024