Advertisment

ଆନ୍ଧ୍ରରେ ଅମରାବତୀ ହିଁ ଗୋଟିଏ ରାଜଧାନୀ ରହିବ: ଚନ୍ଦ୍ରବାବୁ ନାଇଡୁ

ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ।

author-image
Debibandita Barick
Chandrababu Naidu

Chandrababu Naidu

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ।

Advertisment

ଆଜି ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ବସିଥିଲା। ଏହି ବୈଠକରେ ସହଯୋଗୀ ଦଳ ଜେଡିୟୁ, ବିଜେପି ଓ ଜନସେନାର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦଳର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି। ଆସନ୍ତାକାଲି ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଏହା ପୂର୍ବରୁ ସେ ରାଜ୍ୟର ରାଜଧାନୀକୁ ନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି, "ଆନ୍ଧ୍ରପ୍ରଜେଶର ଗୋଟିଏ ରାଜଧାନୀ ରହିବ ତାହା ହେଉଛି ଅମରାବତୀ। ତିନୋଟି ରାଜଧାନୀ ବ୍ୟବସ୍ଥା କରି ଲୋକଙ୍କ ସହ ଖେଳ ଖେଳିପାରିବୁ ନାହିଁ। ଅମରାବତୀ ରାଜ୍ୟର ରାଜଧାନୀ ଏବଂ ବିଶାଖାପାଟନମ୍ ରାଜ୍ୟର ବ୍ୟବସାୟିକ ରାଜଧାନୀ ଭାବେ ବିକଶିତ ହେବ।"

Advertisment

ଏଥିସହ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ଚନ୍ଦ୍ରବାବୁ ନାଇଡୁ ପ୍ରତିଶୃତି ଦେଇଛନ୍ତି।

Chandrababu Naidu Amaravati AP Capital