Advertisment

ମଝି ରାସ୍ତାରେ ତୀର୍ଥ ଯାତ୍ରୀ ବସ୍‌ର ହେଲା ବ୍ରେକ୍‌ ଫେଲ୍‌, ତା'ପରେ…

ବ୍ରେକ୍‌ ଫେଲ୍‌ ହେବା ପରେ କିଛି ତୀର୍ଥଯାତ୍ରୀ ଚଳନ୍ତା ବସ୍‌ ଭିତରୁ ବାହାରକୁ ଡେଇଁବାକୁ ଲାଗିଥିଲେ। ଏଥିରେ ୧୦ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Break Fail

Break Fail

Advertisment

ତୀର୍ଥ ଯାତ୍ରା ସାରି ଫେରୁଥିବା ବେଳେ ହଠାତ୍‌ ମଝି ରାସ୍ତାରେ ହେଲା ବସ୍‌ର ବ୍ରେକ୍‌ ଫେଲ୍‌। ନିୟନ୍ତ୍ରଣ ହରାଇଲା ବସ୍‌। ଭୟଭୀତ ହୋପଡିଲେ ତୀର୍ଥ ଯାତ୍ରୀ। ଭୟରେ ଜୀବନ ବିକଳରେ ତୀର୍ଥ ଯାତ୍ରୀ ଚଳନ୍ତା ବସ୍‌ରୁ ଡେଇଁବାକୁ ଲାଗିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଦେବଦୂତ ସାଜିଥିଲେ ସେନା ଯବାନ। ଏଭଳି କିଛି ଘଟଣା ଘଟିଛି ଜମ୍ମୁକଶ୍ମୀର ରାମବନ ଜିଲ୍ଲାରେ।

Advertisment

ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଏହି ସମୟରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୁଲିସ୍‌ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ଏହି ବସ୍‌ ନିୟନ୍ତ୍ରଣ ହରାଇଥିବା ଦେଖିଥିଲେ।

କିଛି ଯାତ୍ରୀ ଚଳନ୍ତା ବସ୍‌ ଭିତରୁ ବାହାକୁ ଡେଉଁଥିଲେ। ସେନା ଯବାନଙ୍କ ନଜରରେ ଏହା ପଡ଼ିଥିଲା। ଯବାନମାନେ ଉକ୍ତ ବସ୍‌ ପଛରେ ଗୋଡ଼ାଇଥିଲେ । ବସ୍‌ର ଗତି ଧୀର ଥିବାରୁ ସେମାନେ ବସ୍‌ ଚକା ତଳକୁ ପଥର ଫୋପାଡ଼ିଥିଲେ। ଫଳରେ ବସ୍‌ଟି ଏକ ଖାଇକୁ ଖସିବା ପୂର୍ବରୁ ଅଟକି ଯାଇଥିଲା। ଆଉ ୪୪ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ତୀର୍ଥ ଯାତ୍ରୀମାନେ ପଞ୍ଜାବର ହୋଇଥିବା ବେଳେ ସେମାନେ ହୋସିଆରପୁର ଯାଉଥିଲେ। ଏଥିରେ ୪୪ ଜଣ ଯାତ୍ରୀ ଥିଲେ। ବାନିହଲ ନିକଟ ନାଚାଲାନାରେ ପହଞ୍ଚିବା ପରେ ଡ୍ରାଇଭର ବ୍ରେକ ଫେଲ୍‌ ହେତୁ ଗାଡିକୁ ଅଟକାଇବାରେ ବିଫଳ ହୋଇଥିଲେ। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ, ୩ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ଆମ୍ବୁଲାନ୍ସ ଯୋଗେ ସେନା ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ସହାୟତା ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଛନ୍ତି।

Viral Video Amarnath Yatra Amarnath Pilgrims Break Fail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe