Advertisment

୫୨ ଦିନ ବଦଳରେ ଏଥର ୩୮ ଦିନ ହେବ ଅମରନାଥ ଯାତ୍ରା

ପ୍ରଥମଥର ପାଇଁ କନଭୟକୁ ସମ୍ଭାବ୍ୟ ବିପଦରୁ ଦୂରେଇ ରଖିବା ପାଇଁ ଯାତ୍ରା ସମୟରେ ଜାମର ବ୍ୟବସ୍ଥା କରାଯିବ। କନଭୟ ଅତିକ୍ରମ କରିବା ବେଳେ ସମସ୍ତ ଜାତୀୟ ରାଜପଥକୁ ଅସ୍ଥାୟୀ ରୂପେ ବନ୍ଦ ରଖାଯିବ।

Jammu

Jammu

Advertisment

ଚଳିତ ବର୍ଷ ୩୮ ଦିନ ଧରି ଚାଲିବ ପବିତ୍ର ଅମରନାଥ ଯାତ୍ରା। ପ୍ରତି ବର୍ଷ ଏହି ଯାତ୍ରା ୫୨ ଦିନ ଧରି ଚାଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ୩୮ ଦିନକୁ କମାଇ ଦିଆଯାଇଛି। ପ୍ରଥମଥର ପାଇଁ ଅମରନାଥ ଯାତ୍ରାର ଅବଧି ହ୍ରାସ ପାଇଛି। ବାର୍ଷିକ ତୀର୍ଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହେବ। ଏହା ଅଗଷ୍ଟ ୯ ଯାଏ ଚାଲିବ। ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯାତ୍ରା ସମୟରେ ଜମ୍ମୁ-କଶ୍ମୀର ପୁଲିସ୍ ସହ ୫୮୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବଳ ବା ସିଏପିଏଫ ମୁତୟନ ହେବେ। ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ।

Advertisment

ପ୍ରଥମଥର ପାଇଁ କନଭୟକୁ ସମ୍ଭାବ୍ୟ ବିପଦରୁ ଦୂରେଇ ରଖିବା ପାଇଁ ଯାତ୍ରା ସମୟରେ ଜାମର ବ୍ୟବସ୍ଥା କରାଯିବ। କନଭୟ ଅତିକ୍ରମ କରିବା ବେଳେ ସମସ୍ତ ଜାତୀୟ ରାଜପଥକୁ ଅସ୍ଥାୟୀ ରୂପେ ବନ୍ଦ ରଖାଯିବ। ସୁରକ୍ଷାକର୍ମୀମାନେ କେବଳ ସ୍ୟାଟେଲାଇଟ ଫୋନର ବ୍ୟବହାର କରିବେ।

ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକ୍ସନ(ଆରଏଫଆଇଡଇ) ଦ୍ୱାରା ଘୋଡା ବାଲା ଓ ଶ୍ରଦ୍ଧାଳୁଙ୍କୁ ଟ୍ରାକ କରାଯିବ। ପୁଲିସ୍‌ ଓ ସିଆରପିଏଫ ପକ୍ଷରୁ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ପିସିଆର ଭ୍ୟାନ ରଖାଯିବ। ବର୍ତ୍ତମାନ ସମସ୍ତ ରାସ୍ତାର ସୁରକ୍ଷା ଅଡିଟ ଓ ଡିଜିଟାଲ ମ୍ୟାପିଂ କରାଯାଉଛି। ନିଜେ ସିଆରପିଏଫ ଡିଜି ପହଲଗାମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Advertisment

ଏହାବାଦ ରୋଡ ଓପନିଂ ପାର୍ଟି, କ୍ୱିକ ଆକ୍ସନ ଟିମ, ସନ୍ଧାନୀ କୁକୁର ଓ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର କେ୯ ୟୁନିଟ ଓ ଡ୍ରୋନକୁ ମଧ୍ୟ ଅମରନାଥ ଯାତ୍ରାର ସୁରକ୍ଷା କାର୍ଯ୍ୟରେ ସାମିଲ କରାଯିବ। ଉଭୟ ପହଲଗାମ ଓ ବାଲତାଲ ରାସ୍ତାରୁ ଅମରନାଥ ଗୁମ୍ଫା ଯାଏ ଏପରି ସୁରକ୍ଷା ବ୍ୟବସ୍ଥା କରାଯିବ।

ନିକଟରେ ହୋଇଥିବା ପହଲଗାମ ଆତଙ୍କବାଦୀ ହମଲାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ୩.୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପଞ୍ଜୀକରଣ କରି ସାରିଛନ୍ତି।

Jammu Kashmir Amarnath Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe