Advertisment

ସାଙ୍ଗଙ୍କୁ ଦେଲେ ବିବାହ ଗିଫ୍ଟ, ପରେ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ

ଷ୍ଟେଜ ଉପରେ ବରକନିଆଙ୍କୁ ଗିଫ୍ଟ ଦେଲେ। ମାତ୍ର ତା’ ପରେ ବିଗିଡ଼ିଗଲା ଅବସ୍ଥା। ହେଲେ ଛାତିରେ ଯନ୍ତ୍ରଣା ଓ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ ।

author-image
Niharika Rout
ଅଦ୍ୟତନ ହୋଇଛି
Marriage Pic

Marriage Pic

ସାଙ୍ଗ ବିବାହ ପାଇଁ ସୁଦୂର ବାଙ୍ଗାଲୁରୁରୁ ଆସିଥିଲେ ଆନ୍ଧ୍ରପ୍ରଦେଶ। ବିବାହ ଉତ୍ସବରେ ସାମିଲ ହେଲେ। ଏହାପରେ ଷ୍ଟେଜ ଉପରେ ବରକନିଆଙ୍କୁ ଗିଫ୍ଟ ଦେଲେ। ମାତ୍ର ତା’ ପରେ ବିଗିଡ଼ିଗଲା ଅବସ୍ଥା। ହେଲେ ଛାତିରେ ଯନ୍ତ୍ରଣା ଓ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ ।

Advertisment

ଏପରି ଏକ ଘଟଣା ଆନ୍ଧ୍ରପ୍ରଦେଶର କୁନ୍ନୁଲ ଜିଲ୍ଲାରେ ଘଟିଛି। ମୃତ ଯୁବକଙ୍କ ନାଁ ଭାମସୀ ଓ ସେ ବାଙ୍ଗାଲୁରୁରେ ଆମାଜନରେ ଚାକିରି କରିଥିବା ଜଣାପଡ଼ିଛି। କେବଳ ନିଜ ସାଙ୍ଗର ବିବାହ ଉତ୍ସବରେ ଯୋଗଦେବାକୁ ସେ ବାଙ୍ଗାଲୁରୁର ବାହାରି କୁରନୁଲ ଜିଲ୍ଲାର ପେନୁମୁଡ଼ା ଗାଁରେ ପହଞ୍ଚିଥିଲେ।

ବିବାହ ଉତ୍ସବରେ ବରକନିଆ ଷ୍ଟେଜ ଉପରେ ଥିବା ବେଳେ ଅନ୍ୟମାନେ ହସଖୁସିରେ ମାତିଥିଲେ। ଏହି ସମୟରେ ଗିଫ୍ଟ ଦେବାକୁ ଭାମସୀ ଷ୍ଟେଜ ଉପରକୁ ଯାଇଥିଲେ। ମାତ୍ର ଗିଫ୍ଟ ଦେବା ପରେ ସେ ସେହିଠାରେ ହିଁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଟଳି ପଡ଼ିଥିଲେ।

Advertisment

ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ବିବାହ ଉତ୍ସବରେ ହଠାତ୍‌ ଶୋକର ଛାୟା ଖେଳି ଯାଇଛି।

Andhra Pradesh Hearth Attack