Advertisment

ରାମ ମନ୍ଦିର ପ୍ରସାଦ କହି ମିଠା ବିକ୍ରି କରୁଥିଲା ଆମାଜନ୍‌, ଆସିଲା ନୋଟିସ୍‌

ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାସଦ କହି ରଘୁପତି ଘିଅ ଲଡୁ, ଖୁଆ ଲଡୁ, ଦେଶୀ ଗାଈ କ୍ଷୀରରେ ତିଆରି ପେଡା ଆଦି ଆମାଜନ ବିକ୍ରି କରୁଥିଲା।

author-image
Madhupriya Mistry
amazon-selling-sweets

amazon-selling-sweets

ଫସିଲା ଅନ୍‌ଲାଇନ୍‌ ଇ-କମର୍ସ ଆମାଜନ୍‌। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାକୁ ଜାରି ହୋଇଛି ନୋଟିସ୍‌। ଅଯୋଧ୍ୟା ରାମ ମନ୍ଦିରରୁ କୌଣସି ମିଠେଇ ପଠାଯାଇନଥିବା ବେଳେ ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରାସଦ କହି ଆମାଜନ ସାଧାରଣ ମିଠା ବିକ୍ରି କରିଥିବା ଅଭିଯୋଗ ହୋଇଛି।

Advertisment

ଇ-କମର୍ସ ସାଇଟ୍ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ହେବେ। ତେବେ ଏହା ପୂର୍ବରୁ ରାମ ମନ୍ଦିରର ପ୍ରସାଦ ନାଁରେ ମିଠା ବିକ୍ରି କରି ଆମାଜନ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି।

ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାସଦ କହି ରଘୁପତି ଘିଅ ଲଡୁ, ଖୁଆ ଲଡୁ, ଦେଶୀ ଗାଈ କ୍ଷୀରରେ ତିଆରି ପେଡା ଆଦି ଆମାଜନ ବିକ୍ରି କରୁଥିଲା। ତେବେ ଏହା କୌଣସି ରାମ ମନ୍ଦିରର ପ୍ରସାଦ ନୁହେଁ। ଖାଦ୍ୟ ଜିନିଷ ବିକ୍ରି କରିବା ପାଇଁ ଆମାଜନ୍‌ ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। ଏନେଇ ସିସିପିଏ ଦ୍ୱାରା ଆମାଜନକୁ ନୋଟିସ୍ ଜାରି କରି ସାତ ଦିନ ଭିତରେ ଏହାର ଜବାବ ଦେବାକୁ କୁହାଯାଇଛି। ନଚେତ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅନୁଯାୟୀ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।

Advertisment

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କହିଛି ଯେ, ଲୋକଙ୍କୁ ଭୁଲ୍‌ ତଥ୍ୟ ଦେଇ ଜିନିଷ କିଣିବାକୁ ପ୍ରବର୍ତ୍ତାଯାଉଛି, ଯାହା ଏକ ଦଣ୍ଡନୀୟ ଅପରାଧ। ଅନ୍‌ଲାଇନ୍‌ ଖାଦ୍ୟ ପଦାର୍ଥର ବିକ୍ରି ପାଇଁ ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଠିକ୍‌ ନୁହେଁ। ଏହା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

Ram Mandir Prasad Amazon Ayodhya Ram Mandir