Advertisment

ରାଜନୀତିରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିପାରନ୍ତି ଅମ୍ୱାତି ରାୟୁଡୁ

ଅନ୍ଧ୍ରପ୍ରଦେଶର ଗୁଣ୍ଟର ଅଞ୍ଚଳରୁ କ୍ରିକେଟ ଷ୍ଟାର ଭାବେ ଉଭା ହୋଇଥିବା ୩୭ ବର୍ଷିୟ ଅମ୍ୱାତି ରାୟୁଡୁଙ୍କୁ ଆଗକୁ ୟୁଏସ୍‌ଏରେ ଏକ ପ୍ରମୁଖ କ୍ରିକେଟ ଲିଗ୍‌ ଖେଳିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
ambati rayudu and jagan mohan reddy

ambati rayudu and jagan mohan reddy

Advertisment

ରାଜନୀତିରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିପାରନ୍ତି ଅମ୍ୱାତି ରାୟୁଡୁ। ସେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା କିମ୍ବା ଗୁଣ୍ଟୁର ଜିଲ୍ଲାରୁ ଲୋକସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଅଲୋଚନା ଆରମ୍ଭ ହୋଇଛି। ଗତ ସପ୍ତାହରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆରସିପି ମୁଖ୍ୟ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କୁ ଦୁଇଥର ଭେଟି ସାରିଲେନି। ଯାହା ପରେ ଏନେଇ ଆଲୋଚନା ଆରମ୍ଭ ହୋଇଛି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ରାୟୁଡୁ ଆସନ୍ତା ନିର୍ବାଚନରେ ଲଢ଼ନ୍ତୁ ବୋଲି ଜଗନ ମୋହନ ଚାହୁଁଛନ୍ତି। ମାତ୍ର ରାୟୁଡୁ ନିର୍ବାଚନ ଲଢ଼ିବେ ନା ନାହିଁ ତାହା ସ୍ପଷ୍ଟ ହୋଇନି।

Advertisment

ତେବେ ଦଳୀୟ ପରାମର୍ଶଦାତାମାନେ ରାୟୁଡୁ ପୋନୁର କିମ୍ବା ପଶ୍ଚିମ ଗୁଣ୍ଟୁରରୁ ବିଧାନସଭା ଆସନ ପାଇଁ ଲଢ଼ନ୍ତୁ; ନଚେତ୍ ମଛଲିପଟନମ୍‌ରୁ ଲୋକସଭା ନିର୍ବାଚନ ଲଢ଼ନ୍ତୁ ବୋଲି ଦଳୀୟ ହାଇକମାଣ୍ଡଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅଲୋଚନା ଭିତରେ ରାୟୁଡ଼ୁ କହିଛନ୍ତି, ଯୁବଗୋଷ୍ଠୀଙ୍କ ନିମନ୍ତେ ପ୍ରେରଣା ପାଲଟିଥିବା ଜଗନ ସମସ୍ତ ବର୍ଗର ଲୋକପ୍ରିୟ ଯୁବ ବର୍ଗଙ୍କୁ ରାଜନୀତିରେ ସାମିଲ କରି ସବୁସ୍ତରରେ ଉନ୍ନତି କରିବାକୁ ଚାହୁଁଛନ୍ତି। ଏହା ହେବା ଉଚିତ୍। ଜଗନଙ୍କ ନିଷ୍ପତ୍ତି ଅନୁଯାୟୀ ସେ ପଦକ୍ଷେପ ନେବେ ବୋଲି ରୟୁଡୁ କହିଛନ୍ତି।

Advertisment

ଅନ୍ଧ୍ରପ୍ରଦେଶର ଗୁଣ୍ଟର ଅଞ୍ଚଳରୁ କ୍ରିକେଟ ଷ୍ଟାର ଭାବେ ଉଭା ହୋଇଥିବା ୩୭ ବର୍ଷିୟ ରାୟୁଡୁଙ୍କୁ ଆଗକୁ ୟୁଏସ୍‌ଏରେ ଏକ ପ୍ରମୁଖ କ୍ରିକେଟ ଲିଗ୍‌ ଖେଳିବାକୁ ଯାଉଛନ୍ତି। ଯେତେବେଳେ କି ଭାରତୀୟ କ୍ରିକେଟ ଟିମ୍‌ର ଏହି ପୂର୍ବତନ ଖେଳାଳି ୨୦୨୩ ଆପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ ପାଇଁ ଖେଳିବା ପରେ ସମସ୍ତ ପ୍ରକାର ଭାରତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ।

ଯେତେବେଳେ କି ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କିପରି ତାଙ୍କ କ୍ୟାରିୟରରେ ବ୍ୟାଘାତ ସୃଷ୍ଟି ହୋଇଥିଲା ସେନେଇ ରାୟୁଡ଼ୁ ପ୍ରକାଶ କରିଥିଲେ।

Power Politics YS Jagan Mohan Reddy Ambati Rayudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe