Advertisment

ସୁରକ୍ଷା ପାଚେରିରେ ଝୁଲିଲା ଆମ୍ବୁଲାନ୍ସ, ଭିତରେ ଥିଲେ ଡ୍ରାଇଭର ଓ କମ୍ପାଉଣ୍ଡର

ଭାରସାମ୍ୟ ହରାଇ ସୁରକ୍ଷା ପାଚେରିରେ ଝୁଲି ରହିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ପ୍ରଥମ ୨ଟିକା ଚକା ସୁରକ୍ଷା ପାଚେରି ଡେଇଁ ଯାଇଥିବା ବେଳେ ପଛ ଚକାଦ୍ୱୟ ଭିତରେ ଓହଳି ଥିଲା।

Ambulance

Ambulance

Advertisment

ଭାରସାମ୍ୟ ହରାଇ ସୁରକ୍ଷା ପାଚେରିରେ ଝୁଲି ରହିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ପ୍ରଥମ ୨ଟିକା ଚକା ସୁରକ୍ଷା ପାଚେରି ଡେଇଁ ଯାଇଥିବା ବେଳେ ପଛ ଚକାଦ୍ୱୟ ଭିତରେ ଓହଳି ଥିଲା। ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ରାଜସ୍ଥାନର କରନପୁରା ଭ୍ୟାଲିରେ ଦେଖିବାକୁ ମିଳିଛି। ତେବେ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର ଓ କମ୍ପାଉଣ୍ଡରଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଜଣାଯାଇଛି।

Advertisment

କରନପୁରା ଭ୍ୟାଲି ଅଞ୍ଚଳରେ ଜଣେ ଡ୍ରାଇଭର ଦ୍ରୁତ ଗତିରେ ଆମ୍ବୁଲାନ୍ସ ନେଉଥିବା ବେଳେ ସେଥିରେ କେବଳ କମ୍ପାଉଣ୍ଡର ଥିଲେ। ହଠାତ୍‌ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ସୁରକ୍ଷା ପାଚେରି ଉପରେ ଚଢ଼ି ଯାଇଥିଲା। ମାତ୍ର ଭାଗ୍ୟବଶତଃ ତାହା ତଳକୁ ନ ଖସି ପାଚେରି ମଝିରେ ଫସି ରହିଥିଲା। 

ଏହାପରେ ଆମ୍ବୁଲାନ୍ସ ଭିତରେ ଥିବା ଡ୍ରାଇଭର ଓ କମ୍ପାଉଣ୍ଡର ଜୀବନ ରକ୍ଷା ପାଇଁ ଆର୍ତ୍ତ ଚିତ୍କାର କରିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଗାଡ଼ିରୁ ଅତି ସତର୍କତାର ସହ ବାହାର କରିଥିବା ଜଣାଯାଇଛି। ଉଭୟ ସୁରକ୍ଷିତ ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଗାଡ଼ିଟିକୁ ଉଦ୍ଧାର କରିଥିଲା।

Advertisment
Rajasthan Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe