Advertisment

କାଲିଫର୍ଣ୍ଣିଆରେ ଶୁଟ୍ ଆଉଟ୍‌, ଟଳିଲା ପଞ୍ଜାବର ଡ୍ରଗ୍ସ ମାଫିଆ

ଶୁଟ୍ ଆଉଟ୍‌ ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।

author-image
Madhupriya Mistry
Sunil Yadav

Sunil Yadav

ଆମେରିକାର କାଲିଫର୍ଣ୍ଣିଆରେ ଶୁଟ୍‌ ଆଉଟ୍‌। ଟଳିଲା ପଞ୍ଜାବର ଡ୍ରଗ୍ସ ମାଫିଆ। ସୁନୀଲ ଯାଦବ ଓରଫ ଗୋଲିକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପାଇଁ ଖୋଦ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ ମଧ୍ୟ କରିଛି।

Advertisment

ଡ୍ରଗ୍ସ କାରବାର ମାମଲାରେ ସୁନୀଲ ଯାବଦକୁ ଜଣେ ବଡ଼ ଖୋଳାଳି ବୋଲି କୁହାଯାଏ। ସେ ଜଣେ ବଡ଼ ଡ୍ରଗ୍ସ ମାଫିଆ ଥିଲା, ଯିଏ ଅନ୍ତର୍ଜାତୀୟ ସ୍ତରରେ କାମ କରୁଥିଲା। ପ୍ରଥମେ ଦୁବାଇ ପରେ ୟୁଏସ୍‌ଏ ଯାଏଁ ତା’ର କାରବାରର ଚେର ଲମ୍ବାଇ ଥିଲା। ରାଜସ୍ଥାନ ପୁଲିସ ସୁନୀଲ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ମଧ୍ୟ ଜାରି କରିଥିଲା।

ସୁନୀଲକୁ ହତ୍ୟା କରିଥିବା ନେଇ ରୋହିତ ଗୋଦାରା ନାମକ ଜଣେ ବ୍ୟକ୍ତି ନିଜକୁ ଦାୟୀ କରିଛନ୍ତି। ସେ ଏନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ରୋହିତ ଗୋଦାରା କହିଛନ୍ତି ଯେ ସୁନୀଲ ପଞ୍ଜାବ ପୁଲିସ ମିଶିଥିଲା। ସେ ପୁଲିସ ସହ ମିଶି ଆମର ପ୍ରିୟ ଭାଇ ଅଙ୍କିତ ଭଦୁର ଏନକାଉଣ୍ଟର କରିଥିଲା। ଏହାର ପ୍ରତିଶୋଧ ନିଆଯାଇଛି। ଆଉ ଯେଉଁମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି, ସମସ୍ତଙ୍କ ହିସାବ ହେବ।

Advertisment

ପ୍ରାୟ ୨ ବର୍ଷ ପୂର୍ବେ ଏକ ନକଲି ପାସପୋର୍ଟ ଜରିଆରେ ସୁନୀଲ ଯାଦବ ଆମେରିକା ପଳାଇଥିଲା। ସେ ପଞ୍ଜାବ ଅବୋହର ଫାଜିଲ୍‌କାର ବାସିନ୍ଦା। ପୂର୍ବରୁ ସୁନୀଲ ଲରେନ୍ସ ଗ୍ୟାଙ୍ଗ ସହିତ ଜଡିତ ଥିଲା। ରାଜସ୍ଥାନ ପୁଲିସ ଦୁବାଇରେ ଥିବା ସୁନୀଲ ଯାଦବର ସହଯୋଗୀଙ୍କୁ ପୂର୍ବରୁ ଗିରଫ କରିଥିଲା। ସୁନୀଲ ଯାଦବଙ୍କ ଦ୍ୱିତୀୟ ନାମ ହେଉଛି ଗୋଲି ୱାରିୟମ୍ ଖେଡା। ଏହାପୂର୍ବରୁ ଗଙ୍ଗନଗରରେ ପଙ୍କଜ ସୋନି ହତ୍ୟା ମାମଲାରେ ସୁନୀଲ ଯାଦବଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା।

Drug Mafia Sunil Yadav Shootout At California