Advertisment

କ୍ୟାନ୍‌ସର ରୋଗୀଙ୍କୁ ବିମାନରୁ ଓହ୍ଲାଇଦେଲା ଆମେରିକାନ୍‌ ଏୟାରଲାଇନ୍ସ

ଅଳ୍ପଦିନ ତଳେ ଅସ୍ତ୍ରୋପଚାର କରାଇଥିବା ଜଣେ ମହିଳା କ୍ୟାନ୍‌ସର ରୋଗୀ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିଲେ।

author-image
Madhupriya Mistry
American Airlines

American Airlines

ପୁଣି ବିମାନ ଭିତରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର। କ୍ୟାନ୍‌ସର ରୋଗୀଙ୍କୁ ବି ଛାଡ଼ିଲେନି ବିମାନ କର୍ମଚାରୀ। ବିମାନ ସିଟ୍‌ ଉପରେ ଥିବା କ୍ୟାବିନ୍‌ରେ ହ୍ୟାଣ୍ଡବ୍ୟାଗ୍ ରଖି ନପାରିବାରୁ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଟେକ୍‌ ଅଫ୍‌ ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇ ଦେଇଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ଆମେରିକାନ୍‌ ଏୟାରଲାଇନ୍ସରୁ।

Advertisment

ଆମେରିକାନ୍ ଏୟାରଲାଇନ୍ସର ବିମାନ ଏଏ-୨୯୩ରେ ଅଳ୍ପଦିନ ତଳେ ଅସ୍ତ୍ରୋପଚାର କରାଇଥିବା ଜଣେ ମହିଳା କ୍ୟାନ୍‌ସର ରୋଗୀ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିଲେ। ତେବେ ଅସ୍ତ୍ରୋପଚାର ପରେ ପ୍ଲାଷ୍ଟର୍‌ କରାଯାଇଥିବାରୁ ବ୍ୟାଗ୍‌ଟିକୁ ଉଠାଇ କ୍ୟାବିନ୍‌ରେ ରଖିବା ପାଇଁ ସେ କ୍ରୁ’ ସଦସ୍ୟଙ୍କୁ ସାହାଯ୍ୟ କରିବାକୁ କହିଥିଲେ। କିନ୍ତୁ, ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ତାଙ୍କୁ ବିମାନରୁ ଓହ୍ଲାଇ ଯିବାକୁ କହିଥିଲେ। ଜାନୁଆରୀ ୩୦ ତାରିଖରେ ଏହି ଘଟଣା ଘଟିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ମୀନାକ୍ଷି ସେନଗୁପ୍ତା ନାମକ ମହିଳା ଜଣକ ଉକ୍ତ ଆମେରିକାନ୍ ଏୟାର୍‌ଲାଇନ୍‌ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ପ୍ରାୟ ୨ କିଲୋ ଓଜନ ବିଶିଷ୍ଟ ଉକ୍ତ ବ୍ୟାଗ୍‌ ଉଠାଇବାରେ ସାହାଯ୍ୟ କରିବାକୁ କହିବାରୁ ତାଙ୍କ ପ୍ରତି କ୍ରୁ ସଦସ୍ୟମାନେ ଦୁର୍ବ୍ୟବହାର କରିଛନ୍ତି। ଏଥିସହ ଟେକ୍ ଅଫ୍ ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ସେପଟେ ଅଭିଯୋଗ ପରେ ରିପୋର୍ଟ ମାଗି ଆମେ ଘଟଣାର ତଦନ୍ତ କରିବୁ ବୋଲି ଡାଇରୋକ୍ଟେରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ ର ଡିଜି କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ମୀନାକ୍ଷି ସେନ୍‌ଗୁପ୍ତା ଛୁଟି ବିତାଇବା ପାଇଁ ଭାରତ ଆସିଥିଲେ। ସେ କ୍ୟାନ୍‌ସର୍‌ରେ ପୀଡିତ ଥିବା ଜାଣିବା ପରେ ସର୍ଜରୀ କରାଇଥିଲେ। ଏହାପରେ ସେ ଆମେରିକା ଫେରିବା ପାଇଁ ଚାହିଁଥିଲେ। ତେବେ ଆମେରିକାନ୍ ଏୟାରଲାଇନ୍ସ ତାଙ୍କୁ ବିମାନରୁ ଓଲ୍‌ହାଇ ଦେବା ପରେ ପୁଣି ଥରେ ଆଉ ବିମାନରେ ତାଙ୍କୁ ଟିକେଟ୍‌ ବୁକ୍‌ କରିବାକୁ ପଡିଥିଲା। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେ ଏଭଳି କରିବାକୁ ବାଧ୍ୟ ଥିଲେ ବୋଲି କହିଛନ୍ତି।

Delhi America Cancer