Advertisment

ବିବାଦ ପରେ ବି ତିରୁପତି ମନ୍ଦିରରେ ଦିନକୁ ବିକ୍ରି ହେଉଛି ୩ ଲକ୍ଷ ଲଡୁ

୪ ଦିନ ମଧ୍ୟରେ ତିରୁପତି ମନ୍ଦିରରେ ୧୪ ଲକ୍ଷ ଲଡୁ ବିକ୍ରି ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Laddu

Laddu

ତିରୁମାଳା ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ବିବାଦ ମଧ୍ୟରେ ବି ଦିନକୁ ହଜାର ହଜାର ଲଡୁ ବିକ୍ରି ହେଉଛି। ମନ୍ଦିରର ସ୍ୱଚ୍ଛତା ଉପରେ ଏହି ବିବାଦ କୌଣସି ପ୍ରକାରର ପ୍ରଭାବ ପକାଇନାହିଁ। ଦିନକୁ ଏଠାକୁ ୬୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହେଉ ଥିବାବେଳେ ହଜାର ହଜାର ଲଡୁ ବିକ୍ରି ହେଉଛି। 

Advertisment

ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ୪ ଦିନ ମଧ୍ୟରେ ତିରୁପତି ମନ୍ଦିରରେ ୧୪ ଲକ୍ଷ ଲଡୁ ବିକ୍ରି ହୋଇଛି। ସେପ୍ଟେମ୍ବର ୧୯ରେ ୩ ଲକ୍ଷ ୫୯ ହଜାର ଲଡୁ ବିକ୍ରି ହୋଇ ଥିବାବେଳେ ସେପ୍ଟେମ୍ବର ୨୦ରେ ୩ ଲକ୍ଷ ୧୭ ହଜାର, ସେପ୍ଟେମ୍ବର ୨୧ରେ ୩ ଲକ୍ଷ ୬୭ ହଜାର ଏବଂ ୨୨ରେ ୩ ଲକ୍ଷ ୬୦ ହଜାର ଲଡୁ ବିକ୍ରି ହୋଇଛି। 

ଏହାର ଅର୍ଥ ତିରୁପତି ମନ୍ଦିରରେ ଦିନକୁ ୩ ଲକ୍ଷ ୫୦ ହଜାର ଲଡୁ ବିକ୍ରି ହେଉଛି। ଜଣେ ଭକ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ତିରୁପତିଙ୍କ ଲଡୁକୁ ନେଇ ବିବାଦ ଚାଲିଥିଲେ ବି ଆମର ଏବେ ବି ବିଶ୍ୱାସ ଦୃଢ ରହିଛି।" 

Advertisment

କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରର ଲଡୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ଲଡୁରେ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଲଡୁର ମାନ ପରୀକ୍ଷଣ ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବି ଅପମିଶ୍ରିତ ହୋଇଥିବା କୁହାଯାଇଥିଲା। ଏହାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମନ୍ଦିରରେ ଦିନକୁ ତିନି ଲକ୍ଷରୁ ଅଧିକ ଲଡୁ ବିକ୍ରି ହେଉଥିବା ରିପୋର୍ଟ ପ୍ରକାଶ ପାଇଛି।  

ସେପଟେ ଏହି ବିବାଦ ପରେ ମନ୍ଦିରରେ ମହାଶାନ୍ତି ହୋମ କରାଯାଇଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ହଳଦୀ ପାଣିରେ ମନ୍ଦିର ସଫା କରିବାର ଭିଡିଓ ସାମ୍ନାକୁ ଆସିଥିଲା।  

Tirupati Laddu Tirupati Laddu Row