Advertisment

ଅଜିତ ପାୱାରଙ୍କ ଏନସିପି ଛାଡ଼ିବା ଚର୍ଚ୍ଚା ଜୋର ଧରିଲା, ଦଳର ବୈଠକରେ ଯୋଗଦେଲେନି

ଆଜି ମୁମ୍ବାଇରେ ଏନସିପି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନାହାନ୍ତି ଅଜିତ ପାୱାର।

Ajit Pawar

Ajit Pawar

Advertisment

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଆହୁରି ଜୋର ଧରିଛି। ଆଜି ମୁମ୍ବାଇରେ ଏନସିପି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନାହାନ୍ତି ଅଜିତ ପାୱାର। ତାଙ୍କର ଅନ୍ୟତ୍ର କାମ ଥିବାରୁ ସେ ଏନସିପିର ଦିନ ତମାମ ଚାଲିଥିବା କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ଆଗୁଆ ଦଳକୁ ଜଣାଇ ବି ଦେଇଛନ୍ତି।

Advertisment

ଅଜିତ ପାୱାର ଏନସିପିର କିଛି ବିଧାୟକଙ୍କୁ ଧରି ବିଜେପି ଆଡ଼କୁ ଢଳୁଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ପାୱାର ବୈଠକରେ ଯୋଗ ନ ଦେବାରୁ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ତେବେ ପୂର୍ବଭଳି ଏଥର ମଧ୍ୟ ଅଜିତ ପାୱାର ସବୁ କିଛିକୁ ହାଲୁକା କରିବା ପାଇଁ ଚେଷ୍ଟା କରିଛନ୍ତି।

ପୁଣେରେ ଆଜି ଅଜିତ ପାୱାର ଏନସିପି ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁ ସମୟରେ ଏନସିପିର ବୈଠକ ହେଉଛି, ସେହି ସମୟରେ ତାଙ୍କୁ ପୂର୍ବ ପ୍ରତିଶ୍ରୁତି ମୁତାବକ ଅନ୍ୟଏକ ସ୍ଥାନରେ ଯୋଗ ଦେବାକୁ ପଡ଼ୁଛି। ତେଣୁ ସେ ଏନସିପି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ସେହିପରି ବୈଠକରେ ଅଜିତ ପାୱାର ଯୋଗ ନଦେବାର ଅର୍ଥ ସେ ଏନସିପି ଛାଡ଼ିବେ ବୋଲି ଭାବିବାକୁ ଭୁଲ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଜି ମୁମ୍ବାଇରେ ଦିନ ତମାମ ଚାଲିଥିବା ଏନସିପିର ବୈଠକରେ ସୁପ୍ରିମୋ ଶରଦ ପାୱାର ସନ୍ଧ୍ୟାରେ ସମସ୍ତଙ୍କୁ ସମ୍ବୋଧନ କରିବେ।

ଏନସିପି ମୁଖପାତ୍ର କ୍ଲାୟେଡ କ୍ରାଷ୍ଟୋ କହିଛନ୍ତି, “ମୁମ୍ବାଇ କାର୍ଯ୍ୟକ୍ରମର ତାରିଖ ମାସକ ଆଗରୁ ସ୍ଥିର କରାଯାଇଥିଲା। ଅଜିତଦାଦା ବର୍ତ୍ତମାନ ବହୁତ ବ୍ୟସ୍ତ ଓ ପୁଣେରେ ହେବାକୁ ଥିବା ଏକାଧିକ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ସେ ବୈଠକରେ ଯୋଗ ଦେବାକୁ ଅକ୍ଷମ ଥିବା ଦଳକୁ ଜଣାଇଛନ୍ତି।

ସବୁ ନେତା ସେମାନଙ୍କ ଧାର୍ଯ୍ୟ କାର୍ଯ୍ୟକ୍ରମ ସୂଚୀ ଅନୁସରଣ କରନ୍ତି। ସେମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁନାହାନ୍ତି ବୋଲି ଦଳ ଛାଡ଼ିବାକୁ ଯୋଜନା କରୁଛନ୍ତି କହିବା ଭୁଲ। ମୁମ୍ବାଇରେ ଚଳିତ ମାସରେ ଆୟୋଜିତ ଇଫତାର ପାର୍ଟିରେ ସେ ଶରଦ ପାୱାରଙ୍କ ସହ ଉପସ୍ଥିତ ଥିଲେ।”

Bjp Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe