Advertisment

ଜନ୍ମଦିନ ଶୁଭେଚ୍ଛା ଆଳରେ ମୁଖ୍ୟମନ୍ତ୍ରୀଙ୍କୁ ଚାଇନିଜ୍‌ ବାଣ ମାରିଲା ବିଜେପି

ତାମିଲନାଡୁରେ ଇସ୍ରୋର ନୂଆ ଲଞ୍ଚ କମ୍ପ୍ଲେକ୍ସର ବିଜ୍ଞାପନକୁ ନେଇ ବିଜେପି ଓ ଡିଏମ୍‌କେ ମଧ୍ୟରେ ଜାରି ରହିଛି ବାକ୍‌ ଯୁଦ୍ଧ।

author-image
Madhupriya Mistry
ଅଦ୍ୟତନ ହୋଇଛି
MK Stalin

MK Stalin

ତାମିଲନାଡୁରେ ଇସ୍ରୋର ନୂଆ ଲଞ୍ଚ କମ୍ପ୍ଲେକ୍ସର ବିଜ୍ଞାପନକୁ ନେଇ ବିଜେପି ଓ ଡିଏମ୍‌କେ ମଧ୍ୟରେ ଜାରି ରହିଛି ବାକ୍‌ ଯୁଦ୍ଧ। ଏହାରି ଭିତରେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଆଳରେ ପୁଣି ଥରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଚାଇନିଜ୍‌ ବାଣ ମାରିଛି ବିଜେପି।

Advertisment

ପ୍ରକୃତରେ ମାର୍ଚ୍ଚ ୧ ତାରିଖ ତଥା ଆଜି ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ଜନ୍ମଦିନ। ସେ ୭୦ ବର୍ଷ ବୟସରେ ପାଦ ରଖିଛନ୍ତି। ଏହି ଅବସରରେ ବିଜେପି ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଛି। ତେବେ ହିନ୍ଦୀ କିମ୍ବା ଇଂରାଜୀରେ ନୁହେଁ ଚାଇନା ଭାଷା ମଣ୍ଡାରିନ୍‌ ଲେଟର୍‌ରେ ବିଜେପି ଷ୍ଟାଲିନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟାର୍ଗେଟ୍‌ କରିଛି।

ତାମିଲନାଡୁ ବିଜେପିର ଅଫିସିଆଲ୍‌ X ହ୍ୟାଣ୍ଡେଲରେ ଲେଖଯାଇଛି ଯେ, 'ତାମିଲନାଡୁ ବଜେପି ତରଫରୁ ଆମ ମୁଖ୍ୟମନ୍ତ୍ରୀ ଥିରୁ ଏମ୍‌କେ ଷ୍ଟାଲିନଙ୍କୁ ତାଙ୍କ ପସନ୍ଦର ଭାଷାରେ ଜନ୍ମଦିନର ଶୁଭେଚ୍ଛା। ଆମେ ତାଙ୍କ ଦୀର୍ଘାୟୁ କାମନା କରୁଛୁ। ଯେଉଁମାନେ ଆମ ମୁଖ୍ୟମନ୍ତ୍ରୀଙ୍କୁ ମଣ୍ଡାରିନ୍‌ ଭାଷାରେ ଶୁଭେଚ୍ଛା ଦେବା ପାଇଁ ଚାହାନ୍ତି, ଦୟାକରି ଏହାର ବ୍ୟବହାର କରନ୍ତୁ।'

Advertisment

ପ୍ରକୃତରେ ଫେବ୍ରୁଆରୀ ୨୮ ତାରି୍‌ ଦିନ କୁଲାଶେଖରପଟ୍ଟନମରେ ଇସ୍ରୋ ଏକ ନୂଆ ଲଞ୍ଚ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲା। ଏହି ପ୍ରଜୋକ୍ଟକୁ ନେଇ ରାଜ୍ୟରେ ଡିଏମ୍‌କେ ସରକାରର ପଶୁପାଳନ ମନ୍ତ୍ରୀ ଅନିତା ରାଧାକୃଷ୍ଣନ ସ୍ଥାନୀୟ ଖବର କାଗଜରେ ଏକ ବିଜ୍ଞାପନ ଜାରି କରିଥିଲେ। ତେବେ ଏହି ବିଜ୍ଞାପନରେ ଇସ୍ରୋର ରକେଟ୍‌ରେ ଚାଇନା ପତାକା ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମ୍‌କେକୁ ଟାର୍ଗେଟ୍‌ କରିଥିଲେ। ଭାରତର ଅଗ୍ରଗତିକୁ ଡିଏମ୍‌କେ ସହ୍ୟ କରିପାରୁନି ବୋଲି ସେ କହିଥିଲେ।

ସେପଟେ ବିବାଦର ଗୋଟିଏ ଦିନ ପରେ ଦଳ ପକ୍ଷରୁ ବିଜ୍ଞାପନ ଦେଇଥିବା ଡିଏମକେ ନେତା ତଥା ମନ୍ତ୍ରୀ ଅନୀତା ଆର ରାଧାକୃଷ୍ଣନ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ଡିଜାଇନରଙ୍କ ଭୁଲ ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ' ଏହା କେବଳ ଏକ ଛୋଟ ଭୁଲ ଏବଂ ସେମାନଙ୍କର (ଡିଏମକେ)ର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଆମ ହୃଦୟରେ କେବଳ ଭାରତ ପାଇଁ ପ୍ରେମ ଅଛି। ଜାତି କିମ୍ବା ଧର୍ମ ଆଧାରରେ ବିବାଦର କୌଣସି ସୁଯୋଗ ନ ଦେଇ ଭାରତ ଏକଜୁଟ ହେବା ତାଙ୍କ ଦଳର ଷ୍ଟାଣ୍ଡ।'

Bjp Tamilnadu DMK MK Stalin