Advertisment

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଲୋକେ, ବିଭିନ୍ନ ରାଜ୍ୟକୁ କେନ୍ଦ୍ର ପଠାଇଲା ଟିମ୍‌

ସ୍ଥିତିକୁ ଦେଖି ଆଜି ଗ୍ରୀଷ୍ମ ପ୍ରବାହ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏଥିସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ମଧ୍ୟ ପଠା ଯାଇଛି।

author-image
Hemant Lenka
Heatwave

Heatwave

ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ମୌସୁମୀ ଠିକଣା ସମୟରେ ଆସି ନଥିବାରୁ ଲୋକମାନେ ଖରା ମାଡ଼ରେ ଡହଳ ବିକଳ ହେଉଛନ୍ତି।

Advertisment

ସ୍ଥିତିକୁ ଦେଖି ଆଜି ଗ୍ରୀଷ୍ମ ପ୍ରବାହ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏଥିସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ମଧ୍ୟ ପଠା ଯାଇଛି।

ମାଣ୍ଡଭୀୟ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଭାରତୀୟ ପାଣିପାଗ ବିଭାର ଅଧିକାରୀଙ୍କୁ ନେଇ ଗୋଟିଏ ୫ ଜଣିଆ ଟିମ ଖରା ଦ୍ୱାରା ପ୍ରଭାବିତ ରାଜ୍ୟଗୁଡ଼ିକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ଗ୍ରୀଷ୍ମ ପ୍ରବାହର ପ୍ରକୋପକୁ ଲୋକଙ୍କୁ କେମିତି ରକ୍ଷା କରାଯିବ ଓ ଏହାର ପ୍ରଭାବକୁ ହ୍ରାସ କରାଯିବ, ତା’ର ବ୍ୟବସ୍ଥା କରିବାକୁ ଆଇସିଏମଆରକୁ ମଧ୍ୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସବୁ ସ୍ତରରେ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। ହିଟ୍‌ ଷ୍ଟ୍ରୋକରେ କେହି ଯେମିତି ପ୍ରାଣ ନ ହରାଇବେ, ଆମେ ସେକଥା ନିଶ୍ଚିତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଏଥିସହ ତାପମାତ୍ରା ଅଧିକ ଥିବା ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ଭିଡିଓ କନଫରେନ୍ସିଂରେ ବୈଠକ କରାଯିବ ବୋଲି ଶ୍ରୀ ମାଣ୍ଡଭୀୟ ସୂଚନା ଦେଇଛନ୍ତି।

ଭାରତୀୟ ପାଣିପାଗର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ଧରି ଉତ୍ତର ପ୍ରଦେଶ, ବିହାର, ହରିଆଣା, ତାମିଲନାଡୁ, ମଧ୍ୟପ୍ରଦେଶ, ଝାରଖଣ୍ଡ, ବିର୍ଦ୍ଦଭ, ଓଡ଼ିଶା, ବେଙ୍ଗଲ, ଆନ୍ଧ୍ର ଓ ତେଲେଙ୍ଗାନରେ ପ୍ରଚଣ୍ଡ ଖରା ଅନୁଭୂତ ହେବ।

ବିଗତ କିଛି ଦିନ ହେଲାଣି ପ୍ରଚଣ୍ଡ ଖରା ଯୋଗୁ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଲଥକଙ୍କୁ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।

Heat Wave IMD