Advertisment

ଘରୋଇ କମ୍ପାନୀରେ ସଂରକ୍ଷଣ ବିଲକୁ ସ୍ଥଗିତ ରଖିଲେ କର୍ଣ୍ଣାଟକ ସରକାର

ରାଜ୍ୟରେ ଘରୋଇ କମ୍ପାନୀରେ ସଂରକ୍ଷଣ ବିଲ୍ ଘୋଷଣା କରିବାର ଗୋଟିଏ ଦିନ ପରେ ଏହାକୁ ସ୍ଥଗିତ ରଖିଛନ୍ତି।

author-image
Debibandita Barick
Siddaramaiah

Siddaramaiah

ଘରୋଇ କମ୍ପାନୀରେ ୭୦ ପ୍ରତିଶତ ସଂରକ୍ଷଣ ବିଲକୁ ସ୍ଥଗିତ ରଖିଲେ କର୍ଣ୍ଣାଟକ ସରକାର। ଆଇଟି ହବ୍ କୁହାଯାଉଥିବା ବେଙ୍ଗାଲୁରୁର ଅନେକ ଶିଳ୍ପ ସଂସ୍ଥାଙ୍କ ଅସମହମତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର।

Advertisment

ସଂରକ୍ଷଣ ବ୍ୟବସ୍ଥା ସ୍ଥଗିତ ରଖା ଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ଏହି ବିଲ୍ ବିଧାନସଭାରେ ଆଗତ ହେବା ପୂର୍ବରୁ ଏହା ଉପରେ ପୁନଃ ନିରୀକ୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉକି, ଗତକାଲି କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ ରାଜ୍ୟରେ ଘରୋଇ ଶିଳ୍ପ ସଂସ୍ଥାରେ ୭୦ ପ୍ରତିଶତ ସଂରକ୍ଷଣ ନେଇ ଘୋଷଣା କରିଥିଲେ। ଏହି ଘୋଷଣା ପରେ କନ୍ନଡିଗା ବା କର୍ଣ୍ଣାଟକବାସୀଙ୍କୁ ହିଁ ଅଣ-ପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଏବଂ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖା ଯାଇଥିଲା।

Advertisment

ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଥିବା ଶ୍ରମ ମନ୍ତ୍ରୀ କହିଥିଲେ। କିନ୍ତୁ ଏହି ଘୋଷଣାର ଗୋଟିଏ ଦିନ ପରେ ଏହାକୁ ସ୍ଥଗିତ ରଖା ଯାଇଥିବା ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟ ଯୋଗେ ଘୋଷଣା କରିଛନ୍ତି।  

Siddaramaiah Reservation Karnataka Govt Rule