Advertisment

ସମନ ଭିତରେ ସୋରେନ୍‌ଙ୍କ ବଡ଼ ନିର୍ଦ୍ଦେଶ, କେନ୍ଦ୍ରୀୟ ଏଜେନ୍ସିକୁ ଦିଅନି ଉତ୍ତର

ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି।

ଅଦ୍ୟତନ ହୋଇଛି
undefined

Hemant Soren

Advertisment

ଇଡି ଜାଲରେ ଫସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାତ ଥର ସମନ କରିସାରିଲାଣି। ତଥାପି ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ଏହାରି ଭିତରେ ସେ ରାଜ୍ୟର ସବୁ ବିଭାଗକୁ ଦେଇଛନ୍ତି ଏକ ବଡ଼ ନିର୍ଦ୍ଦେଶ।

Advertisment

କେନ୍ଦ୍ରୀୟ ଏଜେନ୍ସିର କୌଣସି ବି ପ୍ରଶ୍ନର ଉତ୍ତର ନଦେବାକୁ ଝାଡ଼ଖଣ୍ଡ ସରକାର ସମସ୍ତ ବିଭାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କେବଳ ସେତିକି ନୁହେଁ ସିଧାସଳଖ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ କୌଣସି ଦସ୍ତାବିଜ ହସ୍ତାନ୍ତର ନ କରିବାକୁ ମଧ୍ୟ କୁହାଯାଇଛି। ଏନେଇ ପ୍ରଥମେ କ୍ୟାବିନେଟ ସଚିବାଳୟ ବା ଭିଜିଲାନ୍ସ ଡିପାର୍ଟମେଣ୍ଟକୁ ବିଭାଗର ସଚିବମାନଙ୍କୁ ରିପୋର୍ଟ କରିବାକୁ ସରକାର କହିଛନ୍ତି।

ଅଧା ଅଧୁରା ତଥ୍ୟ ଯୋଗୁ ଭ୍ରମ ସୃଷ୍ଟି ହୋଇପାରେ। ଅଧା ଅଧୁରା ତଥ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ଯେମିତି ନଦିଆଯିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଝାଡଖଣ୍ଡ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ପ୍ରଧାନ ସଚିବ ବନ୍ଦନା ଡାଡେଲ ମଙ୍ଗଳବାର ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି।

Advertisment

ଇଡି, ସିବିଆଇ ବା ଆଇଟି ବିଭାଗ ଭଳି ଏଜେନ୍ସି ପକ୍ଷରୁ ଅଧିକାରୀମାନଙ୍କ ପାଖକୁ କୌଣସି ନୋଟିସ ଆସୁଛି ତେବେ ତୁରନ୍ତ ସେମାନେ ନିଜ ବିଭାଗର ମଖ୍ୟଙ୍କୁ ସୂଚନା ଦେବେ। ବିଭାଗ ମୁଖ୍ୟ ନୋଡାଲ ଏଜେନ୍ସିକୁ ଏନେଇ ଅବଗତ କରାଇବେ। ଏହାପରେ କ୍ୟାବିନେଟ୍‌ ସଚିବାଳୟ ଓ ଭିଜିଲାନ୍ସ ବିଭାଗ ଆଇନଗତ ପରାମର୍ଶ ଲୋଡିବ। ଏହାପରେ କେନ୍ଦ୍ରୀୟ ଏଜେନ୍ସିକୁ ତଥ୍ୟ ପ୍ରଦାନ କରାଯିବ ବୋଲି ଉକ୍ତ ଚିଠିରେ କୁହାଯାଇଛି।

ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଓ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ସହଯୋଗ ନ କରିବା ପାଇଁ ହେମନ୍ତ ସୋରେନ ଏହି ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି। ଏବେ ପୁଣି ଥରେ ସପ୍ତମ ଥର ପାଇଁ ତାଙ୍କୁ ସମନ ଜାରି କରା ଯାଇଛି। ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍‌ ଭୟ କରୁଛନ୍ତି। 

Hemant Soren Central Agencies Money Laundering Case Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe